ପଦ୍ମପୁର/ବରଗଡ/୨୦/୧/୨୦୨୫/( ଆଧାର ମିଡ଼ିଆ// ଡିଲେଶ୍ୱର ବାଗ): ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଟାଲ ଗ୍ରାମଠାରେ ଆଜିଠାରୁ ମନ୍ଦିର ପ୍ରତିଷ୍ଠା ଆରମ୍ଭ ସହ ରାବଣ ଦରବାର ଉଦଘାଟିତ ହୋଇଯାଇଛି।ମନ୍ଦିର ପ୍ରତିଷ୍ଠା ଯଜ୍ଞମଣ୍ଡପରେ ମୁଖ୍ୟପଣ୍ଡିତ ଅଚ୍ୟୁତାନନ୍ଦ ହୋତା,ବିଜୟ ହୋତା,ଦାଶରଥୀ ହୋତା,ଶଚିପତି ହୋତା,ମଣ୍ଟୁ ମହାପାତ୍ରଙ୍କ ପୂଜା ପାଠରେ ସୂର୍ଯ୍ୟପୂଜା,ପାର୍ଶ୍ବଦେବା ଦେବୀ ପୂଜା, କଳସ ସ୍ଥାପନ,ପ୍ରଥମ ଦିବସ ବିହିତ ପୂଜାପାଠ କରାଯାଇଥିଲା।ପଣ୍ଡିତ ଅମୃତଲାଲ ହୋତାଙ୍କ ପୂଜାପାଠରେ ଅଷ୍ଟପ୍ରହରୀ ନାମଯଜ୍ଞ ସମାପନ ହେଲା।ଏହି ନାମଯଜ୍ଞରେ ଅଞ୍ଚଳର ସମସ୍ତ କିର୍ତ୍ତନ୍ୟଦଳ ସହ ଗୁଡେସିରା ,ପହଣ୍ଡା ,ବରିକେଲା,ସାନକୁଞାରୀ,ରେଙ୍ଗାଲି କିର୍ତ୍ତନ୍ୟଦଳ ଯୋଗଦେଇ ନାମ ସଂକିର୍ତ୍ତନ୍ୟ ଗାନକରିଥିଲେ।ନାମଯଜ୍ଞ ସମାପନ ପରେପରେ ନିମନ୍ତ୍ରୀତ ସଂକିର୍ତ୍ତନ୍ୟ ଦଳ ମାନଙ୍କଦ୍ବାରା ବୈଠକି ଅନୁଷ୍ଠିତ ହୋଇଥିଲା।ରାବଣ ଦରବାର ଉଦଘାଟନ ଉତ୍ସବରେ ଉପଦେଷ୍ଟା କମିଟିର ସଦସ୍ୟ ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ମେଲଛାମୁଣ୍ଡା ଥାନାଧିକାରୀ ସୁବାଷ ଚନ୍ଦ୍ର ରାଜଗୁରୁ,ସମ୍ମାନୀତ ଅତିଥି ମେଲଛାମୁଣ୍ଡା ବିଦ୍ୟୁତ ବିଭାଗ ଅଧିକାରୀ ଶୁଭମ ମେହେର,ଘେଁସ ବନଖଣ୍ଡ ଅଧିକାରିଣୀ ବିଜୟଲକ୍ଷୀ ପଟେଲ,ପୂଜା କମିଟି ସଭାପତି ମାରୁତି ମୋହନ ମିଶ୍ର,ପୂଜା କମିଟୀ ସଂପାଦକ ଧୀରେନ ବିଶ୍ବାଳ ଯୋଗଦେଇଥିଲେ।ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଅଭିନୟ କରୁଥିବା ଭୁବନ ପଧାନଙ୍କ ଦ୍ବାରା ରାବଣ ଅଭିନୟ ଦର୍ଶକ ମାନଙ୍କ ପାଇଁ ଏକ ନିଆାରା ପରିବେଶ ଦେଖିବାକୁ ମିଳିଥିଲା।ରାତ୍ରରେ ଦର୍ଶକ ମାନଙ୍କ ପାଇଁ ଟାଲର ମା ସାରଳା ମହିଳା ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା।ଗ୍ରାମର ନିରଞନ ସାହୁଙ୍କ ପରିବାର ତରଫରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା।ଆସନ୍ତାକାଲି ମଧ୍ୟାହ୍ନ ସମୟରେ ପାରାୟଣ ଗାୟିକା ସ୍ବପ୍ନାରାଣୀ ଯୋଷୀଙ୍କ ଦ୍ବାରା ପାରାୟଣ ଗାନ କରାଯିବା ସହ ସଂଧ୍ୟାରେ ପପଙ୍ଗାର ତାରା ବାହାକ ଓଯୁଗିପାଲିର ମନୋଜ ବାହାକଙ୍କ ଦ୍ବାରା ବୈଠକି ଅନୁଷ୍ଠିତ ହେବ।ରାବଣ ଦରବାରରେ ଓଡିଶା ତଥା ଓଡିଶା ବାହାରୁ ଆସୁଥିବ ପ୍ରସିଦ୍ଧ ସାଂସ୍କୃତିକ ଦଳ ଯୋଗଦେବେ ବୋଲି ପୂଜା କମିଟିର ସଂପାଦକ ଧିରେନ ବିଶ୍ବାଲ ସୂଚନା ଦେଇଛନ୍ତି।ଗ୍ରାମର ପୂଜାକମିଟି,ଉପଦେଷ୍ଟା କମିଟି,ଗ୍ରାମ୍ୟକମିଟି ଓ ଯୁବସମାଜ ସହ ଗ୍ରାମବାସୀ ସହଯୋଗ କରିଥିଲେ।
Recent Comments