କଣିହାଁ,୨୧/୨(ଆଧାର ମାଡିଆ)କଣିହାଁ ବ୍ଲକ୍ ଟୋଲକବେଡା ବିଷ୍ଣୁ ମନ୍ଦିର ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଷ୍ଣୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ପ୍ରାଙ୍ଗଣରେ ଅବସ୍ଥିତ ନବନିର୍ମିତ ଶିବ,ଗଣେଷ ଓ ଦୂର୍ଗା ମନ୍ଦିର ର ରତ୍ନମୁଦ ଓ ଯଜ୍ଞାଦି କାର୍ଯ୍ୟକ୍ରମ ସମାପନ ହୋଇଥିଲା।ହୋମ ଯଜ୍ଞରେ ପୂରୋହିତ ପଣ୍ଡତ ପୂର୍ଣ୍ଣଚନ୍ଦ୍ର ସତପଥୀ ଓ ସାଥୀଗଣ ଦାୟିତ୍ୱ ତୁଲାଇଥିଲେ।ତିନି ମନ୍ଦିର ଗର୍ଭରେ ଧନଧାନ୍ୟ ଅର୍ପଣ କରାଯାଇଥିଲା।କର୍ତ୍ତା ଭାବରେ ଶ୍ରୀଧର ବେହେରା,ଅନ୍ତର୍ଯ୍ୟାମୀ ସାହୁ ଓ ହରିହର ସାହୁ ଓ ସେମାନଙ୍କ ଧର୍ମପତ୍ନୀ ମାନେ କାର୍ଯ୍ୟ ସମ୍ପାଦନ କରିଥିଲେ।ମନ୍ଦିର ପରିଚାଳନା କମିଟି ପକ୍ଷରୁ ଓଡଶୀ ନାମସଂକୀର୍ତ୍ତନ ସହିତ ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆଧୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଗ୍ରାମ୍ୟ କମିଟି ସଭାପତି ଲୋଚନ ସାହୁ,ସମ୍ପାଦକ ଦେବରାଜ ପ୍ରଧାନ,ଶରତ ସାହୁ,ସରୋଜ ପ୍ରଧାନ,ଚକ୍ରଧର ସାହୁ,କାଳି ଚରଣ ସାହୁ,ସତ୍ୟାନନ୍ଦ ସାହୁ,ଅଭୟ ସାହୁ,ପିଣ୍ଟୁ ପ୍ରଧାନ,ଲୁନା ସାହୁ, ସୈାରଭ ପ୍ରଧାନ,ମଣ୍ଟୁ ସାହୁ,ଜଗନ ସାହୁ,ପଦ୍ମଚରଣ ସାହୁ,କୁମୁନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Recent Comments