logo
add image
ଜୟ ରାମଜି ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା,ତିତଳି ଗ୍ରୁପ ଶ୍ରେଷ୍ଠ ନୃତ୍ୟ ଦଳ ବିବେଚିତ 

ଜୟ ରାମଜି ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା,ତିତଳି ଗ୍ରୁପ ଶ୍ରେଷ୍ଠ ନୃତ୍ୟ ଦଳ ବିବେଚିତ 

ସମ୍ବଲପୁର/ରେଙ୍ଗାଲି,୦୪/୦୨/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଠେଲକୋଲୋଇ ଗ୍ରାମରେ ଜୟ ରାମଜି ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଭିନ୍ନ ଜିଲ୍ଲା ରୁ ଆସିଥିବା ପ୍ରାୟ ୪୦ ପ୍ରତିଯୋଗୀ ବିଭିନ୍ନ ବର୍ଗ ରେ ଅଂଶ ଗ୍ରହଣ କରିଥିଲେ। ପ୍ରତିବର୍ଗ ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ  ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା। ବଲାଙ୍ଗୀର ର ତିତଳି ଡାନ୍ସ ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ବିଚାରକ ଦାଇତ୍ୱ ରେ ଦୁର୍ଯୋଧନ ପଧାନ,ପ୍ରସନ୍ନ ଗୁରୁଜୀ ଏବଂ ଯୋଗେନ୍ଦ୍ର ମୁଣ୍ଡା ରହିଥିବା ବେଳେ,ଅତିଥି ଭାବେ କ୍ଲବ ର ବୟଜ୍ୟେଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।ସୁନୀଲ ନାଥ ମଞ୍ଚ ପରିଚାଲନ ଭାର ତୁଲାଇ ଥିବା ବେଳେ ପରିଶେଷରେ ଅମିତ ନାଥ ଧନ୍ୟବାଦ ଜ୍ଞାପନ କରିଥିଲେ।ସଂଘ ର ସଦସ୍ୟ ଦେବେନ୍ଦ୍ର ନାଥ,ସନ୍ତୋଷ ନାଥ,ସୁଧୀର ନାଥ,ମହେନ୍ଦ୍ର ନାଥ,ସୁମନ୍ତ ନାଥ,ସୁଶାନ୍ତ ତ୍ରିପାଠୀ,ପୂର୍ଣଚନ୍ଦ୍ର ନାଥ,କୃଷ୍ଣଚନ୍ଦ୍ର ତ୍ରିପାଠୀ, ଜିତେନ୍ଦ୍ର ନାଥ,ପ୍ରେମଲାଲ ତିବାରି,ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।ଏହାସହ ସଂଘ ର ସମସ୍ତ ସଦସ୍ୟ ମାନଙ୍କ ପ୍ରଚେଷ୍ଟା ରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସଂପର୍ଣ୍ଣ ହୋଇଥିଲା।ଛୋଟ ଛୋଟ ପିଲାମାନଙ୍କ ପ୍ରତିଭା ବେସ ଶିକ୍ଷା ଓ ମୋରଞ୍ଜନ ଧର୍ମୀ ହୋଇଥିଲା।ଏହି କାର୍ଯ୍ୟକ୍ରମଟି ହଜାର ସଂଖ୍ୟାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ତାଳିରେ ଉଛୁଳି ପଡୁଥିଲା।
 

Recent Comments

Leave Comments

Top