logo
add image
ଗୁଣୁପୁରରେ ଶାମ୍ବ ଦଶମୀ ପାଳିତ

ଗୁଣୁପୁରରେ ଶାମ୍ବ ଦଶମୀ ପାଳିତ

ରାୟଗଡା/ଗୁଣୁପୁର,/୦୯/୦୧/୨୦୨୫/(ଆଧାର ମିଡ଼ିଆ)  ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ l ଏହି ଦିନ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଏ l ପୌରାଣିକ କିମ୍ବଦନ୍ତୀ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶପ୍ତ ହୋଇ କୃଷ୍ଠ ରୋଗରେ ପୀଡିତ ଥିଲେ l ସେ ସୂର୍ଯ୍ୟ ଦେବଙ୍କ ଆରଧନା କରିବା ପରେ ରୋଗରୁ ଭଲ ହୋଇଥିଲେ l ଗୁଣୁପୁରରେ ଏହି ପୂଜା ଘରେ ଘରେ ପାଳନ କରାଯାଇଛି l ବିଭିନ୍ନ ପ୍ରକାରର ପିଠା, ଅଟକାଳୀ,ଗଇଁଠା, ଖେଚୁଡ଼ି, ଲିଆମୁଆ ଓ ଘାଣ୍ଟ ବା ଘୋଡଘୋଡା ତିଅଣ ଇତ୍ୟାଦି ପ୍ରସାଦ ରୂପେ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରାଯାଇଥିଲା l ମା ମାନେ ନିଜ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ନିଷ୍ଠାର ସହ ଏହି ପର୍ବକୁ ପାଳନ କରାଯାଇଥିଲା l

Recent Comments

Leave Comments

Top