ପିପିଲି,୯/୦୩(ଆଧାର ମିଡ଼ିଆ)ପିପିଲି ସ୍ଥିତ ଦରଜୀସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି.ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସେକ କଲିମ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଏନଏସି ଅଧକ୍ଷ ସେକ ବାବୁ ମୁଖ୍ୟ ଅତିଥି ଏବଂ ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର ନାଥ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୀତବାସ ସେଠି,ଗୋପାଳ ମହାପାତ୍ର, ସୁରେନ୍ଦ୍ର ମହାପାତ୍ର,ବଳରାମ ମହାପାତ୍ର,ରାକେଶ ମହାପାତ୍ର,ସିଆରସିସି ପୂର୍ଣଚନ୍ଦ୍ର ବେହେରା ଏବଂ ଚିନ୍ତାମଣି ଓଝା ଯୋଗଦେଇ କୋମଳମତି ଶିଶୁ ମାନଙ୍କୁ ଜୀବନରେ ବଡ଼ ମଣିଷ ହେବା ସହ ଭଲ ମଣିଷ ହୋଇ ନିଜକୁ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ.ବିଦ୍ୟାଳୟ ରେ ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କ ସହ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଅତିଥି ମାନଙ୍କ ହସ୍ତରେ ସମ୍ବର୍ଦ୍ଧିତ କରାଯାଇଥିଲା.ଏହି ଅବସରରେ ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ପତି ବିବରଣୀ ପାଠ କରିବା ସହ ସଭା ପରିଚାଳନା କରିଥିଲେ.ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଏହାକୁ ଅତିଥି ଶିକ୍ଷକ ଦିପ୍ତୀରଂଜନ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ l
Recent Comments