ଖୋର୍ଦ୍ଧା,୨୫/୦୨(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତର ହାରିକେଶର ଠାରେ ଚାଲିଥିବା ତୃତୀୟ ଗାଁ ମହୋତ୍ସବ ରବିବାର ଦିନ ଉଦଯାପିତ ହୋଇଯାଇଛି।ଏହି ଉତ୍ସବରେ ବିଜେଡି ନେତା ମନ୍ମମଥ ରାଉତରାୟ ମୁଖ୍ୟ ଅତିଥି,ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା ପରିଷଦର ସଭାପତି ଅଭିଷେକ ସିଂସାମନ୍ତ,ମୁଖ୍ୟ ବକ୍ତା ସମାଜସେବୀ ଆଲୋକ ପାତ୍ର,ସମାଜସେବୀ ବାସୁଦେବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ମହୋତ୍ସବ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ରାଉତରାୟ ସଭାପତିତ୍ବ କରିଥିବା ବେଳେ କବି ଶ୍ରୀକାନ୍ତ କୁମାର ନାୟକ ସଂଯୋଜନା କରିଥିଲେ।ଏହି ଅବସରରେ ଗ୍ରାମର ଶତାୟୁ ବ୍ୟକ୍ତି ବ୍ରହ୍ମଚାରୀ ଜେନା,ଓଡ଼ିଶୀ ନୃତ୍ୟ କଳାକାର ସୌସାଇ କାନ୍ତ ,ଭଜନ ଗାୟକ ରିଙ୍କୁ,ପରମଜ୍ୟୋତି ସାହୁ ଓ ଖୁସୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦେବଦାସ ନୃତ୍ୟ,ରାଧାକୃଷ୍ଣ ନୃତ୍ୟ,ସମ୍ବଲପୁରୀ ନୃତ୍ୟ,ସିବତାଣ୍ଡବ,ସହିତ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି ଉତ୍ସବକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳର ବହୁ ଦର୍ଶକ ଉପଭୋଗ କରିଥିଲେ
Recent Comments