ବୌଦ୍ଧ/୦୬/୦୧/୨୦୨୫/ (ଆଧାର ମିଡ଼ିଆ) ବୌଦ୍ଧ ସହରର କଚେରି ପଡିଆରେ ପଦ୍ମଶ୍ରୀ ଡ଼ ସାଧୁ ମେହେରଙ୍କ ମଞ୍ଚରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳାର ପଞ୍ଚମ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ,ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟ ଜଳ,ଓଡ଼ିଶା ସରକାର ଶ୍ରୀଯୁକ୍ତ ରବି ନାରାୟଣ ନାୟକ ଏବଂ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ,ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ମାନ୍ୟବର ବିଧାୟକ, ବୌଦ୍ଧ ତଥା ମୂଖ୍ୟ ସଚେତକ, ବିଧାନସଭା, ଓଡ଼ିଶା ସରକାର,ମାନ୍ୟବର ବିଧାୟକ, କଣ୍ଟାମାଲ ଶ୍ରୀଯୁକ୍ତ କହ୍ନlଇ ଚରଣ ଡାଙ୍ଗ,ସଭାପତି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଧନ୍ୟବାଦ ଜ୍ଞାପନ କରିଥିଲେ l
ସଭା କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସହକାରୀ ନିବନ୍ଧକ, ସମବାୟ ସମିତି, ବୌଦ୍ଧ ଶ୍ରୀଯୁକ୍ତ ହାଡିବନ୍ଧୁ ମହାକୁଡ଼,ସଂଯୋଜିକା ଶୋଭନା ମିଶ୍ର ଏବଂ ସଂସ୍କତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ l ଏହି ଅବସରରେ ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟlନ୍ୟ ବିଭାଗ ର କର୍ମକର୍ତ୍ତା ମାନଙ୍କୁ ସମ୍ୱର୍ଦ୍ଧନା ଦିଆ ଯାଇଥିଲା ଏବଂ ଏହି ଅବସରରେ ସ୍ମରଣିକା ଯୋଷଧାରା ଉନ୍ମୋଚନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଧୁନକେଲି, ହରଭଙ୍ଗା, ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳି, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧ,ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ, ପୂର୍ଣ୍ଣମାସି ମହିଳା ପାଲା ଦଳ, ବ୍ରାହ୍ମଣୀ, ସରକାରୀ ଉ. ପ୍ରା. ବିଦ୍ୟାଳୟ, ଜମଟାଙ୍ଗି,ଝାଡ଼ରାଜିଙ୍ଗ ଆଶ୍ରମ ହାଇସ୍କୁଲ, ଚାରିଛକ,ଗନ୍ଧରାଡ଼ି କଳା ପରିଷଦ,ଜହ୍ନl ପଙ୍କ,ଶ୍ରୀରାମ କାର୍ଟୁନ କମେଡି, ଡାଙ୍ଗପଡ଼ା, ସରକାରୀ ଉପ୍ରା ବିଦ୍ୟାଳୟ ରାଧାନଗର, ସାଂସ୍କୃତିକ କଳା ପରିଷଦ,ଯୋଗ କାର୍ଯ୍ୟକ୍ରମ,ଏମ ଇ ସ୍କୁଲ୍, ମର୍ଜlକୁଦ, ଡ୍ରିମ୍ ନାଇଟ, ପୁରୀ, ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ, ବୌଦ୍ଧ,କୋଟପାଡ଼ କଳା ପରିଷଦ, କୋରାପୁଟ, କୁରେଇ କଲଚରାଲ୍ ୱିଙ୍ଗ, ବୌଦ୍ଧ, ସୃଷ୍ଟି ଡାନ୍ସ ଏକାଡେମୀ ବୌଦ୍ଧ ପରିବେଷଣ କରିଥିଲେ l ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବୌଦ୍ଧର କଳାକାର ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ପରେ ପରେ ସିଙ୍ଗର ଅ ନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ପ୍ରଧାନ, ଏଲିନା ସାମନ୍ତରାଏ, ସ୍ମୃତିମୟୀ ଏବଂ ବିକାଶ ଏବଂ ସିଜଲରସ ଡାନ୍ସ ଗ୍ରୁପ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
Recent Comments