logo
add image
ପରମାନନ୍ଦ ମହାବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ

ପରମାନନ୍ଦ ମହାବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ

ବୋଲଗଡ଼/ଖୋର୍ଦ୍ଧା/୦୮/୦୨.୨୦୨୫/ ଆଧାର ମିଡ଼ିଆ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ଦାସ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଭାବେ ପ୍ରଦିପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ସରକାରଙ୍କର ସ୍ଵତନ୍ତ୍ର ସଚିବ ନିହାର ରଞ୍ଜନ ଦାସ , ସମ୍ମାନିତ ଅତିଥି ଭାବେ ବୋଲଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ହୁଲସ ପ୍ରଧାନ ବ୍ୟଙ୍ଗ କବି ବୋଲଗଡ଼ ଏକ୍ସପ୍ରେସ ବ୍ରଜବିହରି ସୁବୁଦ୍ଧି ଓ ଅନ୍ୟତମ ବ୍ୟଙ୍ଗ କବି ଡଃ କୁଳାଙ୍ଗାର ଯୋଗଦେଇଥିଲେ ।
ଏହି ଅବସରରେ ମହାବିଦ୍ୟାଳୟରେ ଦୀର୍ଘଦିନ ଧରି ପଦାର୍ଥ ବିଜ୍ଞାନ ବିଭାଗରେ କୌଣସି ଅଧ୍ୟାପକ ଅଧ୍ୟାପିକା ନଥିବା କଲେଜର ସାଇକଲ ଷ୍ଟାଣ୍ଡ ,ଉନ୍ନତ ମାନର ବିଜ୍ଞାନଗାର ଓ ମହାବିଦ୍ୟାଳୟର ଭିର୍ତିଭୂମିର ବିକାଶପାଇଁ ମୁଖ୍ୟଅତିଥି ବିଧାୟକ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ ।ଛାତ୍ର ଛାତ୍ରୀ ମାନେ ଶିକ୍ଷା ସମାପ୍ତ ପରେ ଚାକିରୀ ପଛରେ ନ ଗୋଡ଼ାଇ ଆତ୍ମ ନିର୍ଭରଶୀଳ ହେବାପାଇଁ ମୁଖ୍ୟବକ୍ତା ବରିଷ୍ଟ ପ୍ରଶାସନିକ ଅଧିକାରୀ ଶ୍ରୀ ଦାସ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅଧ୍ୟାପକ କର୍ମୋଦୟ ଛୋଟରାୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ସୁନିଲ କୁମାର ସାହୁ ସଂଯୋଜନା କରିଥିଲେ ।
                     ଏହି ଅବସରରେ ଯୁକ୍ତଦୁଇ ଓ ଯୁକ୍ତତିନି କଲେଜର ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସେମାନକାନ୍ଧ୍ୟାରେ ଯୁକ୍ତ ଦୁଇର କ୍ରୀଡା ରେ ଚମ୍ପିୟାନ ହୋଇଥିଲେ ଦେବକୀ ପ୍ରଧାନ , ହିତେଶ ସାହୁ , ସ୍ୱାଗତିକା ଜେନା , ସୁଜାତା ବେହେରା , ଗୀତାଞ୍ଜଳୀ ସାହୁ , ଗାୟତ୍ରୀ ଓଝା  ଓ ଯୁକ୍ତ ତିନିର ଅମ୍ଳାନ ଆଶିତାନ୍ସୁ ,ଶିଶ୍ରିତା ପ୍ରିୟଦର୍ଶିନୀ ,ସୁଶ୍ରୀ ଜ୍ୟୋତି ପଲବି ପ୍ରମୁଖ ୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ କୃତିତ୍ୱ ଅର୍ଜନ କରିଥିଲେ। ଏଥିରେ ଅଧ୍ୟାପକ ଇଞ୍ଜିନିୟର ଲକ୍ଷ୍ମୀକାନ୍ତ ପଟ୍ଟନାୟକ , ଅଧ୍ୟାପକ ଗାନ୍ଧୀ କୁମାର ସାହୁ , ମାୟାଧର ବରାଳ , ଶ୍ରୀନିବାସ ଖଡାଙ୍ଗା ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଅଧ୍ୟାପକ ଅଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ ।

 

 

Recent Comments

Leave Comments

Top