logo
add image
ନିରାଡ଼ମ୍ବର ଭାବେ ପାଳିତହେଲା ପୌଷପୂର୍ଣ୍ଣିମା ଯାତ୍ରା

ନିରାଡ଼ମ୍ବର ଭାବେ ପାଳିତହେଲା ପୌଷପୂର୍ଣ୍ଣିମା ଯାତ୍ରା

ଢେଙ୍କାନାଳ/୧୩/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରଦ୍ୟୋତ କୁମାର ବିଶ୍ୱାଳ) ହିନ୍ଦୋଳ ବ୍ଲକ ବାଲିମି ଥାନା ସ୍ଥିତ ଝାଡ଼ବନ୍ଧ ଗ୍ରାମରେ ପୌଷ ମହୋତ୍ସବ ଯାତ୍ରା ଅକ୍ଷୁର୍ଣ୍ଣ ରଖିବାକୁ ଯାଇ ନିରାଡ଼ମ୍ବର ସହକାରେ ବିଧି ପାଳନ କରିଛି ପ୍ରଶାସନ । ଫଳରେ ଚଳିତ ବର୍ଷକୁ ମିଶାଇ ୬ ବର୍ଷ ହେଲା ପୌଷ ମହୋତ୍ସବକୁ ବନ୍ଦ କରିଛି ପ୍ରଶାସନ । ତେବେ ଆଜି ମା ତାଙ୍କ ଆଲାମକୁ ଧରି ଉଗ୍ରରୁପରେ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଛି ।ଫଳରେ ଚାତକ ପରି ମାଙ୍କ ଆଲାମଙ୍କୁ ଦର୍ଶନ କରିବାକୁ ନିଜ ନିଜର ଘର ସମ୍ମୁଖରେ ଅପେକ୍ଷା କରିଥିବା ଗାଁ ଲୋକେ ସଠିକ ଭାବରେ ମାଙ୍କ ଦର୍ଶନକରି ପାରିନଥିବା ଜଣାପଡ଼ିଛି ।ଏହି ଘଟଣାକୁ ନେଇ ଗ୍ରାମରେ ଏକ ଚାପାଗୁଞ୍ଜରଣ ଖେଳି ଯାଇଛି । କେହି କେହି ଗ୍ରାମରେ ନିଜ ନିଜର ହୀନ ମାନସିକତାକୁ ନେଇ ବହୁ ପୁରାତନ କାଳରୁ ହୋଇ ଆସୁଥିବା ମା କତାମାଶୁଣିଙ୍କ ପୌଷ ପୂର୍ଣ୍ଣିମା ଯାତ୍ରା ବନ୍ଦ କରି ଦେଇଥିବାରୁ ମା ମଧ୍ୟ ଏବେ ଅସନ୍ତୁଷ୍ଟ ହୋଇ ଉଗ୍ରରୂପ ଧାରଣ କରିଥିବା ନେଇ ଚର୍ଚ୍ଚା ଉଠିଲାଣି । ସୂଚନା ଯୋଗ୍ୟ ଆଜକୁ ୫ ବର୍ଷ ହେଲା ଝାଡ଼ବନ୍ଧ ଗ୍ରାମରେ ଗୋଷ୍ଠୀ ବିବାଦ ଯୋଗୁଁ ବହୁ ପୁରାତନ କାଳରୁ ହୋଇ ଆସୁଥିବା ପୌଷ ମହୋତ୍ସବ ଯାତ୍ରା ବନ୍ଦ ହୋଇ ଆସୁଛି । ତେବେ ଆଜକୁ ୬ ବର୍ଷ ହୋଇଥିଲେ ମଧ୍ୟ ଏହା ଏବେ ଥମିବାର ନାଁ ଧରୁନି । ଚଳିତ ବର୍ଷ ୫ ବର୍ଷ ହେଲା ବନ୍ଦ ରହିଥିବା ପୌଷ ମହୋତ୍ସବକୁ ପୁନଃ ଆୟୋଜନ କରିବା ଗ୍ରାମବାସୀଙ୍କୁ ଏକତ୍ରିତ କରିବା ପାଇଁ ଗ୍ରାମର ଯୁବ ଗୋଷ୍ଠୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।ତେବେ ପ୍ରଶାସନ ପକ୍ଷରୁ ଯୁବଗୋଷ୍ଠୀଙ୍କ କଥାକୁ ଗୁରୁତ୍ୱ ଦେଇ ବାରମ୍ବାର ବୈଠକ ଡକାଇ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ । ତେବେ ଗୋଟିଏ ଗୋଷ୍ଠୀର ନସ୍ତ୍ୟ ସ୍ୱାର୍ଥ ବ୍ୟକ୍ତି ସେହି ଗୋଷ୍ଠୀର ନିରୀହ ଲୋଙ୍କକୁ ହାତ ବାରିସୀ କରି ଏକତ୍ରିତ ହୋଇ ଯାତ୍ରା କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।
ଫଳରେ ପ୍ରଶାସନ ପକ୍ଷରୁ ୧୦ ତାରିଖଠାରୁ  ୧୪ ପର୍ଯ୍ୟନ୍ତ ୧୬୩ ଧାରା ଜାରି କରି ଗ୍ରାମ ପରିସରରେ ଓ ମନ୍ଦିର ପରିସରରେ ହୋଇ ଆସୁଥିବା ପୌଷ ମହୋତ୍ସବ ଯାତ୍ରାକୁ ଚଳିତବର୍ଷ ମଧ୍ୟ ବନ୍ଦକରିଥିଲା । ନିତ୍ୟ ପୂଜକ ଗଜାନନ ସାହୁଙ୍କ ସହିତ ଦୁଇଜଣ ସହଯୋଗୀଙ୍କୁ ଧରି ହିନ୍ଦୋଳ ତହସିଲଦାର ଦିଲ୍ଲୀପ ସେଠୀ ,ବାଲିମି ଥାନା ଅଧିକାରୀ ଅମିତ ବିଶ୍ୱାଳ, ମୋଟଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ସୁରକ୍ଷା ବଳୟ ମଧ୍ୟରେ ଆଲାମ ଯାତ୍ରା ଆରମ୍ଭ ହୋଇଥିଲା । ତେବେ ପ୍ରଥମ ଥର ପାଇଁ ଉଗ୍ର ରୂପରେ ମାଙ୍କ ଆଲାମ ଯାତ୍ରା ଗ୍ରାମରେ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ଆଜକୁ ୫ ବର୍ଷ ହେଲା ପ୍ରତ୍ୟେକ ବର୍ଷ ମା ଙ୍କ ଆଲାମ ଯାତ୍ରାକୁ ଗାଁ ଲୋକେ ନିଜ ନିଜର ଘର ଅଗଣା ଦାଣ୍ଡରେ ଦର୍ଶନ କରି ଆସୁଥିଲେ । ଚଳିତ ବର୍ଷ ମାଙ୍କ ଆଲମ ଉଗ୍ର ଭାବେ କ୍ଷିପ୍ର ଗତିରେ ଗାଁ ପରିକ୍ରମା କରିବାରୁ ଗାଁ ଲୋକେ ସଠିକ ଭାବେ ଦର୍ଶନରୁ ବଞ୍ଚିତ ହୋଇଥିଲେ ।ପ୍ରଶାସନ ସହାୟତାରେ ସ୍ୱଳ୍ପ ସମୟ ମଧ୍ୟରେ ଗାଁ ପରିକ୍ରମା କରି ମନ୍ଦିରରେ ବିଜେ କରି ଥିଲେ । ନିତ୍ୟ ପୂଜକ ଯଥାବିଧି ଭାବେ ପୂଜାର୍ଚ୍ଚନା କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଥିବା ଜଣାପଡ଼ିଛି ।

Recent Comments

Leave Comments

Top