logo
add image
ଜାହାନ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ।

ଜାହାନ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ।

କାକଟପୁର,୧୯/୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)ପୁରୀଜିଲ୍ଲା କାକଟପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ଶିକ୍ଷକ ପ୍ରେମଶଙ୍କର ପୂଜାରୀଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମରେ ଜାହାନ ପବ୍ଲିକ ସ୍କୁଲର ନିର୍ଦ୍ଦେଶିକା ସୁମିତ୍ରା ଘୋଷ ଅଧ୍ୟକ୍ଷତା କରିଥିବାବେଳେ ସ୍କୁଲର ପ୍ରିନ୍ସପାଲ ମମତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଏନଏମଆଇଇଟିର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ନନ୍ଦ,ମୁଖ୍ୟ ବକ୍ତା ଭାବେ କାକଟପୁର ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଜେନା,ସମ୍ମାନିତ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ପ୍ରମୁଖ ଯୋଗଦେଇ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ମାଣରେ ଅଭିଭାବକମାନଙ୍କ ମୁଖ୍ୟ ଭୂମିକା ଏବଂ ସେମାନଙ୍କୁ ମୋବାଇଲର ଅପବ୍ୟବହାରରୁ ଦୂରେଇ ରଖି ଶିକ୍ଷା ସହ ମାନବିକତାର ମୂଲ୍ୟବୋଧର ଗୁରୁତ୍ୱ ଦେବାକୁ ପରାମର୍ଶ ତଥା ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିବା ସହ ଏହି ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଅବଦାନ ତଥା ବିଭିନ୍ନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ।ହାସ୍ୟଭିନେତା ପ୍ରଜ୍ଞାନ ଖଟୁଆଙ୍କ ବଳିଷ୍ଠ ହାସ୍ୟଭିନୟ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇଥିବାବେଳେ ବିଭିନ୍ନ ବିଭାଗରେ ପରିଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପରିଶେଷରେ ବିଦ୍ୟାଳୟର ଇଷାନୀ ଅପରୂପା ଓ ସାଥି ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଚିତାକର୍ଷକ ନୃତ୍ୟ ତଥା ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

Recent Comments

Leave Comments

Top