logo
add image
ଆଜି ପବିତ୍ର ଅଁଳାନବମୀ,ଶ୍ରଦ୍ଧାଳୁ କଲେ ରାଧାପାଦ ଦର୍ଶନ,ମଙ୍ଗଳା ଙ୍କ ମନ୍ଦିରରେ ଭକ୍ତ ଙ୍କ ଭିଡ଼।

ଆଜି ପବିତ୍ର ଅଁଳାନବମୀ,ଶ୍ରଦ୍ଧାଳୁ କଲେ ରାଧାପାଦ ଦର୍ଶନ,ମଙ୍ଗଳା ଙ୍କ ମନ୍ଦିରରେ ଭକ୍ତ ଙ୍କ ଭିଡ଼।

କାକଟପୁର,୧୦/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥି, ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଆଜି ର ଏହି ପବିତ୍ର ଦିନ ରେ ଅଁଳାନବମୀ ପୂଜା ଅନୁଷ୍ଠିତ ହୁଏ, ସେଥିପାଇଁ ଆଜି ପୁରପଲ୍ଲୀ ରେ ଅଁଳା ବୃକ୍ଷ କୁ ଦେବବୃକ୍ଷ ବା ଜଗଦ୍ଧାତ୍ରୀ ଙ୍କ ନାମ ରେ ଶ୍ରଦ୍ଧାଳୁ ବିଭିନ୍ନ ଆୟୋଜନ ରେ ପୂଜାର୍ଚ୍ଚନା କରିଛନ୍ତି, ବୈଜ୍ଞାନିକ ଙ୍କ ମତ ଅନୁସାରେ ଏହି ଋତୁ ରେ ଅଁଳା ଫଳ ରେ ଏକ ପ୍ରକାର ଲାଭଦାୟକ ଗୁଣ ରହିଛି ଯାହା ଶରୀର ପାଇଁ ବେଶ ଉପଯୋଗୀ,ଅସ୍ତରଙ୍ଗ ବ୍ଲକ ବରାଙ୍ଗ ରାଧାକ୍ରିଷ୍ଣା ମନ୍ଦିର, ଆଳଙ୍ଗପୁର ସ୍ଥିତ ଐତିହାସିକ ଏମାର ମଠ ସ୍ଥିତ ରାଧାଗୋବିନ୍ଦ ମନ୍ଦିର,କନ୍ତପହରା ବାଲିଆପାଟ ରାଧାକୃଷ୍ଣ ମନ୍ଦିର,ସୋମେଶ୍ୱର ମନ୍ଦିର, କାକଟପୁର ମା ମଙ୍ଗଳା ଙ୍କ ବେଢାରେ ଥିବା ଅଁଳା ବୃକ୍ଷ ଓ ପବିତ୍ର ପ୍ରାଚୀତଟ ଜଗଦ୍ଧାତ୍ରୀ ମନ୍ଦିର ରେ ଅଁଳା ନବମୀ ପୂଜା ଓ ରାଧା ପାଦ ଦର୍ଶନ ଶ୍ରଦ୍ଧାଳୁ ବହୁ ଆଡମ୍ବର ରେ କରିବା ସହିତ ପ୍ରଭୂ ଜଗଦ୍ଧାତ୍ରୀ ଙ୍କୁ ଆଶିଷ ଭିକ୍ଷା କରିଛନ୍ତି, ଏଥି ସହିତ ଏହି ଆଧ୍ୟାତ୍ମିକ ପୀଠ ଗୁଡିକ ରେ ଭଜନ,କୀର୍ତ୍ତନ,ଜଣାଣ,ସଂକୀର୍ତ୍ତନ ସାଙ୍ଗ କୁ ଅନ୍ନ ମହୋତ୍ସବ ମଧ୍ୟ ହୋଇଛି,କାର୍ତ୍ତିକ ମାସ ରେ ଅଁଳା ନବମୀ ରେ ଏହି କାର୍ଯ୍ୟକ୍ରମ ପାଇଁ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ରେ ଏକ ପ୍ରକାର ଆଧ୍ୟାତ୍ମିକ ଭାବାବେଶ ପରିବେଶ ର ସ୍ୱାଦ ମିଳିଛି,ଆଜିର ଦିନରେ ଭକ୍ତ ମାନେ ମଧ୍ୟ ମଙ୍ଗଳା ମନ୍ଦିରରେ ମା ମଙ୍ଗଳା ଙ୍କୁ ଦର୍ଶନ କରି ନିଜ ପରିବାର ପାଇଁ ମା ର ଆଶିଷ ଭିକ୍ଷା କରିଥିଲେ।

Recent Comments

Leave Comments

Top