logo
add image
ମୁକ୍ତିଲାଭ କଲା କୋଶଲି ସମ୍ବଲପୁରୀ ଭିଡ଼ିଓ ବଲାଙ୍ଗିରିଆ ରସିଆ ପିଲା.

ମୁକ୍ତିଲାଭ କଲା କୋଶଲି ସମ୍ବଲପୁରୀ ଭିଡ଼ିଓ ବଲାଙ୍ଗିରିଆ ରସିଆ ପିଲା.

ବଲାଙ୍ଗୀର/ ୨/୧/୨୫/ଆଧାର ମିଡ଼ିଆ//  ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ବର୍ଣ୍ଣଡ଼ ଉତ୍ସବରେ ତପସ୍ୱିନୀ ଅଡିଓ ଭିଜୁଆଲର କୋଶଲି/ ସମ୍ବଲପୁରୀ  ମି୍ୟୁଜିକ ଭିଡିଓ ବଲାଙ୍ଗିରିଆ ରସିଆ ପିଲା ମୁକ୍ତିଲାଭ ହୋଇ ଲୋକାର୍ପଣ ହୋଇଯାଇଛି, ପଶ୍ଚିମ ଓଡିଶା ପ୍ରଡୁସର ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟ କ୍ରମରେ  ଅତିଥି ଭାବରେ  ପୂର୍ବତନ ପୋପା ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ଦାଶ ଏବଂ ବିଶିଷ୍ଟ କଣ୍ଠ ଶିଳ୍ପୀ ବ୍ୟାସଦେବ ପୁରୋହିତ. ଯୋଗଦାନ କରି ପୋପାର ଏହି ଉଦ୍ୟମ ଫଳରେ ନୁଆଁ ପିଢ଼ିର କଲାକାର ମାନଙ୍କୁ ଲୋକ ଲୋଚନକୁ ଆଣି ତାଙ୍କର ପ୍ରତିଭା ବିକାଶରେ ସହଯୋଗ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ. ପୋପାର ଉପସଭାପତି ଶରତ ମହାକୁର ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଯୋଜକ ମାନେ କିଭଳି ଲାଭନ୍ୱିତ ହୋଇ ପାରି ବେ. ସେଥିପାଇଁ ପ୍ରଚାର ପ୍ରସାର ବ୍ୟାପକ କରାଯିବ ବୋଲି ମତ ରଖିଥିଲେ, ପରେ ଆଲବମ ସହିତ ଜଡିତ ଲେଖକ କପିଳେଶ୍ୱର ଖମାରୀ.ଚୈତନ୍ୟ ମଟାରୀ, ସଂଗ୍ରାମ ମହାପାତ୍ର ସାଇକୃଷ୍ଣ,ଟୂବୁଲ ସିଂ ,ଚରଣ, ପୁର୍ଣ, ପରେଶ ଆଲବମର ନାୟକ କ୍ରିଷ୍ଣରାଜ, ବ୍ୟବସାୟୀ ଅଭିଜନ ପତି, ପ୍ରୋଜାଜିକା ରତ୍ନ ମଞ୍ଜରୀ ପତି ପ୍ରମୁଖଙ୍କୁ  ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସନମାନୀତ କରାଯାଇ ଥିଲା. ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ମୁରଲିଧାରି ପତି ପୌରୋ ହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୋପାର ସମ୍ପାଦକ ଦେବେନ୍ଦ୍ର ସାହୁ ଧନ୍ୟ ବାଦ ଅର୍ପଣ କରିଥିଵା ବେଳେ ପରିଚାଳନା କରିଥିଲେ ସିରିଶା ସୁଭଦର୍ଶିନୀ ପତି ପରିଶେଷରେ ଶତାଧିକ ଦର୍ଶକଙ୍କ ସମାଗମରେ ଗୀତର ଭିଡିଓ ପ୍ରଦର୍ଶନ କରାଯାଇଥିଲା.

Recent Comments

Leave Comments

Top