logo
add image
ପୌଷ ପୁର୍ଣ୍ଣିମାରେ ମା’ ଶାକମ୍ବରୀଙ୍କ ଜନ୍ମୋତ୍ସବ ପାଳିତ, ମଙ୍ଗଲପାଠରେ ସାମିଲ ହେଲେ ଶତାଧିକ ଭକ୍ତ

ପୌଷ ପୁର୍ଣ୍ଣିମାରେ ମା’ ଶାକମ୍ବରୀଙ୍କ ଜନ୍ମୋତ୍ସବ ପାଳିତ, ମଙ୍ଗଲପାଠରେ ସାମିଲ ହେଲେ ଶତାଧିକ ଭକ୍ତ

ବୌଦ୍ଧ/୧୪/୦୧/୨୦୨୫/ (ଆଧାର ମିଡ଼ିଆ )ପୌଷ ପୁର୍ଣ୍ଣିମାରେ ମା’ ଶାକମ୍ବରୀଙ୍କ ଜନ୍ମୋତ୍ସବ ବୌଦ୍ଧ ସହର ସ୍ଥିତ ଟାଉନହଲ ଠାରେ ପାଳିତ ହୋଇଛି । ଶ୍ରୀ ଶାକମ୍ବରୀ ପରିବାର ପକ୍ଷରୁ ଆୟୋଜିତ ଜୟନ୍ତି ଉତ୍ସବରେ ବୌଦ୍ଧ ସହର ସମତେ ଆଖପାଖ ଅଂଚଳର ଶତାଧିକ ଭକ୍ତ ସପରିବାର ସାମିଲ ହୋଇଥିଲେ । ମା’ ଶାକମ୍ବରୀଙ୍କ ସ୍ୱତନ୍ତ୍ର ବେଶ କରାଯିବା ପରେ ପୂଜା ହୋମ ଆୟୋଜିତ ହୋଇଥିଲା l ପରେ ମା’ଙ୍କ ମଙ୍ଗଲପାଠ ଆୟୋଜିତ ହୋଇଥିଲା । ମଂଗଲପାଠରେ ସୁପ୍ରସିଦ୍ଧ ଗାୟକ ଶ୍ରୀକୃଷ୍ଣ ପ୍ରଧାନ ଯୋଗଦେଇ ମାଁଙ୍କ ମହିମାର ଗୁଣଗାନ କରିଥିଲେ ।  ଶ୍ରୀ ଶାକମ୍ବରୀ ପରିବାର ର ରାଧେଶ୍ୟାମ କେଡିଆ,ରାଜକୁମାର ଅଗ୍ରୱାଲା, ସତ୍ୟନାରାୟଣ ଅଗ୍ରୱାଲା,ଶ୍ୟାମସୁନ୍ଦର ଅଗ୍ରୱାଲା, ସଜ୍ଜନ ଅଗ୍ରୱାଲା, ସୁରେନ୍ଦ୍ର, ଲୋକନାଥ, ଅଶୋକ, ସମ୍ପଦଙ୍କ ସମତେ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ସବୁ ପରିଚାଳନା କରିଥିଲେ ।

Recent Comments

Leave Comments

Top