logo
add image
ଗୁଣୁପୁରରେ ଉଦଯାପିତ ହେଲା ଚଇତି.ଉଲ୍ଲେଖନୀୟ ଅବଦାନ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧନା

ଗୁଣୁପୁରରେ ଉଦଯାପିତ ହେଲା ଚଇତି.ଉଲ୍ଲେଖନୀୟ ଅବଦାନ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧନା

ଗୁଣୁପୁର/ରାୟଗଡା/ ୨୩/୧୨/୨୪/ (ଆଧାର ମିଡ଼ିଆ ) ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଚାଲିଥିବା ଲୋକ ମହୋତ୍ସବ ଚଇତି ଗତକାଲି ରାତିରେ ଉଦଯାପିତ ହୋଇଯାଇଛି । ତିନିଦିନ ପରିବର୍ତ୍ତେ ମାତ୍ର ଦୁଇଦିନରେ ଏହି କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଛି । ଗତକାଲି ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇଥିବା ବେଳେ ବିଷମ କଟକ ବିଧାୟକ ନୀଳମାଧବ ହିକକା, ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରକା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ,ଗୁଣୁପୁର ପୌରପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ବ୍ଲକ୍ ଅଧ୍ୟକ୍ଷା ଝିଲ୍ଲୀ ଶବର ପ୍ରମୁଖ ଯୋଗଦେଇ ଏ ମାଟିର କଳା, ସଂସ୍କୃତି ଅତି ଉଚ୍ଚ କୋଟିର ଓ ଗୌରବମୟ ବୋଲି କହିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ଜୀବନ ବ୍ୟାପି ତ୍ୟାଗ ଓ ସେବାପାଇଁ ବାଳ ନିକେତନର ପ୍ରତିଷ୍ଠାତା ବାଞ୍ଛାନିଧି ମହାନ୍ତି, ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ, ଦେବେନ୍ଦ୍ର ଚୌଧୁରୀ,ଶିକ୍ଷକ ନିଲଞ୍ଚଳ ମିଶ୍ର, ଯୁବ ଉଦ୍ୟୋକ୍ତା ଆଦିତ୍ୟ ମିଶ୍ର,କଣ୍ଠଶିଳ୍ପୀ ଡ଼ ଚନ୍ଦନ ଗନ୍ତୟତଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା କରାଯାଇଥିଲା ।
ତେବେ ରାୟଗଡା ଜିଲ୍ଲା ପ୍ରଶାସନ ଓ ଗୁଣୁପୁର ଉପଖଣ୍ଡ ପ୍ରଶାସନ ଗଣମାଧ୍ୟମ ପ୍ରତି ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଗତକାଲି ଗୁଣୁପୁର ଠାରେ ସାମ୍ବାଦିକଙ୍କୁ ଅସମ୍ମାନ କରିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନର ଏଭଳି ହୀନ ମାନସିକତା, ବୈମାତୃକ ମନଭାବ ଓ ଅହଙ୍କାରୀ ନୀତିକୁ ତୀବ୍ର ସମାଲୋଚନା କରାଯାଇଛି । ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଇଥିବା ବେଳେ ଅହଙ୍କାରୀ ପ୍ରଶାସନ ଏହାକୁ ଦଳି ମକଚି ଦେଉଛି ଯାହା କି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକଙ୍କ ଅଧିକାର ଓ ସୁବିଧା ସୁଯୋଗ ଉପରେ ସରକାର ପ୍ରକ୍ରିୟା ଆରମ୍ଭ କରୁଥିବା ସୂଚନା ଦେଇଥିବା ବେଳେ ସମଗ୍ର ରାୟଗଡା ଜିଲ୍ଲାର ପ୍ରଶାସନିକ କଳ ନିଜର ତ୍ରୁଟିକୁ ସ୍ୱୀକାର କରିବା ସହ ଅହଙ୍କାରୀ ମନବୃତ୍ତି ଛାଡି ଭଲ କାମକରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Recent Comments

Leave Comments

Top