logo
add image
ପଏଁରି ରୋପ୍ୟ ଜୟନ୍ତୀ ଅବସରରେ ଲୋକ ନୃତ୍ୟ ଓ ଲୋକ ଗୀତ କର୍ମଶାଳା ଅନୁଷ୍ଟିତ-

ପଏଁରି ରୋପ୍ୟ ଜୟନ୍ତୀ ଅବସରରେ ଲୋକ ନୃତ୍ୟ ଓ ଲୋକ ଗୀତ କର୍ମଶାଳା ଅନୁଷ୍ଟିତ-


 ସୋନପୁର/୨୦/୧୨/୨୦୨୪/ଆଧାର ମିଡ଼ିଆ/ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ ସୋନପୁର ଠାରେ ଲୋକନୃତ୍ୟ ଓ ଲୋକଗୀତର ସ୍ଵତନ୍ତ୍ର କର୍ମଶାଳା ସହିତ ପ୍ରଦର୍ଶନ ଏବଂ ସୋପାନ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ସାହୁଙ୍କର ସଭାପତିତ୍ୱରେ ଲୋକ କଳା ଓ ନୃତ୍ୟର ସଂସ୍କୃତି ଗବେଷକ ଗୁରୁ ଚୌଧୁରୀ ବିଭାର, କଣ୍ଠଶିଳ୍ପୀ ବିଜୟ ଦାସ ଓ ଚିତ୍ରଶିଳ୍ପୀ ଶ୍ୟାମ ସୁନ୍ଦର ମେହେର ଅତିଥି ଭାବରେ ଯୋଗ ଦେଇ ଗୀତ ନାଚ ଉପରେ ଆଗ୍ରହ କରିଥିଲେ l ହଜିଯାଉଥିବା ଲୋକଗୀତ ଓ ଲୋକନୃତ୍ୟ ଯଥା - ଡାଲଖାଇ  ରସରକେଲି, ସଜନୀ, ମଇଲାଜଡ, ଚପ୍ କରାଟୀ, ବଜନିଆ ଆଦି କିପରି ଲୋକଲୋଚନକୁ ଆସିପାରିବ ସେ ବିଷୟରେ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ୍ କରିଥିଲେ l ପ୍ରଥମେ ସ୍ମିତା ରାନୀ ନାଏକ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ଅତିଥି ମାନଙ୍କର ପରିଚୟ ପ୍ରଧାନ କରିଥିଲେ l ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟ୍ୟରେ ଚିତ୍ରାଙ୍କନ, ଲୋକନୃତ୍ୟ ଓ ଲୋକ ଗୀତ ପ୍ରତିଯୋଗିତା ହୋଇଥିଲା l

Recent Comments

Leave Comments

Top