ପଦ୍ମପୁର/ ୧୫/୧/୨୦୨୫/( ଆଧାର ମିଡ଼ିଆ// ରିପୋର୍ଟ-ଡିଲେଶ୍ୱର ବାଗ)ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମପଞ୍ଚାୟତ ଟାଲ ଗ୍ରାମଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ପୂର୍ବରୁ ଆଜି ବିଧିବଦ୍ଧ ଭାବରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ପଣ୍ଡିତ ଅଚ୍ୟୁତାନନ୍ଦ ହୋତା,ବିଜୟ ହୋତା,ଦାଶରଥି ହୋତା,ଶଚିପତା ହୋତାଙ୍କ ପୂଜାପାଠରେ ମୁଖ୍ୟ କର୍ତ୍ତା ତଥା ଗାଁର ଗୌନ୍ତିଆ ବଲଦେବ ସାହୁ(ରାଜା),ଜୟକୁମାର ସାହୁ,କିଶୋର ପଧାନ,ଅରବିନ୍ଦ ପଣ୍ଡା,କିର୍ତ୍ତିବାସ ସ୍ବାଇଁ,କୁମୁଦ ଦାଶ,ଉମେଶ ବଢେଇ ସହ ପତ୍ନି ଦାୟିତ୍ବ ତୁଲାଇଥିଲେ।ଏଥିରେ ଗାଁର ଭାଗବତ କିର୍ତ୍ତନ୍ୟ ଦଳ ସହ ଆଞ୍ଚଳିକ ସାଂସ୍କୃତିକ ଦଳ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଗାଁର ଶତାଧିକ ମହିଳା,ପୁରୁଷ ଯୋଗଦେଇଥିଲେ।ଗାଁ କମିଟି,ପୂଜା କମିଟି ,ଉପଦେଷ୍ଟା କମିଟି ସହ ଗ୍ରାମବାସୀ ସହଯୋଗ କରିଥିଲେ।
Recent Comments