logo
add image
ଠେଲକୋଲୋଇ ପ୍ରାଥମିକ ବିଦ୍ୟାଳୟରେ ୨୬ତମ ବାର୍ଷିକଉତ୍ସବ ପାଳିତ

ଠେଲକୋଲୋଇ ପ୍ରାଥମିକ ବିଦ୍ୟାଳୟରେ ୨୬ତମ ବାର୍ଷିକଉତ୍ସବ ପାଳିତ

ରେଙ୍ଗାଳି/ସାମ୍ବଲପୁର/୦୪/୦୩/ ୨୦୨୫/(ଆଧାର ମିଡ଼ିଆ// ରିପୋର୍ଟ-ସୁନୀଲ କୁମାର ନାଥ)-ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଠେଲକୋଲୋଇ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରେଙ୍ଗାଲି ବ୍ଲକଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ଅଗ୍ରୱାଲ। ମୁଖ୍ୟବକ୍ତା ଭାବେ SBI ଠେଲକୋଲୋଇ ଶାଖାର ପ୍ରବନ୍ଧକ ସୁମିତ କୁମାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପଦ୍ମନାଭ ନାଏକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଧୁରୀ ମିଶ୍ର, ଶ୍ରୀମତୀ ପୁଷ୍ପଲତା ଡନସେନା । ଅତିଥିମାନେ ପ୍ରଥମେ ଶ୍ରୀ ସରସ୍ୱତୀଙ୍କ ପାଖରେ ଦୀପ ପ୍ରଜ୍ଵଳନ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ  ଶ୍ରୀମତୀ ସୁସ୍ମିତା ସାହୁ ମଞ୍ଚ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ଶ୍ରୀ ଯୋଗେନ୍ଦ୍ର ବାଗ , ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଶିକ୍ଷୟିତ୍ରୀ ଆରତୀ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟରେ ଜଣେ ଛାତ୍ରର କର୍ତ୍ତବ୍ୟ ଏବଂ ଜଣେ ଭଲ ଛାତ୍ରପାଇଁ ବିଦ୍ୟାଳୟର ଆବଶ୍ୟକତା ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ। ଜଣେ ଛାତ୍ର ପ୍ରତି ଅବିଭାବକଙ୍କ କାମକଣ ତାହା ବର୍ଣନା କରିଥିଲେ ଶ୍ରୀ ମହେନ୍ଦ୍ର ବାଗ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଗୁଣନିଧି ନାୟକ, ପୂର୍ବତନ କମିଟିର ସଭାପତି ଶ୍ରୀ ବିରଞ୍ଚି ନାଥ, ଶ୍ରୀ ଅଶ୍ୱିନୀ ନାଥ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାଥ ,ଶ୍ରୀ ସୁମନ୍ତ ନାଥ ସହ ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ସହଯୋଗ କରିଥିଲେ।ନୂତନଭାବେ ଉକ୍ତ ବିଦ୍ୟାଳୟରେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ଅଚ୍ୟୁତାନନ୍ଦ ଭୋଇଙ୍କୁ ସ୍ୱାଗତ ସମର୍ଦ୍ଧନା କରାଯାଇଥିଲା। ଏହାପରେ ବିଭିନ୍ନ କ୍ଷେତ୍ରରେ ଉତ୍ତୀନ୍ନ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉଚ୍ଚକୋଟିର ହୋଇଥିଲା।ସାଂସୃତିକ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇବା ପାଇଁ ଶିକ୍ଷୟିତ୍ରୀ ଶ୍ରୀମତୀ ସାବିତ୍ରୀ ମେହେର ସହଯୋଗ କରିଥିଲେ।

 

Recent Comments

Leave Comments

Top