logo
add image
ରେଙ୍ଗାଳିରେ ବାର୍ଷିକ ବେଦପାଠ ଯଜ୍ଞ ପାରାୟଣ ଉତ୍ସବ ଅନୁଷ୍ଠିତ।

ରେଙ୍ଗାଳିରେ ବାର୍ଷିକ ବେଦପାଠ ଯଜ୍ଞ ପାରାୟଣ ଉତ୍ସବ ଅନୁଷ୍ଠିତ।

କଣିହାଁ/ ୧୪/୧/୨୦୧୫/ ଆଧାର ମିଡ଼ିଆ//-କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ବେଦ ଭବନର ୫୧ କୁଣ୍ଡୀୟ ବେଦ ପାରାୟଣ ଯଜ୍ଞ ଓ ୪୯ ତମ ବାର୍ଷିକ ଉତ୍ସବ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ପ୍ରତ୍ୟୁଷରେ ଜାଗରଣ ମନ୍ତ୍ରପରେ ଓମ୍ ଧ୍ଵଜା ଉତ୍ତୋଳନ କରାଯାଇଥିଲା। ପ୍ରତ୍ୟୟ ଦିନ ୧୦ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବେଦ ପାରାୟଣ ଯଜ୍ଞ ଓ ଭାଜନୋପଦେଶ ସହ ସନ୍ଧ୍ୟାରେ ସନ୍ଧ୍ୟା ଉପାସନା ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁରୁକୁଳ ଆଶ୍ରମର ମୁଖ୍ୟାଧିଷ୍ଠାତା ଓ ଶିବାନନ୍ଦ ତପୋଭୂମୀର ପ୍ରତିଷ୍ଠାତା ଆଚାର୍ଯ୍ୟ ଦେବବ୍ରତଜୀଙ୍କ ପୌରାହିତ୍ୟରେ ରେଙ୍ଗାଳି ଦୟାନନ୍ଦ ବୈଦିକ ସାଧନ ଆଶ୍ରମର ସ୍ଵାମୀ ଶ୍ରୀସତ୍ୟ ସରସ୍ଵତୀ, ପଣ୍ଡିତ ଜଗବନ୍ଧୁ ଶାସ୍ତ୍ରୀ, ବ୍ରହ୍ମଚାରୀ ବିଭୂତିଜୀ, ଶ୍ରୀକାନ୍ତ ବ୍ରହ୍ମଚାରୀଜୀ ପ୍ରମୁଖ ବିଦ୍ୱାନ ଯୋଗଦେଇ ବେଦ ପାରାୟଣ ଯଜ୍ଞ ଓ ପ୍ରବଚନ କାର୍ଯ୍ୟ ସମ୍ପନ୍ନ କରିଥିଲେ। ବେଦ ଭବନର ସଭାପତି ତଥା ଅଧିକ୍ଷଣ ଯନ୍ତ୍ରୀ ସୁରୋଜ ପାତ୍ର ଓ ତାଙ୍କ ସହଧର୍ମଣି  ପ୍ରାଚୀ ସାହୁ ଯଜ୍ଞ କର୍ତ୍ତା ଦାୟୀତ୍ବ ନିର୍ବାହ କରିଥିଲେ। ମଧ୍ୟାହ୍ନରେ ପୂର୍ଣ୍ଣାହୁତି ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ପ୍ରଦାନ କରାଯାଇଥିଲା। ସମାଜସେବୀ ଜଗମୋହନ ପ୍ରଧାନ, ଆର୍ଯ୍ୟ ପ୍ରଫୁଲ୍ଲ ସାମଲ ପ୍ରମୁଖ ପୂର୍ଣ୍ଣାହୁତିରେ ଯୋଗ ଦେଇଥିଲେ। ବୈଦିକ ଯଜ୍ଞାନୁଷ୍ଠାନ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ସଦସ୍ୟ ହିମାଦ୍ରି ସାହୁ, ପ୍ରସନ୍ନ ସାହୁ, ହୃଦୟ ପ୍ରଧାନ, ପଙ୍କଜ ସାମଲ, ବିଜୟ ସାମଲ ପ୍ରମୁଖଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Recent Comments

Leave Comments

Top