ବାଲିଗୁଡା/୨୦/୦୧/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ଆୟୋଜନ ଉପଲକ୍ଷେ ଏକ ବିରାଟ କଳସ ଯାତ୍ରା ମନ୍ଦିର ପରିସର ମଧ୍ୟରୁ ବାହାରି ସମଗ୍ର ସହର ପରିକ୍ରମା କରି ନଦୀରୁ ଜଳଆଣି ପୁଣି ମନ୍ଦିରରେ ପହଞ୍ଚି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ୨୧ତାରିଖ ମଙ୍ଗଳବାର ଦିନ ସକାଳ ୬ ଘଟିକା ସମୟରେ ରୁଦ୍ରାଭିଷେକ, ପୂର୍ବାହ୍ନ ୧୦ ଘଟିକାରେ ଘୃତଯଜ୍ଞ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ ଘଟିକାରେ ଦୀପଯଜ୍ଞ, ୨୨ ତାରିଖ ବୁଧବାର ଦିନ ଘୃତଯଜ୍ଞ ପୂର୍ଣାହୁତୀ ହେବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମରେ ସମଗ୍ର କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏତଦ ବ୍ୟତୀତ ୨୨ ତାରିଖ ବୁଧବାର ଠାରୁ ୨୪ ତାରିଖ ଶୁକ୍ରବାର ତିନିଦିନ ଧରି ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପାଟ୍ଟଖଣ୍ଡା ମନ୍ଦିର ପରିସର ମଧ୍ୟରେ ସ୍ଥାନୀୟ ଗାୟତ୍ରୀ ପରିବାର, ଏବଂ ମା’ ପାଟ୍ଟଖଣ୍ଡା ପରିଚାଳନା କମିଟିଙ୍କ ମିଳିତ ସହଯୋଗରେ ମାଳିକା ପ୍ରବଚକ ଶ୍ରୀ ପରିବ୍ରାଜକ ପ୍ରମୋଦ ପୃଷ୍ଟିଙ୍କ ଦ୍ୱାରା ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ସେହିପରି କୁର୍ତ୍ତମଗଡ଼ ଗାୟତ୍ରୀ ପରିବାର ପକ୍ଷରୁ ମଧ୍ୟ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା ଆୟୋଜନ ହୋଇଛି l ଅତଃ ଆପଣ ସମସ୍ତ ଧର୍ମପ୍ରେମୀ, ଭାଇ, ଭଉଣୀ, ମାତା, ମାନଙ୍କୁ ଅନୁରୋଧ କି, ଏହି ଯଜ୍ଞରେ ସପରିବାର ଯୋଗ ଦେଇ ଧର୍ମ ଏବଂ ସୁଖ, ସମୃଦ୍ଧି ଲାଭ କରିବା ହେବେ l ବାଲିଗୁଡା ଓ କୁର୍ତ୍ତମଗଡ଼ ଗାୟତ୍ରୀ ପରିବାର ପକ୍ଷରୁ ଅନନ୍ତ ଚରଣ ପୃଷ୍ଟି, ଅନ୍ତର୍ଯ୍ୟାମୀ ବେହେରା, ଜଗନ୍ନାଥ ବେହେରା, ଗୋପାଳ କୃଷ୍ଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
Recent Comments