logo
add image
ହନୁମାନ ଜିଉଙ୍କବିଗ୍ରହ ଏବଂ ମନ୍ଦିରପ୍ରତିଷ୍ଠା ମହୋତ୍ସବର କଳସ ଯାତ୍ରା

ହନୁମାନ ଜିଉଙ୍କବିଗ୍ରହ ଏବଂ ମନ୍ଦିରପ୍ରତିଷ୍ଠା ମହୋତ୍ସବର କଳସ ଯାତ୍ରା

ବାଲିଗୁଡା/୧୬/୦୨/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା' ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମିତିର ସମ୍ପାଦକ ଶିବରାମ ପ୍ରଧାନୀଙ୍କ ନେତୃତ୍ୱରେ ଶନିବାର ଠାରୁ ଆରମ୍ଭ ହୋଇଛି l ଏହି ଅବସରରେ ରୀତିନୀତି ଅନୁଯାଇ ପୂଜାର୍ଚନା କରି ସ୍ଥାନୀୟ ମା'ପାଟଖଣ୍ଡା ମନ୍ଦିରଠାରୁ ଏକ ବିରାଟ ପଟୁଆରରେ ବାହାରି ସମଗ୍ର ସହର ପରିକ୍ରମା କରି ଶତାଧିକ ମହିଳା କଳସ ଧରି ନିକଟସ୍ଥ ଖଡ଼ଗ ନଦୀରୁ ଜଳଆଣି ବିଗ୍ରହ ସ୍ଥଳରେ ପହଞ୍ଚି ଥିଲେ l ପରେ ପରେ ବନଯାଗ, ମଣ୍ଡଳ କରଣ ଏବଂ ଅଙ୍କୁରା ରୋପଣ ପୂଜା ସହ ରୀତିନୀତି ଅନୁଯାଇ ପୂଜାର୍ଚନା ହୋଇଥିଲା l ଏଥିରେ ପୁରୋହିତ ଭାବେ ପିତାମ୍ବର ରଥ, ପୂର୍ଣ୍ଣଚନ୍ଦ୍ର ଶତପଥି, ରାମକୃଷ୍ଣ ଆଚାର୍ଯ୍ୟ, ନୀଳାଚଳ ମିଶ୍ର ଓ ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ l କର୍ତ୍ତାଭାବେ ଲୋକନାଥ ପାଢ଼ୀ, ମଦନ ମୋହନ ପାଢ଼ୀ ଓ ପ୍ରମୋଦ କୁମାର ସାହୁ (ମୁନା) ନିଜ ନିଜର କାର୍ଯ୍ୟ ସମ୍ପାଦନା କରିଥିଲେ l
୧୭ ତାରିଖ ସୋମବାର ସକାଳୁ କର୍ମ ଆରମ୍ଭ, ସୂର୍ଯ୍ୟପୂଜା, ଅଗ୍ନି ସ୍ଥାପନ ଏବଂ ଦେବତା ଅଧୂବାସ, ୧୮ ତାରିଖ ମଙ୍ଗଳବାର ସକାଳ ୯ ଘଣ୍ଟରୁ ନାମଯଜ୍ଞ ଆରମ୍ଭ ଓ ସନ୍ଧ୍ୟା ୫.୦୦ ଘଟିକା ଠାରୁ ଦେବତା ମହାସ୍ନାନ, ମଧ୍ୟ ରାତ୍ରୀରେ ଦେବତା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜନ ହେବ l ତତ ସଙ୍ଗେ ସଙ୍ଗେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି l ୧୯ ତାରିଖ ବୁଧବାର ଦିନ ସକାଳ ୯ ଘଣ୍ଟରୁ କର୍ମାରମ୍ଭ, ଦେବତା ନଗର ଭ୍ରମଣ, ଶୁଭଲଗ୍ନରେ ଦେବତା ସିଂହାସନ ଆରୋହଣ, ଘୃତଯଜ୍ଞ ପୂର୍ଣ୍ଣାହୁତି ଏବଂ ନାମଯଜ୍ଞ ପୂର୍ଣାହୁତି, ନଗର କିର୍ତ୍ତନ ସହ ଦ୍ୱିତୀୟ ଦିନ ପାଇଁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି l ଏଣୁ ଅଞ୍ଚଳବାସୀ ଉକ୍ତ ଧର୍ମୀୟ କାର୍ଯ୍ୟକ୍ରମରେ ତନ, ମନ, ଧନ ପ୍ରଦାନ ପୂର୍ବକ ଭକ୍ତି କୃପା ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।

Recent Comments

Leave Comments

Top