logo
add image
 ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ,ଆଦିବାସି ନୃତ୍ୟରେ ଦୁଲିକିଲା ଚଇତି ମଞ୍ଚ।

ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ,ଆଦିବାସି ନୃତ୍ୟରେ ଦୁଲିକିଲା ଚଇତି ମଞ୍ଚ।

ବିଷମକଟକ,୧୯/୧୨/୨୦୨୪(ଆଧାର ମିଡ଼ିଆ/ରିପୋର୍ଟ-କାଷିନାଥ ପାଳ)ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଲୋକ କଳା ଓ ସଂସ୍କୃତିର ମହାପର୍ବ ଲୋକ ମହୋତ୍ସବ ଚଇତି ୨୦୨୪ ଆଜି ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା ମାର୍କମା ମନ୍ଦିରରେ ପୂଜାଅର୍ଚନା କରି କଳସ ଯାତ୍ରା ବାଜା ବାଜେଣିରେ ସହର ପରିକ୍ରମା କରି ଚଇତି ମଣ୍ଡପରେ ସ୍ଥାପନ କରିଥିଲେ।ଏହି କଳସ ଯାତ୍ରାରେ ଵିଷମକଟକ ବିଧାୟକ ନୀଳମାଧଵ ହିକକା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ,ଜଳ ବିଭାଜିକା ମିଶନର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଘ,ପଂଚାୟତ ସମିତି ଅଧ୍ୟକ୍ଷା ଯଶୋଦା ହୁଇକା,ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ,ସାଂସଦ ପ୍ରତନିଧି ଦିଲ୍ଲୀପ ପଟ୍ଟନାୟକ,ଜିଲ୍ଲାପରିଷଦ ସଦସ୍ୟ,ସୁଜାତା କାଡ୍ରାକା ଓ ବିଜୟ ଶାନ୍ତି କୁମ୍ବୁରିକା ରାୟଗଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଟୁନି ହୁଇକା,ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢି,ତହସିଲଦାର କେ.ଭେଙ୍କେଟା ରେଡ୍ଡି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଦସ୍ୟ,ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।ଚଇତି ମହତ୍ସବ ମାଧ୍ୟମ ରେ ଆଦିବାସୀ ଅଞ୍ଚଳରେ ଲୋକାୟତ ପ୍ରତିଭା କୁ ଉତ୍ସାହିତ କରିବା ସହ ସେମାନେ କେମିତି ବିଶ୍ୱ ଦରବାର ରେ ପହଞ୍ଚି ବେ ସେ ନେଇ ଜିଲ୍ଲା ପ୍ରଶାସନ ର ଏହା ଏକ ପ୍ରୟାସ।ରାୟଗଡା ଜିଲ୍ଲା ର ୧୧ଗୋଟି ବ୍ଲକରେ ଆୟୋଜିତ ହେଉଛି ଚଇତି ମହାତ୍ସବ।ପେତ୍ୟକ ବ୍ଲକର ବଛାଯାଇଥିବା ପ୍ରତିଭା ଜିଲ୍ଲା ସ୍ଥରରେ ଆୟୋଜିତ ଚଇତି ରେ ସ୍ଥାନ ପାଇବେ।ଏହି ଚଇତି ମହାତ୍ସବ ରେ ମହିଳା ମଣ୍ଡଳ ସଦସ୍ୟା,ମିଶନ ଶକ୍ତି କର୍ମଚାରୀ,ଅଙ୍ଗନବାଡି କର୍ମୀଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଯୋଗଦେଇ ଥିଲେ।ଚଇତି ମଣ୍ଡପ ମଞ୍ଚରେ ମୁଖ୍ୟ ଅତିଥି ସମେତ ସମସ୍ତ ସମ୍ମାନିତ ଅତିଥି ମଂଚାଶିନ ହୋଇଥିଲେ।ମଞ୍ଚ ପରିଷରରେ ବିଭିନ୍ନ ବିଭାଗର ୧୦ଟି ଷ୍ଟଲ ଲାଗିଥିବା ବେଳେ ଅତିଥି ମାନେ ଏ ସମସ୍ତ ଷ୍ଟଲକୁ ଉଦ୍‌ଘାଟିତ କରିଥିଲେ।ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଚଇତି ଅବସରରେ ଚଇତି କମିଟି ତରଫରୁ ବିଭିନ୍ନ କ୍ରିଡା ପ୍ରତିଯୋଗିତା ସାଙ୍ଗକୁ ଝୋଟି,ଡିବେଟ୍‌,ଗିତ,ବକୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ କରିଥିବା ପ୍ରତିଯୋଗି ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏଥି ସହିତ ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ୟ ସଭ୍ୟା,ବରିଷ୍ଠ ନାଗରିକମାନଙ୍କୁ ଉତ୍ତରୀୟ ଏବଂ ମାନପ୍ରତ ପ୍ରଦାନ କରାଯାଇଛି।ଅପରାହ୍ନ ର ଉଜାପନୀ ଉତ୍ସବ ରେ ବିଷମ କଟକ ବିଧାୟକ ବିଧାୟକ ନୀଳ ମାଧବ ହିକକା ମୁଖ୍ୟ ଅତିଥି ଭାବେ ମଞ୍ଚାସିନ ଥିବା ବେଳେ,ରାୟଗଡା ବିଧାୟକ ଆପ୍ପଲ ସ୍ୱାମୀ କାଡ୍ରାକା ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଦୁର୍ଗା ପଣ୍ଡା,ବିଏସପି ଜିଲ୍ଲା ସଭାପତି ଜିତେନ୍ଦ୍ର ଜାକାଶିକା, ବିଷମ କଟକ ଉପାଦକ୍ଷ ଦେବୀ ପଟ୍ଟନାୟକ,ତହସିଲଦାର କେ ଭେଙ୍କେଟଶ୍ୱର ରେଡି,ବିଷମ କଟକ ଗୋଷ୍ଟି ଉନୟନ ଅଧିକାରୀ ସଦାଶିବ ନାୟକ ସମ୍ମାନିତ ଅତିଥି ଭାବେ ମୋଞ୍ଚାସିନ ହୋଇଥିଲେ।ସେହିପରି ଆଦର୍ଶ ବିଦ୍ୟାଳୟ ଅଧକ୍ଷା ମଧୁସ୍ମିତା ଦାସ ମଞ୍ଚ ପରିଚାଳନା କରିଥିଲେ।ଚଇତି ପଡିଆ ପରିଷରରେ ଅଙ୍ଗନୱାଡି,ସ୍ୱାସ୍ଥ୍ୟ ବିଭାଗ,ଜଳ ଓ ପରିମଳ ବିଭାଗ,କୃଷି ବିଭାଗ,ଉଦ୍ୟାନ କୃଷି ବିଭାଗ,ସିନି ଏନ.ଜି.ଓ,ତରଫରୁ ଷ୍ଟଲ ଗୁଡିକ ଖୋଲାଯାଇଛି।ଗୋଷ୍ଟି ଉନୟନ ଅଧିକାରୀ ସଦାଶିବ ନାୟକଙ୍କ ପ୍ରତକ୍ଷ ତତ୍ୱତବଧାନ ରେ ଚଇତି କାର୍ଯ୍ୟ କ୍ରମ ଆୟୋଜନ ହୋଇଥିବା ବେଳେ ବ୍ଲକ ମଙ୍ଗଳ ବିଭାଗଅଧିକାରୀ ଶୁଭ ପ୍ରଦା ସାସମଲ,ଓଏଲଏମ ଅଧିକାରୀ ମାନସୀ ଟାକ୍ରି,ବ୍ଲକ ଜଗାଣ ଅଧିକାରୀ ଦେବଦତ୍ତ ଲେଙ୍କା, ପ୍ରମୂଖ ସହଯୋଗ କରିଥିଲେ।
 

Recent Comments

Leave Comments

Top