ମଥୁରା /ବରଗଡ /୦୭ /୧ /୨୦୨୫ / (ଆଧାର ମିଡ଼ିଆ)-ବରଗଡ ରୂପକ ମଥୁରା ନଗରିର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଆଜି ୫ମ ଦିବସରେ ପାତ୍ର ମନ୍ତ୍ରୀଙ୍କ ସହିତ ନଗର ଭ୍ରମଣ ସମୟରେ ବ୍ରହ୍ମଚାରୀ ଭ୍ରମଣ କରିଥିବାର ଦେଖିବାକୁ ମିଳିଥିଲା. ସନ୍ଧ୍ୟା ୫ ଘଣ୍ଟା ସମୟରେ ବ୍ରହ୍ମଚାରୀ ପ୍ରବେଶ କରି ସନ୍ଧ୍ୟା ୬ ଘଣ୍ଟା ସମୟରେ ପ୍ରତ୍ୟାବର୍ତନ କରିଥିଲେ. ଭ୍ରହ୍ମାଚାରିରେ ଥିବା ପ୍ରଜା ମାନଙ୍କର କୁଶଳ ପଚାରି ବୁଝିବା ସହିତ କୃଷ୍ଣକୁ ପୂଜା ନ କରିବାକୁ ପରାମର୍ଶ ଦେଇଥିଲେ.କଂସଙ୍କ ନଗର ଭ୍ରମଣ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ କଂସ ମହାରାଜଙ୍କୁ ଦେଖିବାକୁ ଲୋକାରଣ୍ୟ ହୋଇଯାଇଥିଲା.ଚାଲନ୍ତି ବର୍ଷ ଧନୁଯାତ୍ରାରେ କିଛି ନୂତନତ୍ୱ ଦେଖିବାକୁ ମିଳିଛି.ସେପଟେ ଗୋପପୁରରେ କୃଷ୍ଣଜନ୍ମ ଲୀଳାଦେଖିବାପାଇଁ ଲକ୍ଷାଧିକ ପର୍ଯ୍ୟଟକ ମାନଙ୍କ ଭିଡ଼ ହୋଇଥିବାର ଦେଖିବାକୁ ମିଳୁଛି.ପ୍ରତେକ ବର୍ଷ ଅପେକ୍ଷା ଚଳନ୍ତି ବର୍ଷ ଧନୁଯାତ୍ରାରେ କିଛି ନୂତନତ୍ୱ ଦେଖିବାକୁ ମିଳିଛି.ବରଗଡର ମୁଖ୍ୟ ଦ୍ୱାର ଗାନ୍ଧୀଛକ ଏବଂ ଅନ୍ୟ କେତୋଟି ସ୍ଥାଇ ଧନୁଗେଟ ବିଶେଷ ଆକର୍ଷଣୀୟ ହୋଇଛି.ଯାହାକି ବହୁତ ଆଗରୁ ହେବାର ଥିଲା.ପ୍ରତେକ ବର୍ଷ ଧନୁଯାତ୍ରାରେ ପ୍ରାୟ ଟ୍ରାଫିକ ସମାସ୍ୟା ଦେଖାଦେଇଥାଏ .ଟ୍ରାଫିକ ଲାଇଟ ଲାଗିଯିବ ଦ୍ୱାରା ଟ୍ରାଫିକ ସମସ୍ୟା ପ୍ରାୟ ଦୂରହୋଇଛି ବୋଲି ଅନୁମାନ କରାଯାଉଛି.୧୨ କିଲୋମିଟର ପରିଧି ମଧ୍ୟରେ ଚାଲୁଥିବା ଖୋଲା ଆକାଶ ତଳେ ବିଶ୍ୱ ପ୍ରସିଧ ଧନୁ ଯାତ୍ରାରେ ପର୍ଯ୍ୟଟକ ହଇରାଣ ନ ହେବାକୁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି.ଯେଉଁପଟରୁ ପର୍ଯ୍ୟଟକ ମାନେ ଆସିଲେବି ବରଗଡ ଉପକଣ୍ଠ ଗାନ୍ଧୀଛକରୁ ଅମ୍ବାପାଲି ଯିବାପାଇଁ ବସର ବନ୍ଦୋବସ୍ତ କରାଯାଇଛି.ପର୍ଯ୍ୟଟକ ମାନେ ଆରାମରେ ଅମ୍ବାପାଲି ଅର୍ଥାତ ଗୋପପୁର ବୁଲି ଦେଖିପାରୁଛନ୍ତି.କିନ୍ତୁ ଏକ ପରିତାପର ବିଷୟ ଏହିକିଯେ ଲକ୍ଷାଧିକ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟର ବିଶେଷ କିଛି ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ମାନେ ହଇରାଣ ହରକତ ହେଉଥିବାର ଦେଖିବାକୁ ମିଲୁସସହାହୀ.ଏହାକୁ ଦୁରକରିବାପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି.
Recent Comments