କାକଟପୁର/ ୧/୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ ) ଆଜି ଇଂରାଜୀ ନବବର୍ଷ ଉପଲକ୍ଷେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କୁ ସୁଅ ଛୁଟିଥିଲା l ନବବର୍ଷର ପ୍ରଥମ ଦିନରେ ମାଙ୍କୁ ଦର୍ଶନକରି ପରିବାରର ଶୁଭମନାସିବା ସହିତ ବର୍ଷ ତମାମ ସୁଖ ସମୃଦ୍ଧିରେ କଟିବା ପାଇଁ ପୂଜାର୍ଚନା ଓ ଆଶୀର୍ବାଦ ଭିକ୍ଷା କରିଥିଲେ l ରାତ୍ର ୩ ଘଟିକା ଠାରୁ ମଙ୍ଗଳ ଆଳତି, ସ୍ନାନ ମାର୍ଜନା ପରେ ନୂତନବସ୍ତ୍ର ଓ ଆଭୂଷଣରେ ମାଙ୍କୁ ସଜ୍ଜିତ କରାଯାଇଥିଲା l ପରେ ବଲ୍ଲଭ ଓ ପହିଲି ଭୋଗ ନୀତି କରାଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲିଥିଲା l ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମାଙ୍କୁ ଦର୍ଶନ କରିଥିଲେ l ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରର ଚାରିଦ୍ୱାରକୁ ଫୁଲରେ ସୁସଜ୍ଜିତ କରାଯାଇଥିଲା l କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା l
Recent Comments