logo
add image
ବଲାଙ୍ଗିର ରେ ଜନଜାତୀୟ ଗୌରବ ଦିବସ ପାଳିତ,ଶୁଭାରମ୍ଭ ହେଲା “ଧରତୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ।

ବଲାଙ୍ଗିର ରେ ଜନଜାତୀୟ ଗୌରବ ଦିବସ ପାଳିତ,ଶୁଭାରମ୍ଭ ହେଲା “ଧରତୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ।

ପୂର୍ବତନବଲାଙ୍ଗିର,୧୫/୧୧/୨୦୨୪(ଆଧାର ମିଡ଼ିଆ)ଆଜି ବଲାଙ୍ଗିର ସଦର ମହକୁମା ସ୍ଥିତ କୋଶଳ କଳା ମଣ୍ଡଳ ପଡିଆଠାରେ ଅନ୍ୟତମ ବିଶିଷ୍ଠ ଆଦିବାସୀ ନେତା ତଥା ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ସହିଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ତଥା ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ“ଧରତୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ”ର ଶୁଭାରମ୍ଭ ହୋଇଛି।ସମାରୋହର ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତି ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି,ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂ ଦେଓ,କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ,ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର,ପୌରାଧ୍ୟକ୍ଷ୍ୟା ଲିକା ସାହୁ,ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ଉପସ୍ଥିତ ରହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଦୃଢ ପରିଶ୍ରମ କରିବାକୁ କହିଥିଲେ।ସମସ୍ତ ମଞ୍ଚାସୀନ ଅତିଥିଙ୍କ ସମେତ ଜିଲ୍ଲାର ୧୪ ଗୋଟି ବ୍ଲକରୁ ଆସିଥିବା ଦୁଇ ହଜାରରୁ ଅଧିକ ଜନଜାତି ହିତାଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜମୁଇ,ବିହାର ଠାରେ ଆୟୋଜିତ ହେଉଥିବା ଜନଜାତୀୟ ଗୌରବ ଦିବସ ପାଳନ ତଥା ଭବ୍ୟ କାର୍ଯ୍ୟକ୍ରମକୁ ଆଭାସୀ ମଧ୍ୟମରେ ଯୋଡିତ ଥିଲେ।ଜିଲ୍ଲାର ସମସ୍ତ ବିଭାଗ ପ୍ରଦର୍ଶନୀ ମେଢ/ଷ୍ଟଲ ଠାରେ ଆଇ ଇ ସି ସାମଗ୍ରୀ ପ୍ରଦର୍ଶିତ କରି ବିଭିନ୍ନ ସରକାରୀ ସୁବିଧା ତଥା ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିଥିଲେ ଏବଂ ଜିଲ୍ଲା ପ୍ରସାଶନ ଦ୍ଵାରା ଶିକ୍ଷା,କ୍ରିଡା ଭଳି ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ଜନଜାତି ବର୍ଗର ଲୋକଙ୍କୁ ସମ୍ମାନିତ କରିବା ସହ ଏଫଆରଏ ପଟା ହିତାଧିକାରୀଙ୍କୁ ମଞ୍ଚରେ ପ୍ରଦାନ କରାଯାଇଥିଲା।ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅଭିଯାନର ଲକ୍ଷ୍ୟ ପୂରଣ କରିବା ପାଇଁ ସମସ୍ତ ବିଭାଗ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ତୃଣାମୂଳ ସ୍ତରର ସ୍ଥିତି ଆକଳନ କରିବା ସହ ଗ୍ରାମର ଉନ୍ନତି ଓ ଲୋକଙ୍କ ଜୀବନ ଜୀବିକାର ଅଭିବୃଦ୍ଧି ନିମନ୍ତେ ଯୋଜନା ପ୍ରସ୍ତୁତ କରି ସେଗୁଡିକୁ କାର୍ଯ୍ୟକାରି କରିବେ।ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ମାଧ୍ୟମରେ ସମସ୍ତ ଅଧିବାସୀ ଗ୍ରାମରେ ସକ୍ଷମ ଭିତ୍ତିଭୂମି ବିକାଶ କରିବା ପାଇଁ ଯୋଗ୍ୟ ଅନୁସୂଚିତ ଜନଜାତି ପରିବାରକୁ ପିଏମ୍ଏୱାଇ(ଗ୍ରାମୀଣ)ଅଧୀନରେ ପକ୍କା ଘର, ଜଳ ଜୀବନ ମିଶନ,ବିଦ୍ୟୁତ ଯୋଗାଣ ସହ ଆୟୁଷ୍ମାନ ଭାରତ କାର୍ଡ (ପିଏମଜେଏୱାଇ)ର ସୁବିଧା ଯୋଗାଇ ଦିଆଯିବ।ଗ୍ରାମ ଭିତ୍ତିଭୂମିରେ ଉନ୍ନତି ଆଣିବା ନିମନ୍ତେ  ଅନୁସୂଚିତ ଜନଜାତି ବହୁଳ ଗ୍ରାମଗୁଡିକୁ ପିଏମଜିଏସୱାଇ ସଡ଼କ ସଂଯୋଗ ସୁନିଶ୍ଚିତ କରିବା ସହ ଭାରତ ନେଟ୍ ମୋବାଇଲ ଟାୱାର ଏବଂ ଇଣ୍ଟରନେଟ୍ ସୁବିଧାର ବ୍ୟବସ୍ତା କରାଯିବ।ଏନ୍ଏଚ୍ଏମ୍,ସମଗ୍ର ଶିକ୍ଷା ଏବଂ ପୋଷଣ ଅଭିଯାନ ମଧ୍ୟମରେ ସ୍ୱାସ୍ଥ୍ୟ,ପୋଷଣ ଏବଂ ଶିକ୍ଷାର ଉନ୍ନତି ପାଇଁ ଭିତ୍ତିଭୂମି ପ୍ରଦାନ କରାଯିବ।ଅର୍ଥନୈତିକ ସଶକ୍ତୀକରଣକୁ ପ୍ରୋତ୍ସାହନ କରିବା ପାଇଁ ଦକ୍ଷତା ବିକାଶ ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଉନ୍ନତ ଜୀବିକା (ଆତ୍ମନିଯୁକ୍ତି)ପ୍ରଶିକ୍ଷଣ (ସ୍କିଲ୍ ଇଣ୍ଡିଆ ମିଶନ/ଜେଏସ୍ଏସ୍)ର ସୁବିଧା ପ୍ରଦାନ କରିବା ସହ ପ୍ରତିବର୍ଷ ଦଶମ/ଦ୍ୱାଦଶ ଶ୍ରେଣୀ ପରେ ଅନୁସୂଚିତ ଜନଜାତି ବାଳକ/ବାଳିକାମାନେ ଯେପରି ଦୀର୍ଘମିଆଦୀ ଦକ୍ଷତା ପାଠ୍ୟକ୍ରମ ପାଇପାରିବେ ତାହା ସୁନିଶ୍ଚିତ କରି ଏଫ୍ଆରଏ ପଟ୍ଟାଧାରୀମାନଙ୍କୁ ଆଦିବାସୀ ବହୁମୁଖୀ ମାର୍କେଟିଂ ସେଣ୍ଟର,ଆବାସ ପର୍ଯ୍ୟଟନ ଏବଂ କୃଷି,ପଶୁପାଳନ ଏବଂ ମତ୍ସ୍ୟ ଚାଷ ଏବଂ ମାର୍କେଟିଂ ପାଇଁ ସହାୟତା ପ୍ରଦାନ କରାଯିବ।ଉତ୍ତମ ଶିକ୍ଷାର ଉପଲବ୍ଧତାର ସାର୍ବଜନୀନୀକରଣ ନିମନ୍ତେ ଜିଲ୍ଲା/ବ୍ଲକସ୍ତରରେ ସମଗ୍ର ଶିକ୍ଷା ଅଭିଯାନ ମଧ୍ୟମରେ ବିଦ୍ୟାଳୟ ଗୁଡିକରେ ଆଦିବାସୀ ହଷ୍ଟେଲ ପ୍ରତିଷ୍ଠା କରି ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ସୁଲଭ ଓ ଉପଲବ୍ଧ କରାଯିବ।ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ଅନୁସୂଚିତ ଜନଜାତି ପରିବାରମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବା ସହ ଶିଶୁ ଏବଂ ମାତୃ ମୃତ୍ୟୁହାରରେ ଜାତୀୟ ମାନଦଣ୍ଡରେ ପହଞ୍ଚିବା ପାଇଁ ସମତଳ ଅଞ୍ଚଳରେ ୧୦ କିଲୋମିଟରରୁ ଅଧିକ ଦୂରରେ ଉପକେନ୍ଦ୍ର ଏବଂ ପାହାଡ଼ିଆ ଅଞ୍ଚଳରେ ୫ କିଲୋମିଟରରୁ ଅଧିକ ଥିବା ଅଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ମାଧ୍ୟମରେ ଟିକାକରଣର ବ୍ୟାପକତାକୁ ସୁନିଶ୍ଚିତ କରାଯିବ।ଆଦିବାସୀ ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ଉପଯୋଗ କରିବା ଏବଂ ଆଦିବାସୀ ସମ୍ପ୍ରଦାୟକୁ ବିକଳ୍ପ ଜୀବିକା ଯୋଗାଇବା ପାଇଁ ପର୍ଯ୍ୟଟନ ମନ୍ତ୍ରଣାଳୟ ମାଧ୍ୟମରେ ସ୍ୱଦେଶ ଦର୍ଶନ ଅଧୀନରେ ହୋମ ଷ୍ଟେ କୁ ପ୍ରୋତ୍ସାହିତ କରାଯିବ।ପର୍ଯ୍ୟଟନ ସମ୍ଭାବନା ଥିବା ଗ୍ରାମଗୁଡିକରେ ଗୋଟିଏ ଗାଁରେ ୫-୧୦ଟି ହୋମ ଷ୍ଟେ ନିର୍ମାଣ ପାଇଁ ଆଦିବାସୀ ପରିବାର ଓ ଗାଁକୁ ପାଣ୍ଠି ଯୋଗାଇ ଦିଆଯିବ।ପ୍ରତ୍ୟେକ ପରିବାର ଦୁଇଟି ନୂତନ କୋଠରୀ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଏବଂ ବିଦ୍ୟମାନ କୋଠରୀର ନବୀକରଣ ପାଇଁ ୩ ଲକ୍ଷ ଟଙ୍କା ପାଇବାକୁ ଯୋଗ୍ୟ ହେବେ।ଗାଁ ର ଗୋଷ୍ଠୀ ଆବଶ୍ୟକତା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ।ଜଙ୍ଗଲ ଅଞ୍ଚଳରେ ରହୁଥିବା ୨୨ ଲକ୍ଷ ଏଫ୍ଆରଏ ପଟ୍ଟାଧାରୀଙ୍କ ଉପରେ ବିଶେଷ ଧ୍ୟାନ ଦେବା ସହ ଆଦିବାସୀ ବ୍ୟାପାର,ପଞ୍ଚାୟତିରାଜ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ପଶୁପାଳନ ଓ ମତ୍ସ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି ବିଭିନ୍ନ ଯୋଜନାର ଲାଭ ପ୍ରଦାନ କରାଯିବ।ବିଚାରାଧୀନ ଏଫଆରଏ ଦାବିକୁ ତ୍ୱରାନ୍ୱିତ କରିବା ପାଇଁ ଉତ୍ସାହିତ କରିବା ପାଇଁ ବ୍ଲକ,ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସମସ୍ତ ଅଂଶୀଦାର ଏବଂ ଅଧିକାରୀଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯିବ।ପିଏମ୍-ଶ୍ରୀ ବିଦ୍ୟାଳୟ ଭଳି ଆଶ୍ରମ ବିଦ୍ୟାଳୟ/ହଷ୍ଟେଲ/ଆଦିବାସୀ ବିଦ୍ୟାଳୟ/ରକାରୀ ଆବାସିକ ବିଦ୍ୟାଳୟର,ଭିତ୍ତିଭୂମିରେ ଉନ୍ନତି କରାଯିବ।ପ୍ରସବ ପୂର୍ବ ନିର୍ଣ୍ଣୟ ଉପରେ ବିଶେଷ ଗୁରୁତ୍ୱ ଦେଇ ସିକଲ୍ ସେଲ୍ ଭଳି ବିଭିନ୍ନ ରୋଗ ନିରୂପଣ ପାଇଁ ଆଗୁଆ ସୁବିଧା ଯୋଗାଇ ଦିଆଯିବ ଏବଂ ୬ କୋଟି ଟଙ୍କା/ସିଓସି ବ୍ୟୟରେ ପ୍ରସବ ପୂର୍ବ ନିର୍ଣ୍ଣୟ ପାଇଁ ବୈଷୟିକ ଜ୍ଞାନକୌଶଳ,କର୍ମଚାରୀ ଏବଂ ଗବେଷଣା କ୍ଷମତା ରହିବ।ଆଦିବାସୀ ଉତ୍ପାଦ ଗୁଡିକର  ପ୍ରଭାବଶାଳୀ ମାର୍କେଟିଂ ଏବଂ ବଜାର ଭିତ୍ତିଭୂମି, ସଚେତନତା,ବ୍ରାଣ୍ଡିଂ,ପ୍ୟାକେଜିଂ ଏବଂ ପରିବହନ ସୁବିଧାରେ ଉନ୍ନତି ଆଣିବା ସହ ଉପଯୁକ୍ତ ମୂଲ୍ୟ ପାଇବାରେ ସେମାଙ୍କୁ ସକ୍ଷମ କରିବା ପାଇଁ ଆଦିବାସୀ ବହୁମୁଖୀ ମାର୍କେଟିଂ ସେଣ୍ଟର ପ୍ରତିଷ୍ଠା କରାଯିବ। ଏହି  ଅଭିଯାନ ଅଧୀନରେ ଅନ୍ତର୍ଭୁକ୍ତ ସମସ୍ତ ଆଦିବାସୀ ଗ୍ରାମଗୁଡ଼ିକୁ ପିଏମ୍ ଗତି ଶକ୍ତି ପୋର୍ଟାଲରେ ମ୍ୟାପିଂ କରାଯିବ ଏବଂ ସମ୍ପୃକ୍ତ ବିଭାଗ ଦ୍ଵାରା ନିଜ ଯୋଜନାର ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଚିହ୍ନଟ କରିଥିବା ବ୍ୟବଧାନକୁ ମ୍ୟାପିଂ କରାଯିବ।ବ୍ୟକ୍ତିଗତ ଏବଂ ଆର୍ଥିକ ଅଗ୍ରଗତି କୁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ପ୍ଲାଟଫର୍ମର ତଦାରଖ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ପୁରସ୍କୃତ କରାଯିବ।କେନ୍ଦ୍ର ସରକାରଙ୍କ ଜନଜାତୀ ଲାଭାର୍ଥୀଙ୍କ ସଶକ୍ତିକରଣ ତଥା ସମ୍ପୂର୍ଣ ବିକାଶ ପାଇଁ ଆରମ୍ଭ କରିଛନ୍ତି “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ”।ଏହି ଯୋଜନା ମାଧ୍ୟମରେ ସାମାଜିକ ଭିତ୍ତିଭୂମି,ସ୍ୱାସ୍ଥ୍ୟ, ଶିକ୍ଷା,ଜୀବିକାରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ସମନ୍ୱୟ ଏବଂ ପ୍ରସାର ମାଧ୍ୟମରେ ଦୂର କରିବା ସହ ଜନଜାତିଙ୍କ ପାଇଁ ନିରାପଦ ବାସସ୍ଥାନ, ବିଶୁଦ୍ଧ ପାନୀୟଜଳ ଏବଂ ପରିମଳ,ଶିକ୍ଷା ଗ୍ରହଣ,ସ୍ୱାସ୍ଥ୍ୟ ଏବଂ ପୁଷ୍ଟିରେ ଉନ୍ନତି ଆଣି ରାସ୍ତା ଓ ଦୂରସଞ୍ଚାର ଯୋଗାଯୋଗ,ବିଦ୍ୟୁତୀକରଣ,ସ୍ଵଚ୍ଛ ଏବଂ ନବୀକରଣଯୋଗ୍ୟ ଶକ୍ତିର ପ୍ରୋତ୍ସାହନ ସହ ଜନଜାତିକୁ ଏକ ଦୀର୍ଘସ୍ଥାୟୀ ଜୀବିକାର ସୁଯୋଗ ଦେବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ୧୭ଟି ମନ୍ତ୍ରଣାଳୟ/ବିଭାଗର ୨୫ ଗୋଟି କାର୍ଯ୍ୟକ୍ରମକୁ ତ୍ଵରାନୀତ କରାଯିବ।ଆଜିର ଏହି ଉତ୍ସବରେ ବିଭିନ୍ନ ବିଭାଗ ଏବଂ ପିରାମଲ ଫାଉଣ୍ଡେସନ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା।ଏହା ଦ୍ୱାରା ସମାଜର ବିଭିନ୍ନ ଶ୍ରେଣୀର ଲୋକ ଜନଜାତି ବିଷୟରେ ଜାଣିବା ସହ ସରକାରଙ୍କର ବିଭିନ୍ନ ପଦକ୍ଷେପ ବିଷୟରେ ଜାଣିପାରିବେ।

Recent Comments

Leave Comments

Top