ବୌଦ୍ଧ,୧୪/୧୨/୨୦୨୪(ଆଧାର ମିଡ଼ିଆ)ବୌଦ୍ଧ ଗଡ଼ଜାତ ର ପ୍ରସିଦ୍ଧ ଧନୁଯାତ୍ରା ଆଜି ତାର ପଞ୍ଚମ ସନ୍ଧ୍ୟାରେ ପରିବେଷିତ ହେଲା ନାଟକ ରାସକୁଂଜେ ରସରାଜ।ବୌଦ୍ଧ ସହରର ଭୈରବୀ ପଡିଆ ଠାରେ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ଧନୁଯାତ୍ରା ନାଟ୍ୟୋତ୍ସବର ଶନିବାର ଥିଲା ତାହାର ପଞ୍ଚମ ସନ୍ଧ୍ୟା। ନାଟକ ପ୍ରାରମ୍ଭରୁ ଏକ ନୃତ୍ୟ ନାଟିକା ମାତୃରୁପେଣ ସଂସ୍ଥିତା ପରିବେଷିତ ହୋଇଥିଲା।ପରେ ସଂନ୍ଧ୍ୟାରେ ନାଟକ ପରିବେଷଣ ହୋଇଥିଲା ରାସକୁଂଜେ ରସରାଜ।ଏହି ନାଟକରେ କୃଷ୍ଣ ରୋଗଣା ଗ୍ରସ୍ତରେ ପଡି ଥିବାରୁ ରାଧାଙ୍କର ସତୀତ୍ୱ ପ୍ରମାଣ ପାଇଁ ବୈଦ୍ୟଙ୍କର କହିବା ଅନୁସାରେ ସହସ୍ର ଛିଦ୍ର ଥିବା ମାଠିଆରେ ଯମୁନା ନଦୀରୁ ପାଣି ଆଣି କୃଷ୍ଣଙ୍କର ମସ୍ତକରେ ଢାଳିଥିଲେ,କୃଷ୍ଣ ରୋଗ ଉପଶମ ହୋଇଥିଲେ।ତାପରେ ରାଇକିଶୋରୀ ଓ ରାଇ ଦରବାର ଆଦି ପର୍ଯ୍ୟନ୍ତ ପରିବେଷିତ ହୋଇଥିଲା।ଏହି ନାଟ୍ୟତ୍ସୋବରେ ସମସ୍ତ ନାଟକ ଗୁଡିକ ବୌଦ୍ଧଜିଲ୍ଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ହୋଇଥିବା ବେଳେ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନା ଦେଇଛନ୍ତି।ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହେଉଛି।ନାଟକ ଗୁଡିକୁ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପରିବେଷିତ ହେଉଅଛି ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବାକୁ ବାଣିଜ୍ୟମେଳାର ଆୟୋଜନ କରାଯାଇଛି।ଶୀତ ସନ୍ଧ୍ୟାରେ ମଧ୍ୟ ନାଟକ ଦେଖିବା ପାଇ ଲୋକଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି।
Recent Comments