logo
add image
ଶ୍ରୀମଦ ଭାଗବତ ପାରାୟଣ ସପ୍ତାହ ପାଳିତ।

ଶ୍ରୀମଦ ଭାଗବତ ପାରାୟଣ ସପ୍ତାହ ପାଳିତ।

କାକଟପୁର,୧୫/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)ହିନ୍ଦୁ ଧର୍ମ ତଥା ଆମ ଓଡ଼ିଆଙ୍କ ପାଇଁ କାର୍ତ୍ତିକ ମାସର ମହତ୍ତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ। କାର୍ତ୍ତିକ ମାସକୁ ଧର୍ମ ମାସ ହିସାବରେ ଗଣନା କରାଯାଏ।ଅଧୁନା ଯୁଗରେ ଗାଁ ପରିବେଶରେ ସହରୀ ସଭ୍ୟତାର ପ୍ରବେଶ ପରେ ଧୀରେ ଧୀରେ ଗାଁ ରୁ ହଜିବାକୁ ଲାଗିଲାଣି ବହୁବର୍ଷ ଧରି ବଞ୍ଚି ରହିଥିବା କଳା,ସଂସ୍କୃତି ଓ ପରମ୍ପରା।ଜଗନ୍ନାଥ ସଂସ୍କୃତି ତଥା ଓଡ଼ିଆଙ୍କ ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭାଗବତ।ମୁଖ୍ୟତଃ ଭାଗବତ ଟୁଙ୍ଗୀ କ୍ରମଶଃ ଗ୍ରାମାଞ୍ଚଳରେ ଲୋପ ପାଇବାକୁ ବସିଥିବା ବେଳେ ପୁରୀଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ସୋମନାଥପୁର ତ୍ରିପାଠୀ ସାହୀ ଓ ମୁଦୁଲି ସାହୀ ଗ୍ରାମବାସୀ ମାନେ ମିଳିତ ଭାବେ ଆଜି ବି ଏହି ପରମ୍ପରାକୁ ବଞ୍ଚେଇ ରଖିଛନ୍ତି।ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଧର୍ମ ମାସ କାର୍ତ୍ତିକ ଅଵସରରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଗତ ୯ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଆୟୋଜିତ ହୋଇଯାଇଛି।ଏଥି ସହିତ ଭାଗବତ ର ଅଧ୍ୟାୟ ହିସାଵରେ କୃଷ୍ଣ ଜନ୍ମ,ନନ୍ଦ ଉତ୍ସବ ପାଳନ ସହ ଭଜନ କୀର୍ତ୍ତନ ଗାଁ ପରିବେଶ କୁ ରୁଦ୍ଧିମନ୍ତ କରିଥାଏ।ରାସ ପୁର୍ଣିମା ଅବସରରେ କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ପୂର୍ବକ ଗ୍ରାମର ୧୨ ଜଣ ବରିଷ୍ଠ ନାଗରିକଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସେମାନେ ସେମାନଙ୍କର ପୂର୍ବ ଅଭିଜ୍ଞତାକୁ ଗ୍ରାମବାସୀ ମାନଙ୍କ ନିକଟରେ ବଖାଣି ଥିଲେ।ପର୍ଶୁରାମ ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ଅରକ୍ଷିତ ମୁଦୁଲି, କେଦାର ଦାଶ,ନିମେଇଁ ଚରଣ ତ୍ରିପାଠୀ,ଝରି ମୁଦୁଲି,ବୃନ୍ଦାବନ ତ୍ରିପାଠୀ,ବିକାଶ ମୁଦୁଲି ପ୍ରମୁଖ ଗ୍ରାମବାସୀ ମାନେ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ସହିତ ସମାଜର ଉନ୍ନତି ନିମନ୍ତେ ଉକ୍ତ ଭାଗବତ ସପ୍ତାହ କାର୍ଯ୍ୟକ୍ରମକୁ ପ୍ରତିବର୍ଷ ଅତ୍ୟନ୍ତ ନିଷ୍ଠା ଓ ବିଶ୍ୱାସର ସହିତ କରିବାପାଇଁ ସଂକଳ୍ପ ନେଇଥିଲେ।
 

Recent Comments

Leave Comments

Top