କଣିହାଁ/ ୨/୨/୨୦୨୫/ (ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ଠାରେ ରବିବାର ୬୨ ତମ କୃଷ୍ଣଗୁରଙ୍କ ଗାଦି ପ୍ରତିଷ୍ଠାଦିବସ ପାଳିତ ହୋଇଯାଇଛି l ପୂର୍ବାହ୍ନ ୧0 ଘଣ୍ଟିକା ସମୟରେ ଡେରଙ୍ଗ ପଞ୍ଚାୟତ ବୋଲ ସ୍ଥିତ ଟିକିରା ନଦୀଘାଟ ଠାରୁ ଗାଦିପୂଜକ କରୁଣାକର ସାହୁଙ୍କ ପୂଜାଵିଧି ପରେ, ମହିଳାମାନେ ସାମିଲ ହୋଇ ୧0୮ କଳସି ଯାତ୍ରାରେ ଘଣ୍ଟ ,ଶଙ୍ଖ ଉଡସି ନାମସଂକ୍ରିତନ ସହିତ କରତାଳି ଧୁନୀରେ ଘଣ୍ଟିଆ ନାନୀଳି, ଓ ଡେରଙ୍ଗ ଗ୍ରାମ ପରିକ୍ରମା କରି ସାଢେ ୧୧ ଟାରେ ଡେରଙ୍ଗ ସ୍ଥିତ କୃଷ୍ଣଗୁରୁ ଠାକୁରଙ୍କ ଗାଦି ସ୍ଥଳରେ କଳସି ଯାତ୍ରା ପହଞ୍ଚି ଥିଲେ l ଗାଦିରେପହଂଚିବା ପରେ ଠାକୁରଙ୍କ ହୋମ ଯଜ୍ଞ ଓ ସକାଳ ଧୁପ ହାଇଥିଲା, ତାସହିତ ସନ୍ଧ୍ୟା ୬ ଟାରୁ, ଉଡୁସି ନାମ ସଂକ୍ରିତନ ସହିତ ପୋଡ଼ସୀ ଅଞ୍ଚଳର ୭ ମଣ୍ଡଳୀ ,କୃଷ୍ଣ ଗୁରୁ ଦଳ ସାମିଲ ହୋଇଥିଲେ l ଗାଦି ର ସଦସ୍ୟ ପଞ୍ଚାନନ ସାହୁ, ବୀଣା ପାଣି ମହାନ୍ତି, ପଦ୍ମଚରଣ ମହାନ୍ତି, ପଠାଣି ସାହୁ, ରଞ୍ଜିତ ମହାନ୍ତି, ଶୁକଦେବ ସାହୁ, ଗୋବର୍ଧନ ସାହୁ, ଲିଲି ସାହୁ, ଲତା ମହାନ୍ତି, କଳାବତି ମହାନ୍ତି, ଆସିପ ଦେହୁରୀ, ଅଇନା ଦେହୁରୀ, ଚଟୁ ସେଠି ପ୍ରମୁଖ ଉପସ୍ଥିତ ରହି ପୂଜା ଉତ୍ସବକୁ ସୁଚାରୁ ରୂପେ ତୁଲାଇ ଥିଲେ, ଶେଷରେ ସମସ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦର ଵେବସ୍ତା ହୋଇଥିଲା l
Recent Comments