କଣିହାଁ,୨୭/୧୧/୨୦୨୪(ଆଧାର ମିଡ଼ିଆ)କଣିହାଁ ବ୍ଲକସ୍ଥିତ ପୁରୁଣା ହାଟପଡିଆ ଗାନ୍ଧୀ ଛକରେ ଚଳିତ ମାସ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଯୀଶୁ ଖ୍ରୀଷ୍ଟଙ୍କ ତୃତୀୟ ଅନୁଗ୍ରହ ମହୋତ୍ସବ ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଜାମସେଦପୁର ର ଯୀଶୁଙ୍କ ମହିମା ଗାନ ପ୍ରଚାରକ ଆଚାର୍ଯ୍ୟ ଜିତୁ ଲିମା ଯୋଗ ଦେଇଥିଲେ।ଶ୍ରୀ ଲିମା ଙ୍କ ବକ୍ତବ୍ୟ ରେ ମନୁଷ୍ୟ ସମାଜକୁ କର୍ମଜୀବି ଓ ଦିଗଦର୍ଶନ ଦେଇ ଆଲୋକପାତ କରିଥିଲେ। ମନୁଷ୍ୟ ଇଶ୍ୱର ବିଶ୍ବାସ ହୋଇ ଭଲ କର୍ମ କଲେ ଜଣେ ସଫଳାତା ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି।ସେହିପରି ଧାନ ବିଲ ରେ କୃଷକ ଭଲ ବିହନ ବୁଣିଲେ ଭଲ ଧାନ ଫସଲ ଅମଳ କରିଥାଏ।ଆସନ୍ତୁ ସମସ୍ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମୀ ଯୋଗ ଦାନ କରି ପ୍ରଭୁ ଆଶ୍ରିବାଦ ପାଆନ୍ତୁ। ଏହି ଆୟୋଜିତ କାର୍ଯ୍ଯକ୍ରମରେ ବିଭିନ୍ନ ପ୍ରାନ୍ତରୁ ୨୦ ରୁ ଉର୍ଦ୍ଧ୍ବ ଯୀଶୁ ଖ୍ରୀଷ୍ଟଙ୍କ ନେତୃତ୍ୱ ମଣ୍ଡଳୀ ର ଶତାଧିକ ପୁରୁଷ,ମହିଳା ଯୋଗ ଦେଇଥିଲେ।ପ୍ରଭୁଙ୍କର ବାକ୍ୟ ଶ୍ରବଣ କରିଥିଲେ।କଣିହାଁ ଅଞ୍ଚଳ ରେ ପ୍ରଭୁଙ୍କର ମଧୁର ଜ୍ଞାନ ବାଣୀ ଦ୍ଵାରା ଭକ୍ତିମୟ ପରିବେଶ ସୃଷ୍ଠି ହୋଇଥିଲା।ଏଥିରେ ଅନ୍ୟତମ ଅତିଥିଭାବେ କଣିହାଁ ଗ୍ରାମର ସଭାପତି କଳାକାର ସାହୁ,କଣିହାଁ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ,ନାରୀନେତ୍ରୀ ଏସ ବେହେରା,ଆମ୍ବେଦକର ସ୍ମୁତି ପରିଷଦ କଣିହାଁ ର ସମ୍ପାଦକ କୁମୁଦ ବାନ୍ଧବ ନାଏକ,ସାମ୍ବାଦିକ ସୁଶୀଲ ନାଏକ,ମହେଶ୍ୱର ନାଏକ ଯୋଗ ଦେଇଥିଲେ।ସେହିପରି କଣିହାଁ ଅଞ୍ଚଳ ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଶ୍ୱାସୀ ସୁବର୍ଣ୍ଣ ନାଏକ,ବିଶ୍ୱନାଥ ନାଏକ,ଉମାକାନ୍ତ ବେହେରା,ରୋହିତ ପାତ୍ର,ସୁବଳ ନାଏକ,ସଞ୍ଜୟ ନାଏକ,ତ୍ରିପୁର ନାଏକ,ବିଶ୍ୱରଂଜନ ପିଟର, ନିରାକାର ନାଏକ, ପ୍ରକାଶ ନାଏକ,ଘନଶ୍ୟାମ ହସଡ଼ା, ରଂଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Recent Comments