logo
add image
୨୧ତମ ବୋଲଗଡ଼ ମହୋତ୍ସବ ଆଶା ୨୦୨୪ ଆୟୋଜିତ ।

୨୧ତମ ବୋଲଗଡ଼ ମହୋତ୍ସବ ଆଶା ୨୦୨୪ ଆୟୋଜିତ ।

ଖୋର୍ଦ୍ଧା/ ୨୭/୧୨/( ଆଧାର ମିଡ଼ିଆ/.ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)  ଓଡ଼ିଶାର ପ୍ରଥମ ବେସରକାରୀ ଭାବେ ଆୟୋଜିତ ହୋଇ ଆସୁଥିବା ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ମହୋତ୍ସବ ଆଶା ୨୦୨୪ ଉଦଘାଟିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସନ୍ଧ୍ୟାରେ ଉଦଘାଟନ କରିଥିଲେ। ସ୍ଥାନୀୟ ବାମନ ହାଇସ୍କୁଲସ୍ଥ ମିନି ଷ୍ଟାଡିୟମ ପରିସରରେ ଏହି ବୋଲଗଡ଼ ମହୋତ୍ସବ ଆୟୋଜିତ ହୋଇଛି । ଏହି ଅବସରରେ ଏକ  ସାଧାରଣ ସଭା ଆୟୋଜନ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ମୁଖ୍ୟ ଅତିଥି, ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ ମୁଖ୍ୟ ବକ୍ତା ବୋଲଗଡ଼ ସରପଞ୍ଚ ଗୀତାଞ୍ଜଳୀ ସାହୁ, ସମିତି ସଭ୍ୟା ନିର୍ମଳା ପ୍ରଧାନ, ସମାଜସେବୀ ରିତଞ୍ଜଳି ପ୍ରଧାନ , ମହୋତ୍ସବ କମିଟି ଉପଦେଷ୍ଟା ପ୍ୟାରୀ ମୋହନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସଭା ପ୍ରାରମ୍ଭରେ ଐତିହାସିକ ରବୀନ୍ଦ୍ର କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହୋତ୍ସବ କମିଟି ସମ୍ପାଦକ ବୀରଦାଶ ସ୍ବାଗତ ଭାଷଣ ଦେଇଥିଲେ। ଏହି ଉଦଘାଟନ ସନ୍ଧ୍ୟାକୁ ଲକ୍ଷ୍ମୀଧର ଚୌଧୁରୀ ଓ ଭଞ୍ଜ କିଶୋର ଜତୀ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଶିଷ୍ଟ ସଙ୍ଗୀତଜ୍ଞ ତଥା ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ବୋଲଗଡ଼ ର ପ୍ରତିଷ୍ଠାତା ଅବିନାଶ ସୁବୁଦ୍ଧି ପରିଚାଳନା କରିବା ସହିତ ଅବହାନି ସଙ୍ଗୀତ ପରିବେଷଣ କରିଥିଲେ ।
ଏହି ଅବସରରେ ବୋଲଗଡ଼ ମହୋତ୍ସବ ସ୍ମରଣିକା ଆଶା ୨୦୨୪ ଉନ୍ମଚିତ ହୋଇଥିଲା। ସାଂସ୍କୃତିକ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶୀ ନୃତ୍ୟ ପାଇକ ଆଖଡ଼ା, ଆଧୁନିକ ନୃତ୍ୟ , ଡ୍ୟାନ୍ସ ,ଡ୍ୟାନ୍ସ ପ୍ରଭୁତି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୀତୁଆ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା ।ଅନୁରୂପ ଭାବେ ଶୁକ୍ରବାର ଦ୍ଵିତୀୟ ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ବିଧାୟକ ପ୍ରଦିପ କୁମାର ସାହୁ ଅଧ୍ୟକ୍ଷତାରେ ସଭାରେ ସମ୍ମାନିତ ଅତିଥି ଭାବରେ ଐତିହାସିକ ରବୀନ୍ଦ୍ର କୁମାର ପରିଡା , ସମବାୟବିତ ଲଲାଟେନ୍ଦୁ କେଶରୀ ସିଂହ , ସମାଜସେବୀ ଧିରେଶ୍ ଚନ୍ଦ୍ର ମହାପାତ୍ର , ସରପଞ୍ଚ ଜଳଧର ମହାନ୍ତି , ତ୍ରିନାଥ ସ୍ବାଇଁ , ବିଜୟ କୁମାର ସେଠୀ ,ସମିତି ସଭ୍ୟ ପ୍ରଦିପ କୁମାର ପ୍ରଧାନ , ଶରତ କୁମାର ଦଳେଇ , ଯୁବ କଂଗ୍ରେସ ନେତା ରମେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ରମାକାନ୍ତ ପଟ୍ଟନାୟକ ଓ ଗୁରୁକୃଷ୍ଣ ଦୁଃଖନନ୍ଦ ସାମନ୍ତରାୟ ସଂଯୋଜନା କରିଥିବା ବେଳେ କବି ଅଖିଳେସ ମହାପାତ୍ର , ଶ୍ରୀକାନ୍ତ ନାୟକ ଉପସ୍ଥାପନ କରିଥିଲେ । ଗଦାଧର ଚମ୍ପତି ଧନ୍ୟବାଦ ଅର୍ପଣ କରିଥିଲେ ।ଶିଳ୍ପୀ ଏନ୍ତରଟେକେନ୍ମେଣ୍ଟ ମେଣ୍ଟ ପୁରୀ , ମୋହନି ଫକ୍ସ ଏକାଡେମୀ ବଲାଙ୍ଗୀର ସମ୍ବଲପୁରୀ ନୃତ୍ୟ , ଆସାମ ଵିହୁ, ଶ୍ରୀ ଏକାଡେମୀ ନିରାକାର ପୁର ମଦର୍ଣ୍ଣ ଦ୍ୟାନ୍ସ ଆକର୍ଷଣ ହୋଇଥିଲା ।

Recent Comments

Leave Comments

Top