ଯୋଡ଼ା/କେନ୍ଦୁଝର,୨୬/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ- ଟଙ୍କଧର ପାତ୍ର)ସମ୍ବିଧାନ ହେଉଛି ଭାରତ ର ଆତ୍ମା।ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ଏହି ବାର୍ତ୍ତା ଦିଏ ଆମ ଭାରତୀୟ ସମ୍ବିଧାନ।ସମଗ୍ର ଭାରତ ବର୍ଷରେ ଡ଼ା ବାବା ଭୀମ ରାଓ ଆମ୍ବେଦକରଙ୍କ ଅବଦାନ ଅମୂଲ୍ୟ,ତାଙ୍କର ଲିଖିତ ସମ୍ବିଧାନ ଯୋଗୁଁ ଭାରତର ଜନତା ଆଜି ନିଜର ଅଧିକାର ପାଇପାରିଛନ୍ତି ଓ ଲୋକମାନଙ୍କୁ ବଞ୍ଚିବାର ନୂଆ ରାସ୍ତା ଦେଖାଇଛନ୍ତି।ତେଣୁ ତାଙ୍କର ଲିଖିତ ସମ୍ବିଧାନ କୁ ମନେପକାଇ ଆଜି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ୮ ନମ୍ୱର ୱାର୍ଡ ସ୍ଥିତ ଭୀମ ରାଓ ଆମ୍ବେଦକର ଛକ ନିକଟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ଆଜି ସକାଳ ୯ ଘଟିକା ସମୟରେ ବେଶ ଧୂମଧାମ ସହକାରେ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ଏହି ସମ୍ବିଧାନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଡ଼ା ନଗରର ଉପନଗରପାଳ ଶ୍ରୀମତୀ ସନ୍ଧ୍ୟା ପାତ୍ର,ସଂମ୍ମାନୀୟ ଅତିଥି ଶ୍ରୀଯୁକ୍ତ ଅଗନୁ ମହାନ୍ତ, ଯୋଡ଼ା ବିଶ୍ଵ ହିନ୍ଦୁ ପରିଷଦର ସଭାପତି ଶ୍ରୀଯୁକ୍ତ ରଂଜିତ ମହାକୁଡ଼,୮ ନମ୍ୱର ୱାର୍ଡ କାଉନସିଲର ଶ୍ରୀଯୁକ୍ତ ଶୁଭମ ନାଏକ,୧୧ ନମ୍ୱର ୱାର୍ଡ କାଉନସିଲର ଶ୍ରୀଯୁକ୍ତ ବରୁଣ ଆପଟ,୨ ନମ୍ୱର ୱାର୍ଡ କାଉନସିଲର ସୁଶ୍ରୀ ସୌଦାମିନୀ ନାଏକ,ପାତ୍ର ତନ୍ତୀ କଲ୍ୟାଣ ସମିତିର ସମ୍ପାଦକ ଶ୍ରୀଯୁକ୍ତ ମାୟାଧର ପାତ୍ର,ଅତିଥି ଭାବେ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଅତିଥି ଗଣ ଙ୍କୁ ଓଡିଆ ରୀତିନୀତି ଅନୁଯାୟୀ ଚନ୍ଦନ ଲଗାଇ ଏବଂ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା।ଏହାପରେ ଅତିଥି ଗଣ ଙ୍କ ଦ୍ୱାରା ଡ଼ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ଓ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଆଜିର ସମ୍ବିଧାନ ଦିବସ ସଭାରେ ଅତିଥି ଗଣ ଭାରତୀୟ ସମ୍ବିଧାନ ଏବଂ ଡ଼ ଭୀମରାଓ ଆମ୍ବେଦକର ଙ୍କ ଅବଦାନ ଉପରେ ସୁନ୍ଦର ଅଭିଭାଷଣ ରଖିଥିଲେ।ଆଜିର ସଭା କାର୍ଯ୍ୟକୁ ଶ୍ରୀଯୁକ୍ତ ନରେଶ କୁମାର ପାତ୍ର ପରିଚାଳନା କରିଥିଲେ ଓ ଆଜିର ଏହି ମହାନ ସମ୍ବିଧାନ ଦିବସର କାର୍ଯ୍ୟକ୍ରମକୁ ଯୋଡ଼ା ପାତ୍ର ତନ୍ତୀ କଲ୍ୟାଣ ସମିତି ଏବଂ ଆମ୍ବେଦକର ସ୍ମୃତି କମିଟି ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଟିକୁ ଶ୍ରୀଯୁକ୍ତ ଭାସ୍କର ବେଣିପୁରୀ, ଗୋକୁଳ ପାତ୍ର,ରାମ ଚନ୍ଦ୍ର ପାତ୍ର, ନିରୁପମା ନାଏକ ପ୍ରମୁଖ ସହଯୋଗ କରିଥିଲେ |
Recent Comments