ପଦ୍ମପୁର/ବରଗଡ/୧୬/୧/୨୦୨୫/ (ଆଧାର ମିଡ଼ିଆ// ରିପୋର୍ଟ-ଡିଲେଶ୍ୱର ବାଗ): ବରଗଡ଼ ଜିଲ୍ଲା ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ମହା ସମାରୋହରେ ବାର୍ଷିକ ଉତ୍ସବ 'ତରଙ୍ଗିଣୀ ୨୦୨୪-୨୫' ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚହ୍ୱାନ ମୁଖ୍ୟଅତିଥି ଓ ନାଟ୍ୟକାର ଶ୍ରୀଯୁକ୍ତ ଅଶୋକ କୁମାର ବହିଦାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ରଜବୋଡ଼ାସମ୍ବର୍ ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ଭୋଇ ତଥା ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ସିଂବରିହା,ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ,ନିରୋଜ ଦୋରା,ବିଦେଶୀ ସାହୁ,ଜିତେନ୍ଦ୍ର କୁମାର ପଣ୍ଡା,ରାଜେଶ ଖମାରୀ, ବୃନ୍ଦାବନ ଦାଶ,ମିନତି ଦାଶ,ସୁରେଶ ଚନ୍ଦ୍ର ଚୌହାନ,ସୁରେନ୍ଦ୍ର କୁମାର ଭୋଇ ,ଏସ ଏମ ସି ଚେୟର ପର୍ସନ ବିନିଲତା ସାହୁ , ଭାଇସ ଚେୟର ପର୍ସନ ନମିତା ସାହା ଯୋଗଦାନ କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରି ବାଗଦେବୀଙ୍କୁ ପୁଷ୍ପ, ଦୀପ, ଅର୍ପଣକରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ । ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର କାର୍ଯକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ବାର୍ଷିକ ବିବରଣୀ ପଠନ କରିଥିଲେ ।ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟର ତ୍ରି- ମାସିକ ପତ୍ରିକାର ସପ୍ତମ ସଂଖ୍ୟା 'ପ୍ରୟାସ ' ଉନ୍ମୋଚନ କରାଯାଇଥିଲା । ମୁଖ୍ୟ ଅତିଥି ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମାନ କୁନାଲ ମୋତିରାମ ଚୱାନ ଛାତ୍ରୀ ମାନଙ୍କୁ ସ୍ଵପ୍ନ ଦେଖିବାର କୌଣସି ସୀମା ନଥାଏ କହି ନିଜ ଲକ୍ଷ୍ୟପ୍ରାପ୍ତ କରିବା ଦିଗରେ ଉଦବୁଦ୍ଧ କରିଥିଲେ ।ମାନସ ରଞ୍ଜନ ଶତପଥୀ ଓ ରବୀନା ପଧାନ ମଞ୍ଚ ପରିଚାଳନା କରିଥିଲେ । ନାଟ୍ୟକାର ବିଦେଶୀ ସାହୁଙ୍କ ନିର୍ଦ୍ଦେଶିତ ନାଟକ " ବରଗଡ଼କୁ କରିବା କ୍ୟାନ୍ସର ମୁକ୍ତ" ଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା ।ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଭାତୀ ପଟ୍ଟନାୟକ ଓ ମମତା ମିଶ୍ରଙ୍କ ସହଯୋଗରେ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉତ୍ସବର ଶୋଭାକୁ ଦ୍ଵିଗୁଣିତ କରିଥିଲେ ।ବିଦ୍ୟାଳୟର ପୂଜାରାଣୀ ନାୟକ ,ସଂଯୁକ୍ତା ଭୋଇ,ମନିଷା ଭୋଇ, ବୃନ୍ଦାବତୀ ସାହୁ , ଖୁସବୁ ବରିହା,ନିଳୀମା ରାଣୀ ମହାନ୍ତି ପୂଜରାଣୀ ନାୟକ,ଜ୍ୟୋତି ରେଖା ମହାନନ୍ଦ, ଅମନ କୁମାର ପଣ୍ଡା,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର ,ପ୍ରଭାସିନୀ ସାହୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।
Recent Comments