logo
add image
ମହା ଶିବରାତ୍ରୀରେ ପାରା ମୋଟର ମାଧ୍ୟମରେ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କଲେ ବାସୁଦେବ । 

ମହା ଶିବରାତ୍ରୀରେ ପାରା ମୋଟର ମାଧ୍ୟମରେ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କଲେ ବାସୁଦେବ । 

ଖୋର୍ଦ୍ଧା,୨୭/୦୭(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ମହା ଶିବରାତ୍ରି ଅବସରରେ ସାରା ରାଜ୍ୟ ଶିବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ଭକ୍ତ ଓ ବିଭିନ୍ନ ସାଂସ୍କୃତିକ ମାଧ୍ୟମରେ ମନ୍ଦିର ପରିସର ଚଳ ଚଞ୍ଚଳ ହୋଇ ଉଠି ଥିବାବେଳେ ଜୈନିକ ଭକ୍ତଙ୍କ ନିଆରା ଢଙ୍ଗରେ ଭକ୍ତି ପ୍ରଦର୍ଶନ ବୋଲଗଡ଼ ଅଞ୍ଚଳରେ ରୋଚକ ଦେଖାଦେଇଛି।ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ବିଲ ଖଉରୁଣୀ ଗ୍ରାମର ଯୁବ ସମାଜସେବୀ ବାସୁଦେବ ସାହୁ ନିଜର ପାରା ମୋଟର ମାଧ୍ୟମରେ ତାଙ୍କ ଗ୍ରାମରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ଉପରେ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରିବା ଜନସାଧାରଣଙ୍କୁ ରୋମାଞ୍ଚିତ କରିଥିଲା।ସେ ପୁରୀ ଏକ ଟ୍ରକ ଯୋଗେ ଗ୍ରାମ ନିକଟସ୍ଥ ହାଇ ସ୍କୁଲ ପଡିଆରେ ଏହି ମୋଟର ଯାନକୁ ରଖି ବୁଧବାର ମହା ଶିବରାତ୍ରି ଦିନ ଅପରାହ୍ନ ସାଢେ଼ ୪ରୁ ପାରା ମୋଟର ଯାନ ରେ ବସି ୩ କିଲୋମିଟର ଦୂର ନିଜ ପୈତୃକ ଗ୍ରାମ ବିଲଖଉରୁଣୀ ସ୍ଥିତ ବାବା ନୀଳକଣ୍ଠେଶ୍ଵର ମନ୍ଦିର ଉପରେ  ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରିଥିଲେ।ପ୍ରାୟ ଅଧ ଘଣ୍ଟା ଆକାଶ ମାର୍ଗରେ ରହି ମୋଟ ୭ କିଲୋମିଟର ଉଡାଣ ଭରି ହାଇ ସ୍କୁଲ ପଡିଆରେ ଅବତରଣ କରିଥିଲେ।ତାଙ୍କ ସହିତ ହରପିତ୍ ସିଂହ ପାଇଲଟ ଭାବେ ସହଯୋଗ କରିଥିଲେ।ଏହାକୁ ଦେଖିବା ପାଇଁ ହାଇ ସ୍କୁଲ ପଡିଆ ଓ ମନ୍ଦିର ବେଢ଼ାରେ ଶହ ଶହ ଜନସାଧାରଣ ଉପସ୍ଥିତ ଥିଲେ।ଶ୍ରୀ ସାହୁ ଜଣେ ବିଶିଷ୍ଟ ସମାଜସେବୀ ପୁରୀ ବାଲିଆ ପଣ୍ଡା ଅଞ୍ଚଳର ହୋଟେଲ ମାଲିକ ଓ ପୁରୀ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାପାଇଁ ପାରା ସେଲର,ପରା ରାଇଡର,ସ୍ପିଡ ବୋଟ ପ୍ରଭୁତି ରହିଛି।

  

Recent Comments

Leave Comments

Top