logo
add image
ପାତାଳୀ ମହୋତ୍ସବର ତୃତୀୟ ଦିନ :ପଦ୍ମମୁଖ ବେଶରେ ଦର୍ଶନଦେଲେ ଶ୍ରୀଜୀଉ

ପାତାଳୀ ମହୋତ୍ସବର ତୃତୀୟ ଦିନ :ପଦ୍ମମୁଖ ବେଶରେ ଦର୍ଶନଦେଲେ ଶ୍ରୀଜୀଉ

ସୁବର୍ଣ୍ଣପୁର/୧/୦୨/୨୦୨୫/ (ଆଧାର ମିଡ଼ିଆ)- ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇରେ ଚାଲିଥିବା ୨୦ତ୍ତମ ପାତାଳୀ ମହୋତ୍ସବ  ଆଜି ତୃତୀୟ ଦିନରେ ପହଞ୍ଚିଛି। ଆଜି ଶ୍ରୀଜୀଉଙ୍କ ପଦ୍ମମୁଖ ଦର୍ଶନକରି ଭକ୍ତ ବିଭୋର ହୋଇଛନ୍ତି। ଆଜି ଅପରାହ୍ନରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମହୋତ୍ସବ ପରିସରରେ ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ୩୨ବେଶର ଉଦଘାଟନ କରି ଏମିତି ଦୁର୍ଲଭ ବେଶ ଆୟୋଜନର ଖୁବ ପ୍ରଶଂସା କରିଥିଲେ। ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରତିଦିନ ଭାଗବତପାରାୟଣ ପଠନରେ ଅନେକ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ।ପ୍ରତିଦିନ ସଂଧ୍ୟାରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ଧର୍ମସଭା ଆୟୋଜନ ହେବାସହ ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମବରଗଡର ମାଁ ସମଲେଶ୍ବରୀ ଡାଲିଆଖୁସା କଳା ପରିଷଦ ପକ୍ଷରୁ ପରିବେଷଣ ହୋଇଥିଲା।ପୂର୍ଣ୍ଣଚନ୍ଦ୍ର ପାଢୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
୫୬ପ୍ରହରୀ ନାମଯଜ୍ଞରେ ଅନେକ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ଅଖଣ୍ଡ ଘୃତଯଜ୍ଞ ରେ ପୂଜକ ଭାବରେ ଅର୍ଜୁନ ପଣ୍ଡା ଓ କର୍ତ୍ତାଭାବେ ଗାଁ ଗୌନ୍ତିଆ ଚମରା ଅମାତ୍ ଓ ସୈରେନ୍ଦ୍ରି ଅମାତ କାର୍ଯ୍ୟ ସମ୍ପାଦନ କରିଥିଲେ।ଏହି ଅବସରରେ ମହାପ୍ରଭୁଙ୍କ ୩୨ବେଶ ପ୍ରଦର୍ଶନ ଯୋଗୁଁ ଭକ୍ତମାନେ ଦର୍ଶନ କରୁଛନ୍ତି।ସେ ପଟେ ଛଳିଆ ପାହାଡରେ ମନ୍ଦିର ନିକଟରେ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ ହେଉଅଛି।ଏହି ମହୋତ୍ସବ ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମହାସମାରୋହରେ ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହେଉଅଛି। ନୃତ୍ୟ, ଗୀତ, ପାରାୟଣ, ପ୍ରବଚନ, ଯଜ୍ଞ, ନାମ ସଂକୀର୍ତ୍ତନ ର ମହାନ ପର୍ବ ହେଉଛି ପାତାଳୀ ମହୋତ୍ସବ।ଏହି ମହୋତ୍ସବ ୬ ତାରିଖରେ ପୂର୍ଣ୍ଣାହୂତି ହେବ।ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହଜାର ହଜାର ଭକ୍ତ ମନଭୋର ଦେଖିଥିଲେ। ମହାପ୍ରଭୁଙ୍କ ପ୍ରଭୁକୃପା ପାଇଁ ହଜାର ହଜାର ଭକ୍ତ ଧାଇଁ ଆସିଥିଲେ ଏହି ପବିତ୍ର ପୀଠକୁ।

Recent Comments

Leave Comments

Top