logo
add image
ଯୋଡ଼ା ଗୋବିନ୍ଦମ୍ ଏକାଡେମୀ ର ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଜଗନ୍ନାଥ ଧାମ ପୁରୀ ବଡ଼ ଦାଣ୍ଡ ରେ କଲେ କମାଲ।

ଯୋଡ଼ା ଗୋବିନ୍ଦମ୍ ଏକାଡେମୀ ର ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଜଗନ୍ନାଥ ଧାମ ପୁରୀ ବଡ଼ ଦାଣ୍ଡ ରେ କଲେ କମାଲ।

ଯୋଡ଼ା/କେନ୍ଦୁଝର,୧୦/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ଟଙ୍କଧର ପାତ୍ର)ଭାରତ ଏକ କଳା ଓ ସଂସ୍କୃତିର ଦେଶ ,ଏହି ଦେଶରେ କୌଣସି ବାଛ ବିଚାର ନଥାଏ।ଓଡ଼ିଶୀ,ଭାରତ ନାଟ୍ୟମ,କୁଚିପୁଡି, କଥକଲି,ମଣିପୁରୀ,ସାତ୍ରୀୟ ଏହିଭଳି ଅନେକ ନୃତ୍ୟ ଅଛି ଯାହାକି ଆଜି ଆମ ଭାରତ ଦେଶର କଳା ଓ ସଂସ୍କୃତିକୁ ବଜାୟ ରଖିଛି। ଓଡ଼ିଶାରେ ପ୍ରଚଳିତ ଓଡ଼ିଶୀ ଆଜି ବିଶ୍ବପ୍ରସିଦ୍ଧ ଓ ଆମ ଓଡ଼ିଶାର ନୃତ୍ୟଶିଳ୍ପୀ ମାନେ ତାଙ୍କର ସୁନ୍ଦର ନୃତ୍ୟ ପରିବେଷଣ କରି ଆଜି ଦେଶ ତଥା ବିଦେଶରେ ମଧ୍ୟ ବହୁ ନା ଅର୍ଜନ କରିଛନ୍ତି। ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ଗୋବିନ୍ଦମ୍ ଏକାଡେମୀର କୁନି କୁନି ଓଡ଼ିଶୀ ନୃତ୍ୟଶିଳ୍ପୀ ମାନେ ଆଜି ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଯେଉଁଠି ବିରାଜମାନ ସେହି ସ୍ଥାନଟି ହେଉଛି ଚାରୀଧାମରୁ ଗୋଟିଏ ଧାମ ଶ୍ରୀକ୍ଷେତ୍ର ପୁରୀ ସେହିଠାରେ ତାଙ୍କର ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଯୋଡ଼ା ତଥା ସମଗ୍ର କେନ୍ଦୁଝର ଜିଲ୍ଲା ପାଇଁ ନା କରିଛନ୍ତି।ଯୋଡ଼ା ରେ ଥିବା ଗୋବିନ୍ଦମ୍ ଏକାଡେମୀ ର ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ଦୁଃଶାସନ ସାହୁ ଏବଂ ଶ୍ରୀମତୀ ଗୋଲାପ ଦାସ ଯୋଡ଼ା ଅଞ୍ଚଳର ପିଲାମାନଙ୍କୁ ଓଡ଼ିଶୀର ତାଲିମ ଦେଇ ସେମାନଙ୍କୁ ଏକ ଦିଶା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱର ରୁ ପ୍ରତ୍ୟେକ ସପ୍ତାହର ଦୁଇ ଦିନ ଯଥା ଶନିବାର ଓ ରବିବାର ଦିନ ଗୁରୁ ଦୁଃଶାସନ ସାହୁ ଆସି ପିଲାମାନଙ୍କୁ ଓଡ଼ିଶୀର ତାଲିମ ଦେଇଥାନ୍ତି ଓ ଘଣ୍ଟା ଘଣ୍ଟା ପରିଶ୍ରମ କରିଥାନ୍ତି। ଯାହାର ପରିଣାମ ସ୍ବରୂପ ଆଜି ଦେଖିବାକୁ ମିଳିଛି। ଓଡ଼ିଶୀ ନୃତ୍ୟ କୁ ନେଇ ଆଜି କେନ୍ଦୁଝର ଜିଲ୍ଲା ରେ ମଧ୍ୟ ପିଲାମାନଙ୍କ ମଧ୍ୟରେ ଆଗ୍ରହ ବଢିବାର ଦେଖିବାକୁ ମିଳିଛି।

Recent Comments

Leave Comments

Top