logo
add image
ନିଆରା ଢଙ୍ଗରେ ପାଳିତ ହେବା ଦଶମ ଚିଲିକା ଆନ୍ତର୍ଜାତୀୟ ଲୋକକଳା ମହୋତ୍ସବ।

ନିଆରା ଢଙ୍ଗରେ ପାଳିତ ହେବା ଦଶମ ଚିଲିକା ଆନ୍ତର୍ଜାତୀୟ ଲୋକକଳା ମହୋତ୍ସବ।

ଖୋର୍ଦ୍ଧା,୮/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ପଞ୍ଚଦିବସୀୟ ଚିଲିକା ସେଲକ ଅନ୍ତର୍ଜାତୀୟ ଲୋକକଳା ମହୋତ୍ସବ ନ‌ଭେମ୍ବର ୯ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚିଲିକା କୂଳସ୍ଥ ବରକୁଳ ଓଡିଆର୍ଟ ସେଣ୍ଟର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଅଛି।ଏ ବର୍ଷର  ମୁଖ୍ୟ ଆକର୍ଷଣ ଏସିଆର ତାଳ ସଙ୍ଗୀତ ଓ ସଂଯୁକ୍ତବାଦ୍ୟ ଉତ୍ସବ।ଲୋକବାଦ୍ୟ ଥୁମ୍ କୁ ନେଇ ଏପରି ଏକ ବିରଳ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆମ ରାଜ୍ୟରେ ଆୟୋଯିତ ହେଉ ଅଛି।ପ୍ରଥମ ଦିନ ୯ତାରିଖ ସଂଧ୍ଯାରେ ଏହି ମହୋତ୍ସବକୁ ମାନ୍ୟବର ଆଇନ,ଅବକାରୀ ଓ ପୂର୍ବବିଭାଗର ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଉଦଘାଟନ କରିବେ।ସେହିପରି ସମ୍ମାନିତ ଅତିଥି ଭାବେ  ବିଭୁତି ଭୂଷଣ ଜେନା,ବାଣିଜ୍ୟ,ଇସ୍ପାତ ଓ ଖଣି ମନ୍ତ୍ରୀ,ସୂର୍ଯ୍ୟବଂଶୀ ସୁରାଜ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସଦୟ ସମ୍ମତି ଜଣାଇଛନ୍ତି ।ଏପରିକି ଚଳିତ ବର୍ଷ ଚିଲିକା ସେଲଜକ ଅନ୍ତର୍ଜାତୀୟ ଲୋକକଳା ମହୋତ୍ସବ ଦଶମ ବର୍ଷରେ ପଦାର୍ପଣ କରୁ ଅଛି।ଓଡିଆର୍ଟ କେନ୍ଦ୍ରର ସଚୀବ ମାନସ ରଞ୍ଜନ ପଟ୍ଟନାୟକଙ୍କ ସୂଚନା ଅନୁଆୟୀ ଏହି ମହୋତ୍ସବରେ ଭିଏତନାମ, ଦକ୍ଷିଣ କୋରିଆ ଓ ଭାରତର ବିଭିନ୍ନ ଅଞ୍ଚଳରୁ ନିମନ୍ବିତ କଳାକାର ମାନେ ଯୋଗ ଦେଇ ସଂଯୁକ୍ତ ବାଦ୍ୟଧ୍ଵନୀ ପରିବେଷଣ କରିବେ।ଏହା ବ୍ୟତୀତ ଧ୍ଵନୀ ବାଦନର ଯାଦୁକର ଓଡିଶାର ସୁପ୍ରସିଦ୍ଧ କଳାକର ଡଃ ଗିରୀଧାରି ଗମାଙ୍ଗୋ ଓ ତାଙ୍କ ଦଳ ଚିରାଚରିତ ଢଙ୍ଗରେ କଳାତ୍ମକ ପ୍ରଦର୍ଶନ କରି ଲୋକଙ୍କ ମନ ମୋହିବାର କାର୍ଯ୍ୟକ୍ରମ ରହିଅଛି।ଦେଶର ବିଭିନ୍ନ ଅଞ୍ଚଳର ଲୋକବାଦ୍ୟ ମଧ୍ୟରେ ବଙ୍ଗର ଶ୍ରୀଖୋଳ, ମଣିପୁରର ଢୋଲ ଛଳମ, ଆସାମର ଭୋର ଚାଲ, ମହାରାଷ୍ଟ୍ରର ମହାଢୋଲ, ଆନ୍ଧ୍ର ପ୍ରଦେଶର କାରାଘମ କାବାଡି ଓ ଓଡିଶାର ଘଣ୍ଟ, ମର୍ଦ୍ଦଳ, ଜେମସା ପ୍ରଭୃତି ପ୍ରମୁଖ ଅନ୍ତର୍ଭୁକ୍ତ କରାଯାଇଛି।ଉତ୍ସବକୁ ଅଧିକ ମନୋଜ୍ଞ ଓ ଅବିସ୍ମରଣୀୟ କରିବା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ଦେଶ ତଥା ଅଞ୍ଚଳର ସ୍ବତନ୍ତ୍ର ସୃଜନଶୀଳତା ଓ କଳାତ୍ମକ ଅଭିବ୍ୟକ୍ତିକୁ ପରଷ୍ପର ଆଦାନ ପ୍ରଦାନର ମାଧ୍ୟମରେ ଏକ ମହା ସଂଯୋଗ ସୁଯୋଗ ସୃଷ୍ଟି କରିବା ଏହି ମହୋତ୍ସବର ପ୍ରଧାନ ଲକ୍ଷ।କାର୍ଯ୍ୟକ୍ରମ ମଧ୍ୟରେ ପାଞ୍ଚଦିନ ଟେରାକୋଟା,ପଟ୍ଟଚିତ୍ର, ଚାନ୍ଦୁଆ,ଏସ।ଇଡେରୀ,କାଇଁଚ ମାଳୀ ପ୍ରଭୃତି ହସ୍ତକଳାର ଶିଳ୍ପୀମାନେ ନିଜ ନିଜର ନିଖୁଣ କଳା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଆଖ ପାଖ ଅଞ୍ଚଳର ବହୁ ଛାତ୍ର ଛାତ୍ରୀ ଓ ଆଗ୍ରହୀ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବେ।ଏହି ମହୋତ୍ସବ ଅବସରରେ ଦୁଇଜଣ ପଟ୍ଟଚିତ୍ର ଶିଳ୍ପୀଙ୍କୁ ସମ୍ମାନିତ କରାଯିବ।ଓଡିଆର୍ଟର ଉପଦେଷ୍ଟା ଶ୍ରୀ ପ୍ରସନ୍ନ କୁମାର ଦାସଙ୍କ ସମ୍ପାଦିତ ଚିତ୍ରକଳା ପୁସ୍ତକ,'ପଟ୍ଟଚିତ୍ର ଟୁ ଜେ'ମଧ୍ୟ ଉନ୍ମୋଚିତ ହେବ।ଏହା ବ୍ୟତୀତ 'ଇଣ୍ଟେର୍ନେସନାଲ୍ ୟୋତ୍ର ଏଣ୍ଡ ଚିଲ୍ ଡ୍ରେନ୍ ଆର୍ଟ କଣ୍ଟେଷ୍ଟ' ରେ ଯୋଗ ଦେଇ ଥିବା ପ୍ରତିଯୋଗୀ ମାନଙ୍କର ଚିତ୍ର ତଥା ପଟ୍ଟଚିତ୍ର ପ୍ରତିଦ୍ଵନ୍ଦିତାରେ ଭାଗ ନେଇଥିବା ପଟ୍ଟଚିତ୍ର ମାନଙ୍କୁ ଏହି ମହୋତ୍ସବରେ ପ୍ରଦର୍ଶିତ ହେବ।ସେହିପରି ଏହି ମହୋତ୍ସବରେ ରାଜ୍ୟର ବହୁ କଳାପ୍ରେମୀ,କଳା ଗବେଷକ,ବୁଦ୍ଧିଜୀବି,କାରିଗର,ଶିଳ୍ପୀ ସଙ୍ଗଠକ ଓ ସ୍ଥାନୀୟ ବାସି?ବହୁ ପରିମାଣରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ।ବିଶିଷ୍ଟ ଶିଳ୍ପୀ ସଙ୍ଗଠକ  ପ୍ରିୟ ରଞ୍ଜନ କଚ ଚାର୍ଟେଡ ଏକାଉଣ୍ଟେଣ୍ଟ ତଥା କଳାପ୍ରେମୀ ବନେସା ମିଶ୍ର ଉତ୍ସବର ଉପସ୍ଥାପିକା ଭାବେ ମଂଚ ପରିଚାଳନା କରିବେ।ଗ୍ରାମୀଣ ପରିବେଶରେ ଅନୁଷ୍ଠିତ ଏହି ଅନ୍ତର୍ଯ୍ୟାତୀୟ ବିରଳ ଲୋକକାଳାର ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗଦେବା  ପାଇଁ ଓଡିଆର୍ଟ ସେଣ୍ଟରର ଅଧ୍ଯକ୍ଷ ଶ୍ରୀ ପି ସି ମହାନ୍ତି ଅନୁରୋଧ କରିଛନ୍ତି।

Recent Comments

Leave Comments

Top