logo
add image
ଦିବାରାତ୍ର ଅଲେଖ ପରମବ୍ରହ୍ମଙ୍କ ଅଖଣ୍ଡ ନାମଯଜ୍ଞ

ଦିବାରାତ୍ର ଅଲେଖ ପରମବ୍ରହ୍ମଙ୍କ ଅଖଣ୍ଡ ନାମଯଜ୍ଞ

କଣିହାଁ/୪/୩/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ସୀତାରାମ କ୍ଲବ ତରଫରୁ କ୍ଲବ ପଡ଼ିଆ ପ୍ରାଙ୍ଗଣରେ ବିଶ୍ବ କଲ୍ୟାଣର୍ଥେ ସୋମବାର ଠାରୁ ଦିବାରାତ୍ର ଅଲେଖ ପରମବ୍ରହ୍ମଙ୍କ ଅଖଣ୍ଡ ନାମ ଯଜ୍ଞ ସହିତ ବାଲ୍ୟଲିଳା ମହା ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ବଏଜା ମଠ କିଶୋରନଗରର ବ୍ରହ୍ମ ଅବଧୂତ ବାବା ମନ୍ଦିର ଦାସ, ଅଜିତ ଦାସ,ଅନାମ ବେହେରା,ମଘୁ ନାଏକ,ବରୁ ବେହେରାଙ୍କ ସମେତ ବହୁ ଅଲେଖ ମହିମା ଧର୍ମି ସାଧୁସନ୍ଥଙ୍କ ସହିତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଥିଲା । ନିତି କର୍ମକୁ ନେଇ କଳସ ଯାତ୍ରା ଓ ଅଖଣ୍ଡ ନାମ ଯଜ୍ଞରେ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, କଣିହାଁ ଏମସିଏଲ ଜିଏମ ଦିନେଶ କୁମାର ମାଳି,କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ଅନୁଗୋଳ ପରଙ୍ଗ ପଞ୍ଚାୟତ ସମିତି ସଦସ୍ୟା ସୁଜାତାରାଣୀ ବେହେରା, ସାମାଜିକ କର୍ମୀ ଜୀତେନ୍ଦ୍ର କୁମାର ସାହୁ,ବିବେକାନନ୍ଦ ବେହେରା, ବଳରାମ ନାଏକ ପ୍ରମୁଖ ଯୋଗଦାନ କରିଥିଲେ । ବାବାଙ୍କ ଦ୍ବାରା ବିଧୂ କାର୍ଯ୍ୟ ସମାପନକୁ ନେଇ ଅହୋରାତ୍ର ନାମ ସଂକୀର୍ତ୍ତନରେ ବିଭିନ୍ନ ନାମ ମଣ୍ଡଳୀ ଯୋଗଦାନ କରି ଅହୋରାତ୍ର ନାମ ସଂକୀର୍ତ୍ତନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ସୋମବାର ଦିନ ସକାଳ ୧୦ଟା ଠାରୁ ମଙ୍ଗଳବାର ଦିନ ୧୦ଟା ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଥିଲା। ଅଖଣ୍ଡ ନାମ ଯଜ୍ଞ ସହିତ ପ୍ରସାଦ ସେବନ ବ୍ୟବସ୍ଥାରେ ଆୟୋଜକ କ୍ଲବର ସଭାପତି କୁମୁଦ ବାନ୍ଧବ ନାଏକ, ସମ୍ପାଦକ ପ୍ରାଣବନ୍ଧୁ ନାଏକ ,କାର୍ଯ୍ୟକର୍ତ୍ତା ମହେଶ୍ବର ନାଏକ, ଦିଲ୍ଲୀପ୍ ନାଏକ,ତପନ ନାଏକ, ମାନସ ନାଏକ ,ଯଶୋବନ୍ତୀ ନାଏକ, ମଞ୍ଜୁଲତା ନାଏକ, ସୁକାନ୍ତି ନାଏକ ସୁଦର୍ଶନ ନାଏକଙ୍କ ସମେତ ସୀତାରାମ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ

Recent Comments

Leave Comments

Top