ସମ୍ବଲପୁର(ରେଙ୍ଗାଲି) ୦୮/୧୧/୨୦୨୪ (ଆଧାର ମିଡ଼ିଆ/ରିପୋର୍ଟ - ସୁନିଲ କୁମାର ନାଥ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ ବିହାରୀ ସମ୍ପ୍ରଦାୟ ସହିତ ସମସ୍ତ ବର୍ଗ ର ଶ୍ରଦ୍ଧାଳୁ ମାନେ ପାଳନ କଲେ ଛଟ ପୂଜା ଉତ୍ସବ।ରେଙ୍ଗାଲି ର ରାମସାଗର ବନ୍ଧ ଏବଂ ଠେଲକୋଲୋଇ ର ପୋଖରୀ ତଥା ଜେ ଏସ ଡବ୍ଲୁ କାରଖାନା ର ଟାଉନସିପରେ ପାଳିତ ହୋଇଛି ଏହି ପର୍ବ।ଏଠାରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଅସ୍ତଗାମି ସୂର୍ଯ୍ୟ ଓ ଉଦୟ ମାନ ସୂର୍ଯ୍ୟ କୁ ଅର୍ଘ୍ୟ ପ୍ରଦାନ କରିଥିଲେ।କାର୍ତିକ ଶୁକ୍ଳପକ୍ଷ ଷଷ୍ଠୀ ତିଥି ତଥା ଦୀପାବଳି ର ଛଅ ଦିନ ପରେ ଏହି ଛଟ ପୂଜା ପାଳନ କରାଯାଇଥାଏ।ପୂଜା ସମୟରେ ମହିଳା ମାନେ ୩୬ ଘଣ୍ଟା ର ବ୍ରତ ରଖିଥାନ୍ତି ଏବଂ ନିଜ ସନ୍ତାନ ର ଭଲ ସ୍ବାସ୍ଥ୍ୟ, ଖୁସି ଏବଂ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଥାନ୍ତି।ଏହି ପରିପ୍ରେକ୍ଷୀରେ ରେଙ୍ଗାଲି ଛଠ ଘାଟରେ ରେଙ୍ଗାଲି ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାଏକ,ରେଙ୍ଗାଲି ବ୍ଳକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ,ବିଜେଡି ସମ୍ପାଦକ ମହେନ୍ଦ୍ର ଓରାମ,ଦେବ ତିବାରି , ଚୂଳଶ୍ରୀ ମହାନନ୍ଦ ପ୍ରଭୁତି ଉପସ୍ଥିତ ଥିଲେ। ବିହାରୀ ସମାଜର ସଭାପତି ମନୀଷ ସିଂ ସହ ସମସ୍ତ କାର୍ଯ୍ୟ କର୍ତ୍ତା ମାନେ ରାଜନେତା ମାନଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଏହିପରି ଜେ ଏସ ଡବ୍ଲୁ କାରଖାନା ଟାଉନସିପ ରେ କଂପାନୀ ର ପ୍ରେସିଡେଣ୍ଟ ତଥା ହୋଲ ଟାଇମ ଡ଼ାଇରେକ୍ଟର ଶ୍ରୀ ଅନିଲ କୁମାର ସିଂ ଓ ତାଙ୍କ ଧର୍ମପତ୍ନୀ ନିଲମ ସିଂ ଅନ୍ୟ ଶ୍ରଦ୍ଧାଳୁ ମାନଙ୍କ ସହ ସୂର୍ଯ୍ୟ ଦେବତା ଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ।
Recent Comments