logo
add image
କୁକୁର ପିଉଛି କଳସର ଜଳ। ଦିପ,ଧୂପ ଭୋଗ ନଥାଇ ଅନ୍ଧାରରେ ଭଗଵାନ।

କୁକୁର ପିଉଛି କଳସର ଜଳ। ଦିପ,ଧୂପ ଭୋଗ ନଥାଇ ଅନ୍ଧାରରେ ଭଗଵାନ।

ଵିଷମକଟକ/ରାୟଗଡା/ (ଆଧାର ମିଡ଼ିଆ0 -ଏହି ହେଉଛି ଚଇତି ମଞ୍ଚର ଦୃଶ୍ୟ।  ଚଇତି ମହୋତ୍ସବ ଆରମ୍ବରେ ମା ମଝିଘରିଆଣି ମନ୍ଦିରରୁ ଆଜ୍ଞାମାଳ, କଳସ ଏବଂ ମା ମଝିଘରିଆଣି ମନ୍ଦିରରେ ପୁଜା ପାଉଥିବା ଫୋଟ ଚିତ୍ରକୁ ବିରାଟ ବଡ଼ ଶୋଭାଯାତ୍ରାରେ ଅଣା ଯାଇଥିଲା। ସେହିପରି ହିଁ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ମଧ୍ୟ ଆଜ୍ଞାମାଳ ଏବଂ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥ ବଳଭଦ୍ର ଓ ଶୁଭଦ୍ରାଙ୍କ ଛୋଟ ମୂର୍ତ୍ତିକୁ ମଧ୍ୟ ରଥରେ ସଜ୍ଜାଇ ଅଣା ଯାଇଥିଲା। କିନ୍ତୁ, ଦୁଃଖର ବିଷୟ  ଏହା ଯେ, ପୂର୍ବତନ ପ୍ରଧାନ ମନ୍ତ୍ରୀ ମନ ମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାନିମନ୍ତେ ୭ ଦିନ ଧରି ରାଷ୍ଟ୍ରୀୟ ଶୋକ ଦିବସ ପାଳନ ନିମନ୍ତେ ନିଷ୍ପତି ହୋଇଥିଲା। ଯେଉଁଥି ପାଇଁ ଡିସେମ୍ବର ୨୬ ତାରିଖରୁ ଆରମ୍ବ ହୋଇ ଡିସେମ୍ବର ୩୦ ତାରିଖରେ ଉଦଯାପନ ହେବାର ଥିଲା। ବର୍ତ୍ତମାନ୍ ଜାନୁୟାରୀ ୨ ତାରିଖରୁ ୪ ତାରିଖ ପର୍ୟ୍ୟନ୍ତ ପାଳନ ହେବ।
ଚଇତି ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବନ୍ଦ ରହିବା ଠାରୁ ସ୍ଥାପନ ହୋଇଥିବା ଭଗଵାନଙ୍କୁ ଏଠାରେ ଦୀପ ଧୂପ ଭୋଗ କିଛି ଭି ଲଗା ଯାଉନାହିଁ। ଏପରିକି ରାତିସାରା ମଧ୍ୟ ଅନ୍ଧାରରେ ରହୁଛନ୍ତି ଠାକୁର। କଳସ ଗୁଡିକରେ ଥିବା ଜଳ କୁକୁର ଆସି ପିଉଛନ୍ତି।  କାମଥିଲେ ଭଗବାନ, କାମ ନାହିଁ ତ ଭଗବାନ ନାହିଁ। ଏହିଭଳି ଦୃଶ୍ୟ ଏଠାରେ ପରିଲିକ୍ଷିତ ହେଉଛି। ଏହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ। ଏଥିପାଇଁ ସମସ୍ତ ହିନ୍ଦୁ ଧର୍ମର ଲୋକ ହିନ୍ଦୁ ସଙ୍ଗଠନ ଏବଂ ଜିଲ୍ଲାବାସି ଦୃଢ଼ ନିନ୍ଦା କରିଛନ୍ତି।

Recent Comments

Leave Comments

Top