କଣିହାଁ,୧୩/୧୧/୨୦୨୪(ଆଧାର ଓଡ଼ିଆ)ଅନୁଗୋଳ ଜିଲା କଣିହାଁ ଠାରେ ୭ ତାରିଖ ଗୁରୁବାର ଏନଟିପିସି ର ୫୦ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ,ଗ୍ରାଣ୍ଡ ସୁବର୍ଣ୍ଣ ଯୁବଲି ଦିବସ ପାଳନ ହୋଇଯାଇଛି,ଏହି ଉତ୍ସବ ରେ ଏନଟିପିସି କର୍ମଚାରୀ ମାନେ ଏକତ୍ରିତ ହୋଇ ପୂର୍ବାହ୍ନ ରେ ପାୱାର ୱାକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ,ଏନଟିପିସିର , ପ୍ରୋଜେକ୍ଟ ହେଡ଼,ଶ୍ରୀ ଏ.କେ ସେହଗଲ ଏନଟିପିସି ର ପ୍ରଶାସନିକ ଭବନ ଠାରେ ପତାକା ଉତ୍ତୋଳନ କରି ଏନଟିପିସି କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିଥିଲେ,ଶ୍ରୀ ସେହଗଲ,କମ୍ପାନୀର ପ୍ରତ୍ୟେକ କର୍ମଚାରୀ,ଯେପରି ସିଆଇ ଏସ ଏଫ,ଆଇ ସି ଏଚ,କଣ୍ଟ୍ରାକ୍ଟର ଏଜେନ୍ସି,ଜନ ପ୍ରତିନିଧି,ସ୍ଥାନୀୟ ଜନ ସାଧାରଣ ଓ ମିଡ଼ିଆ ସଂଗଠନ,ଏନଟିପିସି ଉପରେ ନିରନ୍ତର ସମର୍ଥନ ଓ ଆତ୍ମବିଶ୍ଵାସ କରି ଆସିଥିବାରୁ ଅମସ୍ତଙ୍କୁ,ଶ୍ରୀ ସେହଗଲ ପ୍ରଶଂସା କରିଥିଲେ,ନିକଟ ଅତୀତରେ କମ୍ପାନୀର ସଫଳତା ଓ ପ୍ରଶଂସା କରିବା ସହିତ କର୍ମଚାରୀ ମାନଙ୍କୁ ନିରାପତ୍ତା,ଗୁଣଵତା ଓ ଉତ୍ପାଦନରେ ନୂତନ ମାନଦଣ୍ଡ ସ୍ଥିର କରିବାକୁ ଶ୍ରୀ ସେହଗଲ ପ୍ରକାଶ କରିଥିଲେ, ସମସ୍ତ ଜିଏମଏସ,ଏଚଓ ଏଚଆର,ୟୁନିଅନ ଆସୋସିଏସନ ପ୍ରତି ନିଧିମାନେ ଏହି ଉତ୍ସବରେ ଯୋଗ ଦାନ ପରେ ସମସ୍ତ କର୍ମଚାରୀ ପ୍ରସାସନିକ ବିଲଡିଂ ଅଡ଼ିଟୋରିଅମ ହଲ ଠାରେ ଏକତ୍ରିତ ହୋଇ କର୍ପୋରେଟ ସେଣ୍ଟରରୁ ଏନଟିପିସି ରେଜିଙ୍ଗଡେ ଉତ୍ସବର ଲାଇଭ ୱେବକ୍ୟାଷ୍ଟ କରିଥିଲେ lସିଏମଡି ଶ୍ରୀ ଗୁରୁଦୀପ ସିଂ ଙ୍କ ଠିକଣାରେ ୱେବକ୍ୟାଷ୍ଟ ମାଧ୍ୟମରେ ସନ୍ଧ୍ୟା ସମୟର ସେଲିବ୍ରସନ ପ୍ରେରଣ କରାଯାଇଥିଲା,ଏନଟିପିସି ଟାଉନସିପ ପଡିଆ ଠାରେ,ଏକ ଗ୍ରାଣ୍ଡ ମ୍ୟୁଜିକାଲ ଉତ୍ସବ ରାତିର ପ୍ରଥମ ପ୍ରହାର ପର୍ଯ୍ୟନ୍ତ ଆୟୋଜନ କରାଯାଇ ଇଣ୍ଡିଆନ ଆଇଡୋଲୋଜି ର ପ୍ରଖ୍ୟାତ ବଲିଓଡ଼ ଗାୟକ ମାନେ,ମଞ୍ଚରେ ମଞ୍ଚାସିନ ହୋଇ,ରଙ୍ଗୀନ ଝିଲି ମିଲି ଆଲୁଅରେ, ନାଚ ଗୀତ ଭଜନ ଗାଈ ଦର୍ଶକଙ୍କୁ ଆକର୍ଷିତ କରି ଥିଵା ପିଆରଓ, ଶାନ୍ତି ଲାକ୍ରା ଙ୍କ ସୂତ୍ରରୁ ଜଣା ଯାଇଛି।
Recent Comments