logo
add image
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ।

ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ।

ବୋଲଗଡ,୯/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଷଷ୍ଠ ରାଜସୁନାଖଳା ମହୋତ୍ସବ‘କାଉଁରୀ-୨୦୨୪’ ଦ୍ଵିତୀୟ ସନ୍ଧ୍ୟାରେ ମାନମୋହିଲା ଢୋଲ ମହୁରୀ ନାଚରେ ଦର୍ଶକ ବିଭୋର ହୋଇଛନ୍ତି।ଏହି ଦ୍ଵିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ସ୍ଥାନୀୟ ରଣପୁର ବିଧାୟକ ତଥା ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ପ୍ରଶାନ୍ତ କୁମାର ଜଗଦେବ,ମୁଖ୍ୟ ବକ୍ତା ଭାବେ କୋରେଇ ବିଧାୟକ ତଥା ସିନେ ତାରକା ଆକାଶ ଦାଶ ନାୟକ ଯୋଗଦେଇଥିଲେ।ଏଥିରେ ସମ୍ମାନୀତ ଅତିଥିଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ,ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ,କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରାଇ,ସ୍ଥାନୀୟ ସମିତି ସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ମଞ୍ଚଷିନ ଥିଲେ।ଏହି କାର୍ଯ୍ୟକ୍ରମରେ ସଭାରେ ମହୋତ୍ସବ କମିଟି ସମ୍ପାଦକ ଜଯନ୍ଦ୍ର ବେହେରା ବିବରଣୀ ପାଠ କରିଥିବା ବେଳେ ମହୋତ୍ସବର ପ୍ରତିଷ୍ଠାତା ତଥା ସଭାପତି ଚିତ ରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ।ସଂସା୍‌କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପୁରୁଲିଆ ଛଉ,ବଲାଙ୍ଗୀର ର ସମ୍ବଲପୁରୀ ନୃତ୍ୟ,ପାରମ୍ପରିକ ବିବିଧ ନୃତ୍ୟ,ସମରକଳା,ଆସାମର ବିହ୍ୟୁ,ଡିଶୀ ନୃତ୍ୟ ଓ ଢୋଲ ମହୁରୀ କାର୍ଯ୍ୟକ୍ରମ ମନମୋହିଥିଲା,ଏହି ଶୀତୁଆ ସନ୍ଧ୍ୟାରେ ରଣପୁର,ବୋଲଗଡ଼,ଭାପୁର ବେଗୁନିଆ ବ୍ଲକର ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅବିନାଶ ସୁବୁଦ୍ଧିଙ୍କ ନିର୍ଦ୍ଦେଶନାରେ ଦେଶାତ୍ମକ ବୋଧ ସଙ୍ଗୀତ ପରିବେଷଣ କରାଯାଇଥିଲା।

Recent Comments

Leave Comments

Top