logo
add image
ପୁରୀରେ ବର୍ଷକୁ ୪ଟି ମହୋତ୍ସବ କରାଯିବାକୁ ମତଦେଲେ ଆଇନ ମନ୍ତ୍ରୀ।

ପୁରୀରେ ବର୍ଷକୁ ୪ଟି ମହୋତ୍ସବ କରାଯିବାକୁ ମତଦେଲେ ଆଇନ ମନ୍ତ୍ରୀ।

ପୁରୀ/ ୮/୧/୨୦୨୫/ ( ଆଧାର ମିଡ଼ିଆ )ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପୁରୀ ବେଳାଭୂମି ମହୋତ୍ସବର ଦ୍ୱିତୀୟ ସଂଧ୍ୟାକୁ ଆଜି ମୁଖ୍ୟଅତିଥି ଭାବେ ଉଦଘାଟନ କରିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ନିଜ ବକ୍ତବ୍ୟରେ ଶ୍ରୀ ହରିଚନ୍ଦନ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଓଡିଶା ପାଇଁ ଏକ ବଡ ଉପଲବ୍ଧି ଓ ଗୌରବର ବିଷୟ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପ୍ରବାସୀ ଭାରତୀୟ ମାନଙ୍କ ଭଲପାଇବା ର ଏହା ଏକ ସ୍ମୃତି।ମହାପ୍ରଭୁଙ୍କ କ୍ଷେତ୍ରକୁ ଆସିବା ସମସ୍ତଙ୍କ ଇଛା ଥାଏ।ପ୍ରବାସୀ ଭାରତୀୟ ମାନେ ମଧ୍ୟ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରୁଛନ୍ତି।ଅତିଥି ମାନଙ୍କୁ ସୁନ୍ଦର ଆତିଥେୟତା ପ୍ରଦାନ କ୍ଷେତ୍ରରେ ଓଡିଶା ଅଗ୍ରଣୀ।ଆମେ ପୁରୀବାସୀ ଏହାକୁ ଅକ୍ଷୁର୍ଣ୍ଣ ରଖିବା।ବିଚ ଫେଷ୍ଟିଭାଲ ପୁରୀ ର ହୋଟେଲ ଆସୋସିଏସନ ଆରମ୍ଭ କରିଥିଲେ।ତେଣୁ ଏହାକୁ ପ୍ରଶାସନ, ହୋଟେଲ ଆସୋସିଏସନ ଓ ଅନ୍ୟାନ୍ୟ ସଂଗଠନ ମାନେ ମିଶି ବର୍ଷକୁ ୪ ଗୋଟି ମହୋତ୍ସବର ବ୍ୟବସ୍ଥା କରାଯିବାକୁ ସେ ମତ ଦେଇଥିଲେ।ଏହା ଦ୍ଵାରା ପର୍ଯ୍ୟଟକ ଅଧିକ ଆକୃଷ୍ଟ ହେବେ।
ଆମର ଲକ୍ଷ୍ୟ ପୁରୀକୁ ଦୈନିକ ଅନ୍ତତଃ ଏକ ଲକ୍ଷ ଲୋକ ଙ୍କ ଆଗମନ ହେଉ।ଯାହା ଆମ ପର୍ଯ୍ୟଟନ ଶିଳ୍ପ କୁ ଆଗକୁ ନେବା ସହ ବିଶ୍ବ ରେ ଆମ ମହାନ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ଦିଗରେ ସହାୟକ ହେବ।ସରକାର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି।ଆମେ ସମବଦ୍ଧ ଭାବେ ଏହାର ଉନ୍ନୟନ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ହରିଚନ୍ଦନ ମତ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇ  ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଆମେ ଅଲଗା ଅଲଗା ସ୍ଥାନରେ ଦେଖନ୍ତି।କିନ୍ତୁ ପୁରୀ ଉଭୟ ଧାର୍ମିକ ଓ ପର୍ଯ୍ୟଟନ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ।ଅତୀତରେ ହୋଟେଲ ଆସୋସିଏସନ ପକ୍ଷରୁ ଏହି ମହୋତ୍ସବ ଆରମ୍ଭ ହୋଇଥିଲା।ଏହାକୁ ପ୍ରତିବର୍ଷ କରିବା ଓ ଶ୍ରୀକ୍ଷେତ୍ରର ସମୃଦ୍ଧି ଓ ଉନ୍ନତି ପାଇଁ ସମସ୍ତେ ଉଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ।ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପ୍ରବାସୀ ଭାରତୀୟ ମାନଙ୍କୁ ଆମେ ସ୍ବାଗତ କରିଛନ୍ତି ଓ ସେମାନ ଙ୍କୁ ଏକ ସୁଖଦ ଅନୁଭବ ଦେବା ଆମ ସମସ୍ତଙ୍କ ଦାୟିତ୍ୱ।ପୁରୀ ମାଟି ଧାର୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ସମସ୍ତଙ୍କୁ ଆକୃଷ୍ଟ କରିଛି ବୋଲି ସେ କହିଥିଲେ। ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ୧୯୯୩ ମସିହାରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ମହେଶ୍ବର ମହାନ୍ତି ଏହି ବିଚ ଫେଷ୍ଟିଭାଲ କୁ ଆରମ୍ଭ କରିଥିଲେ।ଏହା ପୁନଶ୍ଚ ଆରମ୍ଭ ହେବା ଦ୍ଵାରା ଆମ କଳା ସଂସ୍କୃତି ଓ ଐତିହ୍ୟ କୁ ପ୍ରୋତ୍ସାହନ ମିଳି ପାରିଛି ବୋଲି କହିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ  ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏସ ପି ବିନୀତ ଅଗ୍ରୱାଲ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ପରେ ସମ୍ବଲପୁରୀ ଓ ମାହାରୀ ନୃତ୍ୟ ପରିବେଷଣ ସହ ବିଶିଷ୍ଟ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ଓ ବର୍ଣ୍ଣଳୀ ହୋତା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆକର୍ଷଣୀୟ ଲେଜର ସୋ ଅନୁଷ୍ଠିତ ହୋଇଥିଲା।ଏହି ମହୋତ୍ସବ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Recent Comments

Leave Comments

Top