logo
add image
ପଏଁରୀ ତିହାର ର ଦ୍ଵିତୀୟ ସଂଧ୍ୟା ସଂବର୍ଦ୍ଧିତ ହେଲେ ଆଦର୍ଶ ଶିକ୍ଷକ ଲାଲବାବୁ।

ପଏଁରୀ ତିହାର ର ଦ୍ଵିତୀୟ ସଂଧ୍ୟା ସଂବର୍ଦ୍ଧିତ ହେଲେ ଆଦର୍ଶ ଶିକ୍ଷକ ଲାଲବାବୁ।

ସୁବର୍ଣ୍ଣପୁର,୩/୧/୨୦୨୫(ଆଧାର ମିଡ଼ିଆ)ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାର ର ରୌପ୍ୟ ଜୟନ୍ତୀ ର ଦ୍ଵିତୀୟ  ସଂଧ୍ୟାରେ  ଅନୁଷ୍ଠାନ ର ସଭାପତି ଲଡ଼ୁକିଶୋର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ସଭାରେ ମୁଖ୍ୟ ଅତିଥିଭାବେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଅନ୍ୟତମ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ,ପ୍ରଫେସର ଡ଼ଃ ବିଭୂଦତ୍ତ ମିଶ୍ର,ଉପଦେଷ୍ଟା ଅଭିମନ୍ୟୁ କୁଶଳ,ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ପ୍ରଥମେ ସୁବର୍ଣ୍ଣପୁର ର ଇଷ୍ଟଦେଵୀ ମା' ସୁରେଶ୍ୱରୀ ଙ୍କ ପୂଜାର୍ଚନା ପରେ ଉପସ୍ଥିତ ଅତିଥି ମାନେ ସଂସ୍କୃତି ସଂପନ୍ନ ସୁବର୍ଣ୍ଣପୁର ର କଳା ସଂସ୍କୃତିକୁ ପଏଁରୀ ତାର୍ ଏହି ତିହାର ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକ ର ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହି ଅନବରତ ପ୍ରୟାସ ଯୋଗୁଁ  ଆଜି ସମସ୍ତେ ଲୋକଲୋଚନକୁ ଆସିବା ସହ ଦେଶ ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ  ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଏକ ସୁନ୍ଦର ମଞ୍ଚ ପାଉଥିବା ପ୍ରକାଶ କରିଥିଲେ।ଏହି ଅବସରରେ   ପଞ୍ଚମହଲା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଲାଲ ବାବୁ ସେଠୀ ଙ୍କୁ ଆଦର୍ଶ ଶିକ୍ଷକ ଭାବରେ  ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ବିଶେଷ କରି କରୋନା ମହାମାରୀ ସମୟରେ ସେ ଗାଁ ଗାଁ ବୁଲି ନବମ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନ ଙ୍କ ଡାଉଟକ୍ଲିୟର କରାଇବା ସହ କୋଭିଡ ସତର୍କତା ପାଳନ ପୂର୍ବକ ଶିକ୍ଷାଦାନ କରି ସେ ସମୟରେ ସମସ୍ତ ଙ୍କର ପ୍ରୀୟଭାଜନ ହୋଇଥିବା ସହ ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ବେଶ ପ୍ରଶଂସନୀୟ ହୋଇଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।ସଂପାଦକ ଚୈଧୁରୀ ବିଭାର  ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ପରେ ଏହି ମଞ୍ଚରେ ପଏଁରୀ ଅନୁଷ୍ଠାନ ର ମାଇଲାଜଡ,ବରଗଡ଼,କୋରାପୁଟ ଓ ଝାରଖଣ୍ଡ ର ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହଜାର ହଜାର ଦର୍ଶକ ଢେର ରାତି ଯାଏ ମନଭରି ଉପଭୋଗ କରିଥିଲେ।
 

Recent Comments

Leave Comments

Top