logo
add image
ବୋଲଗଡ଼ ମହୋତ୍ସବ -୨୦୨୪ ତୃତୀୟ ସନ୍ଧ୍ୟାରେ

ବୋଲଗଡ଼ ମହୋତ୍ସବ -୨୦୨୪ ତୃତୀୟ ସନ୍ଧ୍ୟାରେ

ବୋଲଗଡ଼/ଖୋର୍ଦ୍ଧା/୨୮ /୧୨ /୨୦୨୪ / (ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସଦର ମୁଖ୍ୟାଳୟସ୍ଥିତ ସ୍ଥାନୀୟ ବାମନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୋଲଗଡ଼ ମହୋତ୍ସବ ଆଶା-୨୪ ଶୁକ୍ରବାର ଶୀତୁଆ ତୃତୀୟ  ସନ୍ଧ୍ୟାରେ ଖୋଲା ଆକାଶ ରଙ୍ଗ ମଞ୍ଚରେ କୋରାପୁଟର ଢୁମୁରା ନୃତ୍ୟ ଦର୍ଶକ ମାନଙ୍କୁ ବିଭୋର କରିଥିଲା। ଏହି ଖୋଲା ରଙ୍ଗମଞ୍ଚରେ ଦୀର୍ଘ ୫ଦିନ ବ୍ୟାପି ସ୍ଥାନୀୟ ଓ ରାଜ୍ୟ ସରକାର ତଥା  ଆନ୍ତଃରାଜ୍ୟ ସରକାରଙ୍କ ସାଂସ୍କୃତିକ ବିଭାଗ ପକ୍ଷରୁ ବିଭିର୍ଣ୍ଣ କଳାକୃତି ସହ ଓଡିଶୀ, ଘୁମୁରା, ମାଲଖୁମ୍ବ, ରଣପା ନୃତ୍ୟ, ଆସାମବିହୁ, ପ୍ରସିଦ୍ଧ ଗଂଜାମ ପଶୁନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗ୍ରାମ୍ୟ କଳାକୃତି, ପାଲା, ଧୁଡୁକି, ରାମତାଳି, ଓଡିଶୀ ସଂକୀର୍ତନ ଇତ୍ୟାଦି ପରିବେଷଣ କରାଯାଇଥିଲା । ଦର୍ଶକ ମାନଙ୍କୁ ରିମ ଝିମ ଶୀତୁଆ ସନ୍ଧ୍ୟାରେ ବେଶ ଖୋରାକ ଯୋଗାଇ ବାନ୍ଧି ରଖିଥିଲା। ଏହି ୩ୟ ସନ୍ଧ୍ୟାରେ ମହୋତ୍ସବର ସଭାପତି  ବିଧାୟକ ପ୍ରଦୀପ କୁମାର ସାହୁ  ମହୋତ୍ସବର ଗୁଣ ଗରିମା ସହ ଅଂଚଳର ବିରତ୍ୱ ଗାଥା ସମ୍ପର୍କରେ କହିଥିଲେ।ସେହିପରି ମୁଖ୍ୟବକ୍ତା ଭାବେ ବିଜେଡି ନେତା ମନ୍ମମଥ ରାଉତରାୟ ଯୋଗଦେଇ ବୋଲଗଡ଼ ଅଞ୍ଚଳକୁ ରକ୍ତ ରଞ୍ଜିତ ବିରମାଟି ଓ ଏହି ମହୋତ୍ସବ ଭାଇଚାରର ନିଦର୍ଶନ ସ୍ୱରୂପ  ଓଡିଶା ରାଜ୍ୟର ଭୌଗଳିକ ମାନଚିତ୍ରରେ ବୋଲଗଡ଼ର ଚିତ୍ରକୁ ସ୍ୱତନ୍ତ୍ର ଭାବେ ସୂଚିତ କରିଥିଲେ।
 ସଂମ୍ମାନୀତ ଅତିଥି ଭାବେ ବେଗୁନିଆ ବ୍ଲକ ଅଧକ୍ଷ ଲଷ୍ମୀଧର ସୁବୁଦ୍ଧି, ଶିକ୍ଷାବିତ କାଳୀ ଚରଣ ଜୟସିଂହ, ଶିକ୍ଷକ ନେତା ସୁମନ୍ତ ଛୋଟରାୟ,ବିଜେଡି ନେତ୍ରୀ ପ୍ରଭାତୀ ରାଉତରାୟ, ସରପଞ୍ଚ ରଶ୍ମିତା ରାଉତରାୟ ,ଶୁଭଲକ୍ଷ୍ମି ସୁନ୍ଦରାୟ ,ସତ୍ୟନାରାୟଣ ବାରିକ ,ଶରତ ଚନ୍ଦ୍ର ହୋତା ,ସମିତି ସଭ୍ୟ ତୋଫାନ ବେହେରା , ରଞ୍ଜନ ଲେଙ୍କା, ପ୍ରଦୀପ ମହାପାତ୍ର ,ସନ୍ତୋଷ ବେହେରା ଓ ଶୁଶାନ୍ତ ପାଇକରାୟ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନେ ସାମ୍ବାଦିକତାରେ ସଂଜୀବ ସେଠୀ, ସତ୍ୟନାରାୟଣ ବାରିକ, ଦେବବ୍ରତ ହୋତା ପ୍ରମୁଖ ରହିଥିବା ବେଳେ ବିଜୟ ତ୍ରିପାଠୀ, ଭକ୍ତ ବଲ୍ଲଭ ପଟ୍ଟନାୟକ, ପ୍ରତିମା ପ୍ରଧାନ, ଅବନିକାନ୍ତ ପାଢ଼ୀ, ମିର୍ଜା ସିରାଜୁଦ୍ଦିନ, ଚିତ୍ତ ରଞ୍ଜନ ପ୍ରଧାନ ,ସ୍ୱରୂପ ନାୟକ ଓ ସ୍ୱାଧୀନ ସୌରଭ ସ୍ୱାଇଁ ପ୍ରମୁଖମାନଙ୍କୁ "ପୂଜ୍ୟପୂଜା ସମ୍ବର୍ଦ୍ଧନା"ରେ ସମ୍ମାନିତ କରାଯାଇଥିଲା। ସନ୍ଧ୍ୟାର କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଧାରଣ ସମ୍ପାଦକ ବୀର ଦାସ ଅତିଥି  ମାନଙ୍କୁ ପାଛୋଟି ନେଇଥିଲେ। ପରେ ଅତିଥି ପ୍ରମୁଖ ମାନେ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ମଂଞ୍ଚାସିନ ହୋଇଥିଲେ। ସ୍ଥାନୀୟ ବଂଶୀଧର ସଂଗୀତ ମହାବିଦ୍ୟାଳୟ ଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ଓ ବରିଷ୍ଠ ଉପଦେଷ୍ଟା ଐତିହାସିକ ରବୀନ୍ଦ୍ର ପରିଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଉମାକାନ୍ତ ବେବର୍ତ୍ତା ପଟ୍ଟନାୟକ ଓ ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ ସଂଯୋଜନା କରିଥିବା ବେଳେ ମାଷ୍ଟର ସୋମେଶ ଉପସ୍ଥାପନା କରିଥିଲେ। ଶେଷରେ ସମ୍ପାଦକ କାବୁ ଚମ୍ପତିରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top