logo
add image
ବୋଇତ ବନ୍ଦାଣ ସହିତ ପିର ଜହାନିଆଁ ବାଲିଯାତ୍ରା ଆରମ୍ଭ।ପଚାଶ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ।

ବୋଇତ ବନ୍ଦାଣ ସହିତ ପିର ଜହାନିଆଁ ବାଲିଯାତ୍ରା ଆରମ୍ଭ।ପଚାଶ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ।

କାକଟପୁର,୫/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଛୁରିଅନା ଗ୍ରାମପଞ୍ଚାୟତ ର ପୀର ଜାହାନିଆ ପୀଠ ଠାରେ ଶୁକ୍ରବାର ଦିନ ବାଲିଯାତ୍ରା ଆରମ୍ଭ ହୋଇଛି।ସକାଳ ୭ ଘଟିକା ରେ,ଓଡ଼ିଶା ସରକାର ଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କୁ ଉଜିବିତ ରଖିବା ଉଦ୍ଦେଶ୍ୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବୋଇତକୁ ଶୁ ସଜିତ କରାଗଲା ପରେ ପୂଜକ  ଙ୍କ ଦ୍ଵାରା ହୋମ ଯଜ୍ଞ ଆଦି କରାଯାଇ ସରପଞ୍ଚ ଖିରୋଦ କାଣ୍ଡି ନଡ଼ିଆ ବାଡେଇ ଶୁଭାରମ୍ଭ କରିଥିଲେ।ସମିତି  ସଭ୍ୟ ବିମ୍ବାଧର ବିଶ୍ଵାଳ,ଅସ୍ତରଙ୍ଗ ଥାନାର ସବ୍ ଇନସପେକ୍ଟର ଦୀପକ ସାମନ୍ତ ସିଂହାର,ଅସ୍ତରଙ୍ଗ  ଅଗ୍ନିଶ୍ରମ୍ ବାହିନୀର ସୂଜିତି କୁମାର ଭୋଇ, ହାବିଲଦାର ଯଶୋବନ୍ତ ପ୍ରଧାନ,ପରେ ଅସ୍ତରଙ୍ଗ ବ୍ଲକ ବିଡିଓ ମଧୁସ୍ମିତା ବେହେରା ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ଆଦି ସାମିଲ ହୋଇ ବୋଇତ ବନ୍ଦାଣ ର ଉଦେଶ୍ୟ ସହ,ନୌ ବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ।ଅପର ପକ୍ଷରେ,ସକାଳୁ ସକାଳୁ ସମୁଦ୍ର ରେ ସହ ସହ ଭକ୍ତ ବୁଡ ପକାଇ ପୀରବାବା ଙ୍କୁ ଦର୍ଶନ କରୁଥିବା ଦେଖା ଯାଇଥିଲା।ଦୋକାନ ବଜାର ସହ ବିଭିନ୍ନ ରଙ୍ଗ ବେରଙ୍ଗର ସାଜ ସଜା ମେଳା ପଡିଆକୁ ସରସ ସୁନ୍ଦର କରିଛି।ବହୁ ଦୂର ଦୁରାନ୍ତରୁ ଲୋକ ମାନେ ଆସି ସମୁଦ୍ର ବେଲାଭୂମିରେ ବଣ ଭୋଜି କରି ମଜା ନେଉ ଥିବାର ଦେଖିବାକୁ ମିଳିଥିଲା।ଯାତ୍ରା ସ୍ଥଳରେ ବ୍ଲକ ବିଡିଓ,ସସ୍ମିତା ବେହେରା,ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ,ସହ ପୋଲିସ ବିଭାଗ, ପାନୀୟ ଜଳ ବିଭାଗ,ଅଗ୍ନିଶ୍ରମ ବିଭାଗ,ସ୍ୱାସ୍ଥ ବିଭାଗ ବିଦୁତ ବିଭାଗ ସମେତ,ସରକାରୀ ସ୍ଥରିୟ ବହୁ କର୍ମଚାରୀ ଉପସ୍ଥିତ ରହି ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।ପୁରୀ ଜିଲ୍ଲା ର ଅତିରିକ୍ତ ଏସପି,ବିଷ୍ଣୁ ମୋହନ ପତି,ଗୋପ ଥାନା ଆଇ ଆଇ ସି,ପ୍ରଶାନ୍ତ ପଢ଼ୀଆରି ଅସ୍ତରଙ୍ଗ ଥାନା ଆଇଆଇସି ରାଜେଶ କୁମାର ବଳିଆର ସିଂ ପ୍ରମୁଖ ଯାତ୍ରା ସ୍ଥଳରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ସ୍ଵତନ୍ତ୍ର ଦୃଷ୍ଟି ରଖିଥିବା ଦେଖିବାକୁ ମିଳିଥିଲା।

Recent Comments

Leave Comments

Top