logo
add image
 ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ସୋନପୁର ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା।

ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ସୋନପୁର ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା।

ସୋନପୁର,୨୪/୧୧/୨୦୨୪(ଆଧାର ମିଡ଼ିଆ)ସ୍ଥାନୀୟ  ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟ ପରିସରରେ"ଷଷ୍ଠ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି" ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ  ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସୋନପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦ୍ଭଗବତଗୀତାର ଚତୁର୍ଥ ଅଧ୍ୟାୟ ଆବୃତ୍ତି କରିଥିଲେ।ସୋନପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ରେଣୁକା ମିଶ୍ର ଦୀପ ପ୍ରଜ୍ବଳନ ପୂର୍ବକ ପ୍ରତିଯୋଗିତା ଉଦ୍ଘାଟନ କରିଥିଲେ।ଆକାଶ ବିଶ୍ବାଳଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିଯୋଗୀତାରେ କ' ବିଭାଗରୁ ସ୍ୱୟଂପ୍ରଭା ମିଶ୍ର,ସୁଲଗ୍ନା କଣ୍ଟା,ରାଜରଘୁବୀର ମିଶ୍ର ଖ' ବିଭାଗରୁ ସିମ୍ରନ ସାହୁ,ପ୍ରତ୍ୟୁଷା ପି.ଦାସ,ଦିବ୍ୟ ପଣ୍ଡା ,ଗ' ବିଭାଗରୁ ଆଦେଶ ଥନାପତି,ଯସ୍ମୀନ ଆଚାର୍ଯ୍ୟ,ତ୍ରିଷ୍ଣା ତମାନ୍ନା ଗୁରୁ ଓ ଘ'ବିଭାଗରୁ ଲଷ୍ମୀପ୍ରିୟା ପଧାନ,ଅର୍ପିତା ସୁମନ ମହାନ୍ତି,ଅଙ୍କିତା ସାହୁ ପୁରସ୍କୃତ ହୋଇ ଆସନ୍ତା ଡ଼ିସେମ୍ବର ୨୬ ରେ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ ,ପୁରୀରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।ତରଭା ଏନଏସି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶମ୍ଭୁ ଭୂଷଣ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ କୈଳାଶଚନ୍ଦ୍ର ଚାନ୍ଦ ମୁଖ୍ୟବକ୍ତା ରୂପେ ଯୋଗଦେଇ  ଆଜିର ଯୁବସମାଜ ହିଁ ଏକ ସଂବୃଦ୍ଧ ଭାରତ ଗଠନରେ ସହାୟକ ହୋଇ ପାରିବେ ବୋଲି କହିଥିଲେ।ସୋନପୁର ଜିଲ୍ଳାର ସୁନାମଧନ୍ୟ ସଂସ୍କୃତ ବିଦ୍ୱାନ ତଥା ଗୀତାପ୍ରେମୀ ଯଥା ଡ଼. ସୁରେଶ କୁମାର ପଣ୍ଡା,ପଦ୍ମନାଭ ନନ୍ଦ,ସୋମିତ୍ରୀ ନାୟକ,ଲକ୍ଷ୍ମୀନାରାୟଣ ପୂଜାହାରି, ସନ୍ତୋସିନୀ ନାୟକ,ସାବିତ୍ରୀ ବର୍ମା,ହରିଶ୍ଚନ୍ଦ୍ର ହୋତା,ସଂଜୁରାଣୀ ସିଂ,କୃଷ୍ଣଚନ୍ଦ୍ର ରଥ,ଡ଼ଃ ପଦ୍ମନାଭ ମେହେର,ଡ଼ଃ ସୁରେଶ ଚନ୍ଦ୍ର ପଧାନ,ନିତ୍ୟାନନ୍ଦ ପଧାନ ପ୍ରମୁଖ ବିଚାରପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ।ପ୍ରଜ୍ଞାନ ମିଶନର କାର୍ଯ୍ୟକର୍ତ୍ତା ଶ୍ରୀବାଳଗୋପାଳ ଚାନ୍ଦ ଓ ସହସ୍ରାଂସୁ ପଟ୍ଟନାୟକ ପୁରସ୍କାର ବିତରଣରେ ସାହାଯ୍ୟ କରିଥିଲେ।ଗୀତା ଆବୃତ୍ତି ପ୍ରତିଯୋଗିତା ଦ୍ୱାରା ଶିଶୁମାନଙ୍କ ମନରେ ଭାରତୀୟ ସଂସ୍କୃତି ଓ ବିଚାରାଧାରାର ଉଦ୍ରେକ ହେଉଥିବାରୁ ବରେଣ୍ୟ ଅତିଥିଗଣ ପ୍ରଜ୍ଞାନ ମିଶନର ଭୁୟସୀ ପ୍ରଶଂସା କରିଥିଲେ।ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଶ୍ରୀ ଅଚ୍ୟୁତାନନ୍ଦ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ଲୋକେଶ ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
 

Recent Comments

Leave Comments

Top