logo
add image
ଜାନୁୟାରୀ ୨୦ରୁ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆରମ୍ଭ

ଜାନୁୟାରୀ ୨୦ରୁ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆରମ୍ଭ

ବାଲିଗୁଡା/କନ୍ଧମାଳ/୧୬/୦୧/୨୦୨୫/:(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ): ଗୁରୁସତ୍ତା ପରମ ପୁଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଏବଂ ବନ୍ଦନୀୟ ମାତା ଭଗବତୀ ଦେବୀଶର୍ମା ଏବଂ ମାତା ଗାୟତ୍ରୀଙ୍କର କୃପା ଏବଂ ତାଙ୍କ ସୁକ୍ଷ୍ମ ସଂରକ୍ଷଣରେ ବ୍ୟକ୍ତି ନିର୍ମାଣ, ପରିବାର ନର୍ମାଣ, ସମାଜ ନିର୍ମାଣ ଏବଂ ରାଷ୍ଟ୍ରରେ ନବନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ଆୟୋଜନ ହେଉଛି l ଏହି ପରିପ୍ରେକ୍ଷୀରେ ଚଳିତମାସ ୨୦ ତାରିଖ ସୋମବାର ଦିନ ସକାଳ ୧୦ ଘଟିକା ସମୟରେ ଏକ ବିରାଟ କଳସଯାତ୍ରା ଆୟୋଜନ ହେବା ସହ ୨୧ତାରିଖ ମଙ୍ଗଳବାର ଦିନ ସକାଳ ୬ ଘଟିକା ସମୟରେ ରୁଦ୍ରାଭିଷେକ, ପୂର୍ବାହ୍ନ ୧୦ ଘଟିକାରେ ଘୃତଯଜ୍ଞ ଆରମ୍ଭହେବ ଏବଂ ସନ୍ଧ୍ୟା ୬ ଘଟିକାରେ ଦୀପଯଜ୍ଞ, ୨୨ ତାରିଖ ବୁଧବାର ଦିନ ଘୃତଯଜ୍ଞ ପୂର୍ଣାହୁତୀ ହେବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମରେ ସମଗ୍ର କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏତଦ ବ୍ୟତୀତ ୨୨ ତାରିଖ ବୁଧବାର ଠାରୁ ୨୪ ତାରିଖ ଶୁକ୍ରବାର ତିନିଦିନ ଧରି ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପାଟ୍ଟଖଣ୍ଡା ମନ୍ଦିର ପରିସର ମଧ୍ୟରେ ସ୍ଥାନୀୟ ଗାୟତ୍ରୀ ପରିବାର, ଏବଂ ମା’ ପାଟ୍ଟଖଣ୍ଡା ପରିଚାଳନା କମିଟିଙ୍କ ମିଳିତ ସ‌ହଯୋଗରେ ମାଳିକା ପ୍ରବଚକ ଶ୍ରୀ ପରିବ୍ରାଜକ ପ୍ରମୋଦ ପୃଷ୍ଟିଙ୍କ ଦ୍ୱାରା ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି lଅତଃ ଆପଣ ସମସ୍ତ ଧର୍ମପ୍ରେମୀ, ଭାଇ, ଭଉଣୀ, ମାତା, ମାନଙ୍କୁ ଅନୁରୋଧ କି, ଏହି ଯଜ୍ଞରେ ସପରିବାର ଯୋଗ ଦେଇ ଧର୍ମ ଏବଂ ସୁଖ,ସମୃଦ୍ଧି ଲାଭ କରିବା ହେବେ l

Recent Comments

Leave Comments

Top