logo
add image
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରେଢ଼ାଖୋଲ ରେ ସ୍ବର୍ଗତଃ ବିଶ୍ୱନାଥ ପଣ୍ଡିତଙ୍କ ଜନ୍ମଜୟନ୍ତୀ ପାଳିତ।

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରେଢ଼ାଖୋଲ ରେ ସ୍ବର୍ଗତଃ ବିଶ୍ୱନାଥ ପଣ୍ଡିତଙ୍କ ଜନ୍ମଜୟନ୍ତୀ ପାଳିତ।

ରେଢ଼ାଖୋଲ,୩/୦୧/୨୦୨୫(ଆଧାର ମିଡ଼ିଆ)ଆଜି ରେଢ଼ାଖୋଲ ସହରାସାହି ସ୍ଥିତ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଓଡିଶା ର ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶା କେନ୍ଦୁପତ୍ର କର୍ମଚାରି ସଂଘ ର ପ୍ରତିଷ୍ଠାତା ସଭାପତି ସ୍ବର୍ଗତଃ ବିଶ୍ୱନାଥ ପଣ୍ଡିତ ଙ୍କ ୧୦୬ତମ ଜନ୍ମଜୟନ୍ତୀ ପାଳିତ ହୋଇଛି।୧୯୬୪ ମସିହା ରେ ସ୍ଥାପିତ ଏହି ସଂଘରେ ବର୍ତ୍ତମାନ ୧୫ ଲକ୍ଷ ତୋଳାଳୀ,୧୮ ହଜାର ସିଜନାଲ କର୍ମଚାରୀ ଓ ୨୦ ହଜ଼ାର ବନ୍ଧାଳୀ ସଦସ୍ୟ ଅଛନ୍ତି lଏହି ସଂଘ ଜଙ୍ଗଲ ବିଭାଗର ୧୯ ଟି ଡିଭିଜନ ଓ ୨୨ ଟି ଜିଲ୍ଲାରେ ପରିବ୍ୟାପ୍ତ।ସ୍ୱାଧୀନତା ସଂଗ୍ରାମୀ ତଥା ସଂଘ ର ପ୍ରତିଷ୍ଠାତା ସଭାପତି ସ୍ବର୍ଗତଃ ବିଶ୍ୱନାଥ ପଣ୍ଡିତ ଙ୍କ ଜନ୍ମଜୟନ୍ତୀ ଓଡିଶାର ବିଭିନ୍ନ ଡିଭିଜନ ରେ ପାଳିତ ହୋଇଥିଲା ବେଳେ ସେହି କ୍ରମ ରେ ରେଢ଼ାଖୋଲ ଠାରେ ମଧ୍ୟ ପାଳନ କରାଯାଇଛି।ଏହି ସଭାରେ ରାଜ୍ୟ ଉପସଭାପତି ବିନୋଦ ପ୍ରଧାନ ସଭାପତିତ୍ୱ କରୁଥିବା ବେଳେ ରାଜ୍ୟ ସଂଗଠକ ସମ୍ପାଦକ ସଞ୍ଜିତ ମହାନ୍ତି ସ୍ବର୍ଗତଃ ପଣ୍ଡିତଙ୍କ ସ୍ମୃତିଚାରଣ କରିବା ସହ ସଂଘର ୬୦ ବର୍ଷର ଗୌରବପୂର୍ଣ୍ଣ ଇତିହାସ ବିଷୟରେ ନିଜ ଅଭିଭାଷଣ ରଖିଥିଲେ।ଦୀର୍ଘ ବର୍ଷର ଲଢେଇ ଓ ସଂଗ୍ରାମ ଫଳରେ ହାସଲ କରାଯାଇଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଓ ଅଧିକାର ସମ୍ପର୍କରେ ସଭାରେ ଆଲୋକପାତ କରାଯାଇଥିଲା।ବର୍ତ୍ତମାନ ସର୍ବନିମ୍ନ ମଜୁରୀ ଅନୁଯାଇ ସିଜନାଲ କର୍ମଚାରୀଙ୍କ ଦରମା ବୃଦ୍ଧି,ପତ୍ର ଦର ବୃଦ୍ଧି,ଜିଏସଟି ଛାଡ଼ ଓ ଘରୋଇକରଣ ପରି ବିଭିନ୍ନ ସମସ୍ୟା ର ସାମନା କରିବାପାଇଁ ସଂଘ କୁ ସୁଦୃଢ କରାଯିବା ପାଇଁ ଆବାହାନ କରାଯାଇଥିଲା।ରେଢ଼ାଖୋଲର ୬୦ ହଜାରରୁ ଉର୍ଦ୍ଧ ତୋଳାଳୀ ଓ କର୍ମଚାରୀ ବାସ କରୁଥିବା ବେଳେ ବିଭିନ୍ନ ଲଘୁ ବଣ୍ୟଜାତ ଦ୍ରବ୍ୟ ଉପରେ ନିଜର ଜୀବିକା ପାଇଁ ନିର୍ଭର କରିଥାନ୍ତି।ଏଣୁ ବିଭିନ୍ନ ଲଘୁ ବନ୍ୟଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ନିର୍ଣ୍ଣୟ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ନିଷ୍ପତି ନିଆଯାଇଥିଲା।ଆଜିର ଏହି ସଭା ରେ ରେଢ଼ାଖୋଲ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନବ ମହାର,ସୁମିତ ପଟେଲ,ଦେବଜ୍ୟୋତି ପଟ୍ଟନାୟକ,ଶ୍ରୀନିବାସ ଖମାରି,ଶଶୀଭୂଷଣ ପ୍ରଧାନ,ରାଜେଶ ରାଉଳ,ନୀଳାଦ୍ରି ପ୍ରଧାନ,ପ୍ରମୋଦ ସାହୁ,ଜିତେନ୍ଦ୍ର ଷଣ୍ଢ,ଅଖୋଜ ପ୍ରଧାନ,ତୀର୍ଥବାସୀ ପ୍ରଧାନ,କାର୍ତ୍ତିକ ପ୍ରଧାନ,ବିମଳା ଭୋଇ,କୁନି ଭୋଇ ସହ ଶତାଧିକ ତୋଳାଳୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଶେଷ ରେ ନାକଟିଦେଉଲ ରେଞ୍ଜ ସମ୍ପାଦକ ଭିକାରି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
 

Recent Comments

Leave Comments

Top