logo
add image
ଆଚାର୍ଯ୍ୟ ହରିହର ଶିଶୁ ଭବନର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ।

ଆଚାର୍ଯ୍ୟ ହରିହର ଶିଶୁ ଭବନର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ।

ପୁରୀ,୨୧/୨(ଆଧାର ମିଡ଼ିଆ)ସତ୍ୟବାଦୀ ସାକ୍ଷୀ ଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ଆଜି ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଆଚାର୍ଯ୍ୟ ହରିହର ଙ୍କ ଜୀବନ ଆଦର୍ଶ ତ୍ୟାଗ ଓ ସାଧୁତାର ଜୀବନ ଥିଲା।ତେଣୁ ତାଙ୍କ ନାମରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଭଲ ମଣିଷ ତିଆରି କରୁ ବୋଲି ସେ ମତ ଦେଇ ଆଚାର୍ଯ୍ୟ ଙ୍କ ଉନ୍ନତ ଚରିତ୍ର ଓ ଶୃଙ୍ଖଳା କୁ ଅନୁସରଣ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା,ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତ ମହାପାତ୍ର ପ୍ରତିଟି ପିଲା କଠୋର ପରିଶ୍ରମ କରି ନିଜର ଲକ୍ଷ୍ୟ ହାସଲ ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଶିଶୁ ମଙ୍ଗଳ ସମିତି ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ,ସତ୍ୟବାଦୀ ବିକାଶ ପରିଷଦର ସଭାପତି ଗୁଣ୍ଡିଚା ବରାଳ ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି।ତାହାର ଉପଯୋଗ କରି ନିଜର ପରିଚୟ ସୃଷ୍ଟି ଲାଗି ଅଧ୍ୟବସାୟ କରିବା ଓ ଆଚାର୍ଯ୍ୟ ଙ୍କ ଆଦର୍ଶ କୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।ଅନୁଷ୍ଠାନର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା ଏଥିରେ ଅଧ୍ୟକ୍ଷତା କରିବା ସହ ଅନୁଷ୍ଠାନ ପ୍ରତିଷ୍ଠା ସମୟର କଥା,ବର୍ତ୍ତମାନ ର ସ୍ଥିତି ଓ ଭବିଷ୍ୟତ ର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅନୁଷ୍ଠାନ ରେ ବର୍ତ୍ତମାନ ୨୫ ପିଲା ରହୁଛନ୍ତି।ଏହାକୁ ୫୦ ପିଲା ରହିବା ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ।ଏହି ଅନୁରୋଧ କୁ କାର୍ଯ୍ୟକାରୀ କରିବାକୁ ସହଯୋଗ କରିବେ ବୋଲି ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷ  ସୂଚନା ଦେଇଥିଲେ।ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ସଭା ପରିଚାଳନା କରିଥିଲେ।କାର୍ଯ୍ୟକାରିଣୀ ସଦସ୍ୟା ରାଜଲକ୍ଷ୍ମୀ ଦାଶ ବିବରଣୀ ପଠନ କରିଥିଲେ।କାର୍ଯ୍ୟକ୍ରମ ରେ ପ୍ରଚାରକ ଅନନ୍ତ ମିଶ୍ର ଙ୍କ ଦାୟାଦ ରଞ୍ଜନ ମିଶ୍ର, ସମାଜସେବୀ ଭଜମନ ପାତ୍ର ଅନୁଷ୍ଠାନର ଅଧୀକ୍ଷକ ସୁବୋଧ କୁମାର ସ୍ୱାଇଁ, ଅନୁଷ୍ଠାନର କର୍ମଚାରୀ ମୀନାକ୍ଷୀ ବାରିକ,ଶୁଭ୍ରାଜିତା ଶୁଭଦର୍ଶିନୀ,ଜ୍ୟୋତି ରାଣୀ ମିଶ୍ର,ଶାନ୍ତନୁ କୁମାର ସାହୁ,ଶାନ୍ତି ଲତା ଚୌଧୁରୀ,କବିତା ପାତ୍ର,ସ୍ବର୍ଣ୍ଣ ଲତା ନାୟକ,ପ୍ରମୋଦ କୁମାର ଜେନା,ଲକ୍ଷ୍ମୀ ଧର ସାହୁ,ଚତୁର୍ଭୁଜ ପ୍ରଧାନ,ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା, କର୍ମଚାରୀ ଓ ଅନ୍ତେବାସୀ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ର ରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ।

Recent Comments

Leave Comments

Top