logo
add image
ଖୋର୍ଦ୍ଧା ଜିଲ୍ଲାର ସାଂସ୍କୃତିକ କଳାକାର ପ୍ରକୋଷ୍ଠ ଗଠନ ।

ଖୋର୍ଦ୍ଧା ଜିଲ୍ଲାର ସାଂସ୍କୃତିକ କଳାକାର ପ୍ରକୋଷ୍ଠ ଗଠନ ।


ଖୋର୍ଦ୍ଧା /୨୨/୧୨/୨୦୨୪/ଆଧାର ମିଡ଼ିଆ/ (ପ୍ରସନ୍ନ କୁମାର ସ୍ବାଇଁ) ରବିବାର ଦିନ ରାଜ୍ୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର  ଜିଲ୍ଲା କମିଟି ଖୋର୍ଦ୍ଧା ବରୁଣେଇ ମନ୍ଦିର ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଂସ୍କୃତିକ ପ୍ରକୋଷ୍ଠର ସଂଯୋଜକ ଶ୍ରୀଯୁକ୍ତ କୃତିବାସ ରଥ ଯୋଗଦେଇ ପ୍ରକୋଷ୍ଠ ସଂଘର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସଂଯୋଜକ ଭାବେ ଡଃ ପୂର୍ଣ୍ଣ ଚନ୍ଦ୍ର ବେହେରା ଗୁରୁ ଢୋଲ ମହୁରୀ , ସହ ସଂଯୋଜକ ପାଲା ଗାୟକ ଚନ୍ଦ୍ରଶେଖର ମହାରଣା , ଚକୁଳିଆ ପଣ୍ଡା କୃଷ୍ଣ ଚନ୍ଦ୍ର ରାଉତ , ଅଭିନେତା ଧନେଶ୍ୱର ବିଧାର , ସଙ୍ଗୀତ ତବଲା ଗୁରୁ ପ୍ରସନ୍ନ କୁମାର ମହାପାତ୍ର  ଓ ଜିଲ୍ଲା କମିଟି ସାଧାରଣ ସଦସ୍ୟ ଭାବେ ପାଲା ଗାୟିକା ସରସ୍ବତୀ ବେହେରା ,କଣ୍ଠଶିଳ୍ପୀ ପାର୍ବତୀ ବଳିୟାରସିଂହ, ଲୋକନୃତ୍ୟ କଣ୍ଠଶିଳ୍ପୀ ମଞ୍ଜୁଲତା ବେହେରା , ଲେଖକ ବିଦ୍ୟାଧର ରାୟ , ଚିତ୍ରଶିଳ୍ପୀ ବୟାନିକା ଅମିତ କୁମାର ପଣ୍ଡା , ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଦିଲ୍ଲୀପ କୁମାର ପ୍ରଧାନ, ସୁଶାନ୍ତ କୁମାର ଭୋଳ, ସ୍ନିଗ୍ଧାମୟୀ ପଟ୍ଟନାୟକ, ବିକ୍ରମ କୁମାର ପାଢ଼ୀ, ଓ ମହେଶ ପ୍ରଧାନ ପ୍ରମୁଖ କଳାକାର ମାନେ ଯୋଗଦେଇଥିଲେ । ଆଗକୁ ରାଜ୍ୟର ପ୍ରତ୍ୟେକ ବ୍ଲକରେ କଳାକାର ପ୍ରକୋଷ୍ଠ ଗଠନ କରାଯିବ ବୋଲି ଜିଲ୍ଲା ସଂଯୋଜକ ଡ଼ଃ ବେହେରା ମତ ରଖିଥିଲେ । ପରିଶେଷରେ ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Recent Comments

Leave Comments

Top