ଖୋର୍ଦ୍ଧା,୧୧/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଡ଼ାବରଧୁଆ ପାଟଣା ପଞ୍ଚାୟତ ଅନ୍ତର୍ଗତ ପାହାଡ ମଧ୍ୟଭାଗ ଡାବୁରିଆ ଖୋଲରେ ଅବସ୍ଥିତ ମନ୍ଦିରରେ ମା ଭୈରବୀ ଠାକୁରାଣୀଙ୍କ ଅଷ୍ଟାଦଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପବିତ୍ର ଅଁଳା ନବମୀ ତିଥିରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରାତଃ ସମୟରୁ ମା ନିଜ ଆସ୍ଥାନରୁ ସୁଦୃଶ୍ୟ ବିମାନରେ ବିଜେ କରି ପ୍ରାୟ ଏକ କିଲୋମିଟର ଦୁରତାରେ ଅବସ୍ଥିତ ବିଭିନ୍ନ ଗ୍ରାମ ପରିକ୍ରମା କରି ଥିଲେ। ଛତ୍ରୀ ଚାମର ସେବା ସହ ମା ଭୈରବୀଙ୍କୁ ନିର୍ମିତ ହାତୀ ଘୋଡ଼ା ଓ ରଙ୍ଗବେରଙ୍ଗ କାଗଜ ସୋଲ ଫୁଲ ପଟୁଆରରେ ଡ଼ାବରଧୁଆ ପାଟଣା,ଡ଼ାବରଧୁଆ ଓ ଚୁଡ଼ା ନୂଆସାହି ରେ ପରିକ୍ରମଣ କରିବା ସମୟରେ ଅନେକ ଦୁଆରେ ଭୋଗ ଲାଗି ହୋଇଥିଲା।ମଧ୍ୟାହ୍ନ ପରେ ମା ଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ସେଠାରେ ଯଥା ରୀତି ହୋମ ଯଜ୍ଞ୍ୟ କରାଯାଇ ମାଙ୍କ ପୂଜା ବିଧି ସମ୍ପନ୍ନ ହୋଇଥିଲା।ଅପରାହ୍ନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରାମ ନାଟକ ଅନୁଷ୍ଠିତ ହୋଇଥିଲା।ସବୁଜ ବନାନୀ ଭରା ପାହାଡ ମଧ୍ୟ ଭାଗରେ ମା ଙ୍କ ପୀଠରେ ଅନୁଷ୍ଠିତ ଏହି ପୂଜାଉତ୍ସବ ଅବଲୋକନ କରିବାକୁ ନିକଟବର୍ତୀ ବୋଲଗଡ଼,ଚୁଡ଼ା,ରୋଳସିଂ, ବେଲପଦର ,କପାସିଆ,ଗୋପାଳିପଡ଼ା ଓ ଅନ୍ୟାନ୍ୟ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ ଜମାଇଥିଲେ।ଗ୍ରାମ୍ୟ ସଭାପତି ବ୍ରଜବନ୍ଧୁ ନାୟକ,ଶରତ ସାହୁ,ଭଗବାନ ସାହୁ,ଟୁଲୁ ମହାରଣା,ବେଣୁଧର ପରିଜା,ସତ୍ୟ ସୁନ୍ଦର ସୁବୁଦ୍ଧି ଙ୍କ ସମେତ ମା ଭୈରବୀ ପୂଜା କମିଟିର ସମସ୍ତ ସଦସ୍ୟ ଏହି ବାର୍ଷିକୋତ୍ସବ ପୂଜା ପରିଚାଳନାରେ ସହଯୋଗ କରିଥିଲେ।
Recent Comments